ETV Bharat / state

ଏସିଆନ ଥାଇ ବକ୍ସିଂ ଚାମ୍ପିଅନସିପ: ସ୍ବର୍ଣ୍ଣପଦକ ଜିତିଲେ ବାଳକାଟି ଝିଅ ଶ୍ରୀଲିପ୍ତା - ଏସିଆନ ଥାଇ ବକ୍ସିଂ ଚାମ୍ପିଅନସିପରେ ସ୍ବର୍ଣ୍ଣପଦକ ଜିତିଲେ ଓଡିଶା ଝିଅ

ଏସିଆନ ଥାଇ ବକ୍ସିଂ ଚାମ୍ପିଅନସିପରେ ବାଳକାଟି ଝିଅ ଶ୍ରୀଲିପ୍ତା ଆଚାର୍ଯ୍ୟ ଜିତିଲେ ସ୍ବର୍ଣ୍ଣ ପଦକ । ଗାଁରେ ଖେଳିଗଲା ଖୁସିର ଲହରୀ । ଅଧିକ ପଢନ୍ତୁ

ଏସିଆନ ଥାଇ ବକ୍ସିଂ ଚାମ୍ପିଅନସିପ: ସ୍ବର୍ଣ୍ଣପଦକ ଜିତିଲେ ବାଳକାଟି ଝିଅ ଶ୍ରୀଲିପ୍ତା

author img

By

Published : Dec 8, 2021, 8:08 PM IST

ନିଆଳି: ଏସିଆନ ଥାଇ ବକ୍ସିଂ ଚାମ୍ପିଅନସିପରେ ବାଳକାଟି ଝିଅ ଶ୍ରୀଲିପ୍ତା ଆଚାର୍ଯ୍ୟ ଜିତିଲେ ସ୍ବର୍ଣ୍ଣ ପଦକ । ଗାଁରେ ଖେଳିଗଲା ଖୁସିର ଲହରୀ । ହାଇଦ୍ରାବାଦ ଇନଡୋର ଷ୍ଟାଡିୟମ ଗତ ତିନି ତାରିଖରେ ଆରମ୍ଭ ହୋଇଥିବା ଏସିଆନ ଥାଇ ବକ୍ସିଂ ଚାମ୍ପିଅନସିପରେ ଭାଗ ନେଇଥିଲେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ବାଳକାଟି ନିକଟ ବସନ୍ତ ପେଡି ଗାଁର ଶ୍ରୀ ଲିପ୍ତା ଆଚାର୍ଯ୍ୟ ।

ଏସିଆନ ଥାଇ ବକ୍ସିଂ ଚାମ୍ପିଅନସିପ: ସ୍ବର୍ଣ୍ଣପଦକ ଜିତିଲେ ବାଳକାଟି ଝିଅ ଶ୍ରୀଲିପ୍ତା

ଏହି ପ୍ରତିଯୋଗିତାରେ ୧୨ଟି ଦେଶର ଖେଳାଳି ଅଂଶ ଗ୍ରହଣ କରିଥିବାବେଳେ ଭାରତର ବିଭିନ୍ନ ରାଜ୍ୟରୁ ୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀଲିପ୍ତା ଓଡ଼ିଶାରୁ ଜଣେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ଶେଷ ରାଉଣ୍ଡରେ ଶ୍ରୀଲଙ୍କାର ପ୍ରତିଯୋଗୀଙ୍କୁ ହରାଇ ଶେଷରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବକ୍ସିଂ ସହ ପାଠପଢ଼ାରେ ରୁଚି ରଖିଥିବା ଶ୍ରୀଲିପ୍ତା ଏବେ ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟରେ ବିଜ୍ଞାନ ଦ୍ବିତୀୟ ବର୍ଷର ଛାତ୍ରୀ।

ଉଲ୍ଲେଖଯୋଗ୍ୟ ଯେ, ବସନ୍ତପେଡ଼ି ଗ୍ରାମର ସନ୍ତୋଷ ଆଚାର୍ଯ୍ୟ ଓ ଆଶାକର୍ମୀ ସସ୍ମିତା ଦାଶଙ୍କ ସାନ ଝିଅ ଶ୍ରୀଲିପ୍ତା। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ କୋଚ ଉମାକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ସେ ତାଲିମ ନେଉଥିଲେ। ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଉମେଶ ଚନ୍ଦ୍ର ମଲ୍ଲିକ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.