କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ ଆଣିଲା ନୂଆ ଷ୍ଟ୍ରାଟେଜି । ଓଡି଼ଶା କ୍ରିକେଟ ସଂଘର 3 ପଦବୀ ପାଇଁ ଆସିଲେ 3 ଦକ୍ଷ ବ୍ୟକ୍ତିତ୍ବ । ଆର ଶ୍ରୀକାନ୍ତଙ୍କୁ ଟେକ୍ନିକାଲ ଡ଼ାଇରେକ୍ଟର କମ୍ ହେଡ କ୍ରିକେଟ ଅପରେସନ ଦାୟିତ୍ବ, ଗଣେଶ କରଙ୍କୁ ମିଳିଛି ଡାଟା ଆନାଲିଟିକସର ମୁଖ୍ୟ ଓ ପରଫର୍ମମାନ୍ସ ମ୍ୟାନେଜମେଣ୍ଟ ଦାୟିତ୍ବ । ଏହାସହ ଟ୍ରେନିଂରେ ମୁଖ୍ୟ ଦାୟିତ୍ବ ପାଇଛନ୍ତି ଅମୀୟ କୁମାର ମହାନ୍ତି ।
ଆର ଶ୍ରୀକାନ୍ତ ହେଉଛନ୍ତି ବିସିସିଆଇ ଲେଭେଲ 3 ପଞ୍ଜିକୃତ କୋଚ । ପୂର୍ବରୁ ଅନେକ ବର୍ଷ ଧରି ଓସିଏ ସହ ଜଡିତ ଥିଲେ ଶ୍ରୀକାନ୍ତ । ଏହାସହ ଓଡିଶା କ୍ରିକେଟ ଏକାଡେମୀରେ ବିଭିନ୍ନ ବର୍ଗ ଟିମରେ ସେ ଥିଲେ ଦକ୍ଷ କୋଚ । ଏହାସହ ଗଣେଶ କରଙ୍କ କ୍ରୀଡା ତଥ୍ୟ ବିଶ୍ଲେଷଣ ଦିଗରେତ ରହିଛି 14 ବର୍ଷର ଅଭିଜ୍ଞତା । ଶେଷରେ ଅମୀୟ ମହାନ୍ତି ଦୀର୍ଘଦିନ ପରେ ଓଡି଼ଶା ଫେରିଛନ୍ତି । ପୂର୍ବରୁ ସେ ସର୍ଭିସେସ ପାଇଁ ଅନେକ ବର୍ଷ ଧରି କାମ କରି ଆସୁଥିଲେ । ଏହାସହ ସେ ବିସିସିଆଇ ପଞ୍ଜିକୃତ ଜଣେ ଦକ୍ଷ ଟ୍ରେନର । ଓସିଏ ସହ ଜଡିତ ହେବା ପୂର୍ବରୁ ସେ ବିଦର୍ଭ ଦଳ ସହ ରହିଥିଲେ । ତେବେ ଏହି ପରିବର୍ତ୍ତନ ସହ ଆଗାମୀ ଦିନରେ ରଣଜୀ ସିଜନକୁ ସଫଳ କରିବା ଆଶା ରଖିଛି ଓସିଏ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