ETV Bharat / state

କପି ଉପରେ ଲଗାମ, କମୁଛି ପାସହାର

10ମ ବୋର୍ଡକୁ ନେଇ ଶକ୍ତ ଆଭିମୁଖ୍ୟ ଦେଖାଇଛି ବୋର୍ଡ । ପାସ ହାର କମିଲେ ସୁଦ୍ଧା କପି ଉପରେ ଲଗାମ ଲଗାଇବାକୁ ନେଉଛି କଡା ପଦକ୍ଷେପ ।

author img

By

Published : May 29, 2019, 6:55 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, କଟକ

କଟକ: ବର୍ଷକୁ ବର୍ଷ କମୁଛି ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାସ୍ ହାର । ଖାସ କରି ଗତ ୨ ବର୍ଷ ହେବ ପାସ୍ ପ୍ରତିଶତ ବିପୁଳ ବ୍ୟବଧାନରେ ହ୍ରାସ ପାଇଛି । ଅଧିକ ପରିମାଣରେ ଛାତ୍ରଛାତ୍ରୀ ଫେଲ ହେଉଛନ୍ତି । ଏହା କାହିଁକି ଓ କିପରି ହେଉଛି ? ଏ ନେଇ କାରଣ ଖୋଜି ନିର୍ଯ୍ୟାସରେ ପହଞ୍ଚିଛି ବୋର୍ଡ ।

କପି ରୋକିବା ସଫଳତା ହିଁ ପରୀକ୍ଷାରେ ବିଫଳ ହେବାର କାରଣ । ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ପରୀକ୍ଷା ହଲରେ କଡା ସିକ୍ୟୁରିଟି ବ୍ୟବସ୍ଥା ଯୋଗୁଁ କପି ଉପରେ ଲଗାମ ଲାଗିଛି । ଯେଉଁଥିପାଇଁ ରେଜଲ୍ଟ ମଧ୍ୟ କମିଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

କପି ରୋକିବାକୁ ଗତ ୨ ବର୍ଷ ହେବ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କଟକ

ପୂର୍ବରୁ ମାଟ୍ରିକ ପରୀକ୍ଷାର୍ଥୀମାନେ ନିଜ ନିଜ ସ୍କୁଲରେ ପରୀକ୍ଷା ଦେଉଥିଲେ । ଫଳରେ ସେମାନେ ସେଠାରେ କପି କରି ପାସ୍ ହେବାକୁ ସୁଯୋଗ ପାଉଥିଲେ । କିନ୍ତୁ ଗତ ୨ ବର୍ଷ ହେଲା ପରୀକ୍ଷା କେନ୍ଦ୍ରକୁ ପରିବର୍ତ୍ତନ କରାଯାଉଛି । ନିଜ ସ୍କୁଲ ବଦଳରେ ଅନ୍ୟ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଉଛି । କେଵଳ ସେତିକି ନୁହେଁ ପରୀକ୍ଷା ସମୟରେ ବିଭିନ୍ନ ସ୍କ୍ୱାର୍ଡ ମଧ୍ୟ କେନ୍ଦ୍ର ଭିତରେ କପି ଯାଞ୍ଚ କରୁଛନ୍ତି । ସେହିପରି ଅନେକ କେନ୍ଦ୍ରରେ ମଧ୍ୟ ସିସିଟିଭି ଲଗାଯାଇଛି । ଫଳରେ ଅନେକ ଛାତ୍ରଛାତ୍ରୀ କପି କରିବାରେ ବିଫଳ ହୋଇ ଫେଲ ହେଉଛନ୍ତି ।

