ETV Bharat / state

PAC Committee In SCB: ଲିଭର ପ୍ରତ୍ୟାରୋପଣ ୟୁନିଟ ପାଇଁ ଆସିଥିଲା ଟଙ୍କା, ଖର୍ଚ୍ଚ ହୋଇଛି କୋଭିଡ ମୁକାବିଲାରେ !

ଏସସିବିର ବିଭିନ୍ନ ବିଭାଗ ଅନୁଧ୍ୟାନ ପରେ କମିଟି ଅଧ୍ୟକ୍ଷ ମୋହନ ମାଝୀ କହିଛନ୍ତି ଲିଭର ପ୍ରତ୍ୟାରୋପଣ କରିବା ପାଇଁ 2013 ରେ ନିଷ୍ପତ୍ତି ହୋଇଥିଲା । ପ୍ରାଥମିକ ସ୍ତରରେ LTU (ଲିଭର ପ୍ରତ୍ୟାରୋପଣ ୟୁନିଟ ) ପାଇଁ 12 କୋଟି 52 ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାରଞ୍ଜମ ପାଇଁ 21 କୋଟି 50 ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଅଧିକ ପଢନ୍ତୁ

author img

By

Published : Aug 14, 2023, 9:38 PM IST

ଲିଭର ପ୍ରତ୍ୟାରୋପଣ ୟୁନିଟ ପାଇଁ ଆସିଥିଲା ଟଙ୍କା, ଖର୍ଚ୍ଚ ହୋଇଛି କୋଭିଡ ମୁକାବିଲାରେ !

କଟକ: ଏସସିବି ବଡ଼ ମେଡିକାଲରେ ବିଧାନସଭା ପିଏସି କମିଟି । ସବୁ ଦିଗରେ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ସହ ରୋଗୀ ସେବା କିପରି ହେଉଛି ତାହା ଉପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି ପବ୍ଲିକ ଆକାଉଣ୍ଟ କମିଟି (PAC) ।

ଏସସିବିର ବିଭିନ୍ନ ବିଭାଗ ଅନୁଧ୍ୟାନ ପରେ କମିଟି ଅଧ୍ୟକ୍ଷ ମୋହନ ମାଝୀ କହିଛନ୍ତି ଲିଭର ପ୍ରତ୍ୟାରୋପଣ କରିବା ପାଇଁ 2013 ରେ ନିଷ୍ପତି ହୋଇଥିଲା । ପ୍ରାଥମିକ ସ୍ତରରେ LTU (ଲିଭର ପ୍ରତ୍ୟାରୋପଣ ୟୁନିଟ ) ପାଇଁ 12 କୋଟି 52 ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାରଞ୍ଜମ ପାଇଁ 21 କୋଟି 50 ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଏପରିକି 2015 ମସିହାରେ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ ସରକାର । କିନ୍ତୁ ଏହାରି ଭିତରେ 8 ବର୍ଷ ବିତି ସାରିଛି। ନାଁ LTU ର ଅପରେସନ କୋଠରୀ ନିର୍ମାଣ ହୋଇଛି ନାଁ ଅନ୍ୟାନ୍ୟ ସାମଗ୍ରୀ ଆସିଛି । କେବଳ ଟଙ୍କାର ଅପଚୟ ସ୍ପଷ୍ଟ ବାରି ହୋଇପଡୁଛି ।

ଏହାବି ପଢନ୍ତୁ- ସରକାରୀ ଟଙ୍କା ଆତ୍ମସାତ କରୁଛି ଜଳସମ୍ପଦ ବିଭାଗ, ଫିଲଡ ଭିଜିଟ କରିବ PAC କମିଟି

ମୋହନ ଅଭିଯୋଗ କରିଛନ୍ତି ଗୋଟିଏ ପଟେ ଏସସିବି ବଡ଼ ମେଡିକାଲକୁ ବିଶ୍ବ ସ୍ତରୀୟ ଏମସ ପ୍ଲସ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଛି । ଏହାରି ଭିତରେ ଏପରି ଅପରେସନ ଗୃହ ନିର୍ମାଣ ଦିଗରେ ଯେଉଁ ପଦକ୍ଷେପ ଗ୍ରହଣ କରଯାଇଛି ତାହା ବେଶ ନିନ୍ଦନୀୟ । ସେହିପରି ଟ୍ରମା କେୟାର ସେଣ୍ଟରରେ LTU ଅପରେସନ ଥିଏଟର କିପରି ନିର୍ମାଣ କରଯାଇଛି ତାହା ମଧ୍ୟ ବର୍ତ୍ତମାନ ବଡ଼ ପ୍ରଶ୍ନ। ଯେଉଁ ଟଙ୍କା ବିଭିନ୍ନ ସରଞ୍ଜମ ପାଇଁ ଆସିଥିଲା ସେହି ଟଙ୍କା କୋଭିଡ ସମୟରେ ଖର୍ଚ୍ଚ କରଯାଇଛି । ଅନ୍ୟାନ୍ୟ ଜିନିଷ ମଧ୍ୟ କିଣାଯାଇଥିବା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ମୋହନ । । ଏନେଇ କମିଟି ଏକ ଆକ୍ସନ ରିପୋର୍ଟ ପ୍ରସ୍ତୁତ କରିବ। ଏହାପରେ ଆସନ୍ତା ବୈଠକରେ ଏହା ଉପରେ ଆଲୋଚନା ପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ।

ସୂଚାନଯୋଗ୍ୟଯେ ଏସସିବି ମେଡିକାଲ କଲେଜକୁ ଏମସ ପ୍ଲସ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତ ଗତି ରେ ଆଗେଇ ଚାଲିଛି। ଖୁବ ଶୀଘ୍ର ନୂଆ ରୁପରେ ନଜର ଆସିବ ଏସସିବି ବଡ଼ ମେଡିକାଲ। ଏନେଇ ରାଜ୍ୟ ସରକାର ନିର୍ମାଣ କାମ ଜାରି ରଖିଛନ୍ତି । ରୋଗୀ ସେବା ଶୀଘ୍ର ଓ ତ୍ବରିତ ଡ଼ଙ୍ଗରେ କିପରି ହୋଇ ପାରିବ ତାହା ଉପରେ ଫୋକସ କରୁଛନ୍ତି ରାଜ୍ୟ ସରକାର। ତେବେ ଆଜି PAC କମିଟି ଯାଞ୍ଚ ପରେ ସରକାର କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହାରି ଉପରେ ନଜର।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.