ଆଗାମୀ ବର୍ଷଠୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଦେଖିବାକୁ ଗଲେ ଦିନକୁ ଦିନ କଠୋର ହେଉଛି ବୋର୍ଡ଼ । ଅସାଧୁ ଉପାୟରେ ପାସ୍ କରିବାକୁ ଚାହୁଁ ଥିବା ପରୀକ୍ଷାର୍ଥୀ ବିଫଳ ହେଉଛନ୍ତି ବୋଲି ବୋର୍ଡ଼ ସଭାପତି ଜଣାଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: ଗୋଟିଏ ଦିନରେ ପୃଥକ ପୃଥକ ସ୍ଥାନରୁ ମିଳିଥିଲା ମା ପୁଅଙ୍କର ଦୁଇଟି ଶବ। ଯାଜପୁର ଜିଲ୍ଲା ଧର୍ମଶାଳା ଦେଉଳି ପାହାଡ଼ ଉପରୁ ମାର ମୃତଦେହ ମିଳିଥିବା ବେଳେ ବାଲେଶ୍ବର ଅଞ୍ଚଳରୁ ନଦୀ ରୁ ଉଦ୍ଧାର ହୋଇଥିଲା ପୁଅର ଶବ । ସେହିପରି ମାର ଶବ ନିକଟରୁ ମୁର୍ମୁସ ଅବସ୍ଥାରେ ଉଦ୍ଧାର ହୋଇଥିଲା ନାବାଳିକା ଝିଅ । ନାବାଳିକାଙ୍କୁ ପ୍ରେମ କରିବାରେ ବିଫଳ ହୋଇ ଜଣେ ଯୁବକ କରିଥିଲା ଏଭଳି ଉନ୍ମତ୍ତ କାଣ୍ଡ । ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଉଳି ନିକଟରେ । ଅଭିଯୁକ୍ତ ଯୁବକର ସହଯୋଗୀକୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଘଟଣା ଦିନରୁ ପୋଲିସ ଆଖିରେ ଧୂଳି ଦେଇ କେଉଁଆଡ଼େ ଫେରାର ହୋଇଯାଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ। ଅଭିଯୁକ୍ତ ନାଁ ବାବନ ବେହେରା ଵୋଲି ଜଣାପଡ଼ିଥିବା ବେଳେ ମୃତା ମହିଳାଙ୍କ ନାଁ ମିଟୁଆ ସାମଲ ବୋଲି ଜଣାପଡିଛି।
vo-1-ଝିଅକୁ ପ୍ରେମ କରିବାରେ ବିଫଳ ହୋଇ ଏକା ଦିନରେ ମା ଓ ଭାଇର ଜୀବନ ନେଲେ ପ୍ରେମିକ । ଗୋଟିଏ ପଟେ ମାକୁ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଉଳି ପାହାଡ଼ ଉପରେ ଛେଚି ଛେଚି ହତ୍ୟା କରିଥିବା ବେଳେ ଝିଅର ଭାଇକୁ ବାଲେଶ୍ବର ଜିଲ୍ଲା ସହଦେଵ ଖୁଣ୍ଟା ଥାନା ଅଞ୍ଚଳରେ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ। ସୂଚନା ମୁତାବକ ନାବାଳିକା ଝିଅ ସହ ପ୍ରେମର ବାହାନା ଦେଖାଇ ଯୁବକ ଜଣକ ଅନୈତିକ ସମ୍ପର୍କ ରଖିଥିବା ଥାନାରେ ଅଭିଯୋଗ ହୋଇଥିଲେ। ଯୁବକ ଓ ତାର ଅନ୍ୟ ଜଣେ ସହଯୋଗୀ ଉଭୟ ମା ଓ ଝିଅଙ୍କୁ ଦେଉଳି ପାହାଡ଼ ଉପରକୁ ଉଠାଇନେଇ ସେମାନଙ୍କ ସହ ଦୁଷ୍କର୍ମ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ମାର ମୃତ୍ୟୁ ଘଟିଥିବା ବେଳେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଈଁ ସ୍ଥାନାନ୍ତର କରାଯାଇଥିଲା। ମୁଖ ଅଭିଯୁକ୍ତ ବାବନ ବେହେରା ଫେରାର ଥିବା ବେଳେ ତାର ଗିରଫ ଦାବୀ କରିଛନ୍ତି ପରିବାର ଲୋକ।
bite-୧-ମମତା ସାମଲ, ସାବତ ଝିଅ
bite-୨-କୃଷ୍ଣଚନ୍ଦ୍ର ସାମଲ, ମୃତ ମହିଲାଙ୍କ ସ୍ୱାମୀ

Body:vo-2-ପାରିପାର୍ଶ୍ବିକ ସ୍ଥିତି ଓ ମୃତକ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଧର୍ମଶାଳା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଏଥିସହିତ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ଏହି ଘଟଣାର ଅଭିଯୁକ୍ତ ବାବନ ବେହେରା ଫେରାର ରହିଥିବା ବେଳେ ତାର ଜଣେ ସହଯୋଗୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଧର୍ମଶାଳା ଥାନା ଅଧିକାରୀ କହିଛନ୍ତି। ମାର ମୃତ୍ୟୁକୁ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ବାରୀ ହେଉଥିବା ବେଳେ କିପରି ଏବଂ କେଉଁ ପରିସ୍ଥିତିରେ ଅନ୍ୟତ୍ର ବାଲେଶ୍ବରରେ ପୁଅର ମୃତ୍ୟୁ ଘଟିଛି ତାକୁ ନେଇ ପୋଲିସ ସନ୍ଦିହାନ ହୋଇପଡିଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଏହାର ଖୋଲତାଡ଼ ଚଳାଇଛି। ଅଭିଯୁକ୍ତ ମାନେ ଯୋଜନାବଦ୍ଧ ଭାବେ ପୃଥକ ପୃଥକ ସ୍ଥାନରେ ଉଭୟ ମା ଓ ପୁଅଙ୍କୁ ହତ୍ୟା କରିବା ସହ ଝିଅକୁ ଆକ୍ରମଣ କରି ଗୁରୁତର କରିଥିବା ଚର୍ଚ୍ଚା ହେଉଛି। ତେବେ ଅଭିଯୁକ୍ତ ଏଯାଏ ଫେରାର ରହିଥିବା ବେଳେ ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବ ବୋଲି ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି।
bite-୩-ଦୁଃଖୀଶ୍ୟାମ ସାମଲ, ଗ୍ରାମବାସୀ
bite-୪-ସରୋଜ କୁମାର ସାହୁ, ଧର୍ମଶାଳା ଥାନା ଅଧିକାରୀ
fvo-ତେବେ ବାତ୍ୟା ସମୟରେ ମା ଓ ଝିଅ ପାହାଡ ଉପରକୁ କିପରି ଆସିଲେ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେହି ଏକା ଦିନରେ ପୁଅର ମୃତଦେହ ନଦୀରୁ ମିଳିବା ନେଇ ଆଶ୍ଚର୍ଯ୍ୟ ଚକିତ ହୋଇପଡିଛନ୍ତି ସ୍ଥାନୀୟ ଲୋକ। ଘଟଣାର ଫର୍ଦ୍ଧାଫାସ କରିବାକୁ ପୋଲିସ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା।

Conclusion:(ବି.ଦ୍ର.-ଗତ 3ତାରିଖରେ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ଯାଜପୁର ଜିଲ୍ଲା ର ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ଅପରାଧିମାନେ ରଚିଥିଲେ ଜଘନ୍ୟ କାଣ୍ଡ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଉଳି ନିକଟରେ ।4 ତାରିଖ ଦିନ ସକାଳୁ କୌଣସି ସୂତ୍ରରୁ ଖବର ପାଇ ପୋଲିସ ପହଞ୍ଚିଥିଲା ଦେଉଳି ପାହାଡରେ । ଜବତ କରିଥିଲେ 55 ବର୍ଷୀୟ ମହିଳାଙ୍କ ମୃତଦେହ ।ମୃତ ମହିଳା ଜଣକ ଥିଲେ କାଏମା ଗୋଗଳ ଗ୍ରାମର କୃଷ୍ଣଚନ୍ଦ୍ର ସାମଲଙ୍କ ଦିତୀୟ ସ୍ତ୍ରୀ। ମିଟୁଆ ସାମଲ। କୃଷ୍ଣଚନ୍ଦ୍ର କିଛିବର୍ଷ ହେବ ଜାରକା ନିକଟ ଦେଉଳିଠାରେ ଘରକରି ରହିଆସୁଥିଲେ। ପୋଲିସ ମିଟୁଆଙ୍କ ଶବ ନିକଟରୁ ତାଙ୍କ ର ନାବାଳିକା ଝିଅ କୁ ମଧ୍ୟ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲ କୁ ସ୍ଥାନାନ୍ତର କରିଛି। ଏବେ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ ପରେ ତାଙ୍କୁ ଏକ ସ୍ୱାଧାର ଗୃହରେ ରଖାଯାଇଛି। କୃଷ୍ଣଚନ୍ଦ୍ରଙ୍କ ପୁଅ ବୃତିରେ ଜଣେ ଗାଡିଚାଳକ ହୋଇଥିବା ବେଳେ ସେ ବାଲେଶ୍ଵର ଅଞ୍ଚଳରେ ରହି କାମ କରୁଥିଲେ ।ଗତ 29ତାରିଖରେ ଯୁବକ ଜଣକ ଦେଉଳି ଠାରେ ଭୋଟ ଦେବା ପରେ ସହଦେଵଖୁଣ୍ଟା ଫେରିଯାଇଥିଲେ । 1 ତାରିଖ ଦିନ ତାଙ୍କର ଶବକୁ ସହଦେଵଖୁଣ୍ଟା ପୋଲିସ ଉଦ୍ଧାର କରିଥିଲେ। ତେବେ ଦେଉଳି ଗାଁର ବାବନ ଓରଫ ମୁନା ବେହେରା ନାମକ ଯୁବକ ଏହି ହତ୍ୟାକାଣ୍ଡର ମୁଖ୍ୟ ନାୟକ ବିଲି ମୃତ ମିଟୁଆ ସାମଲଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି। ହତ୍ୟାକାଣ୍ଡ ପଛରେ ପ୍ରେମ ଜନିତ କାରଣ ଥାଇପାରେ ବୋଲି ସନ୍ଦେହ ଘନୀଭୂତ ହୋଇଛି।)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.