ETV Bharat / state

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲା, ଆପୋଷ ସାମାଧନ ଚାହୁଁଛନ୍ତି ହ୍ୟୁମାନ ଏବଂ ତାଙ୍କ ମାଆ

author img

By

Published : Jan 20, 2023, 10:00 PM IST

ବହୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ପାରିବାରିକ ବିବାଦ ନେଇ ପ୍ରତିକ୍ରିୟା ରଖିଲେ ହ୍ୟୁମାନ ଓ ତାଙ୍କ ମାଆ । ଆପୋଷ ସାମାଧନ ଚାହୁଁଥିବା ହ୍ୟୁମାନ ଏବଂ ତାଙ୍କ ମାଆ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ପାରିବାରିକ ବିବାଦ ମାମଲାର ସମାଧାନ ପାଇଁ ପ୍ରସ୍ତୁତ ହ୍ୟୁମାନ ସାଗର ଓ ତାଙ୍କ ମାଆ

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ହ୍ୟୁମାନ ଏବଂ ତାଙ୍କ ମାଆ । ଉଭୟ ସମାଧାନ ଚାହୁଁଥିବା କହିଛନ୍ତି । ସବୁକିଛି ଶ୍ରୀୟାଙ୍କ ଉପରେ ନିର୍ଭର କରେ । ସମାଧାନ ପାଇଁ ହ୍ୟୁମାନ କହିଥିବାବେଳେ ଶ୍ରୀୟା ଦୁଇ ଦିନ ସମୟ ନେଇଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଯୋଡି ହେବା ନେଇ ଆଶା ରଖିଛନ୍ତି ହ୍ୟୁମାନଙ୍କ ମାଆ । ଧର୍ମ ପରିବର୍ତ୍ତନ ଅଭିଯୋଗ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ହ୍ୟୁମାନଙ୍କ ମାଆ ସେଫାଳି ସୁନା । ତାଙ୍କ କହିବା ମୁତାବକ ଶ୍ରୀୟାଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଏକ ଠାକୁର ଘର ନିର୍ମାଣ କରାଯାଇଛି । ଶ୍ରୀୟା ଏବଂ ତାଙ୍କ ବାପଘର ଲୋକ ଆସିଲେ ସେ ସେଠାରେ ପୂଜା କରନ୍ତି । ତେବେ ସବୁ ଧର୍ମକୁ ଆମେ ସମ୍ମାନ ଦେଇଥାଉ ବୋଲି ସେଫାଳି କହିଛନ୍ତି ।

ପତ୍ନୀ ଓ ଝିଅକୁ ମିସ କରୁଛନ୍ତି ହ୍ୟୁମାନ:- ଗତକାଲିଠାରୁ ଆଜି ନରମିଛନ୍ତି ହ୍ୟୁମାନ ସାଗର । ଯଦିଓ ସିଧାସଳଖ ନିଜ ଭୁଲକୁ ସ୍ବୀକାର କରିନାହାନ୍ତି, ତେବେ ଘଟଣାର ସମାଧାନ ପାଇଁ ପୋଲିସକୁ ଜଣାଇଥିବା କହିଛନ୍ତି । ସେ କହିଛନ୍ତି, "ଶ୍ରୀୟା, ଝିଅ ଏବଂ ଶ୍ରୀୟାଙ୍କ ପରିବାର ଲୋକଙ୍କୁ ମୁଁ ବହୁତ ଭଲପାଏ । କେବଳ ମୁଁ ନୁହେଁ ମୋ ମାଆ ଏବଂ ପୁରା ପରିବାର ମଧ୍ୟ ଶ୍ରୀୟାଙ୍କୁ ଭଲ ପାଆନ୍ତି ।" ତେବେ କାହିଁକି ଏବଂ କେବେଠାରୁ ଏହି ପାରିବାରିକ ବିବାଦ ହେଲା ସେନେଇ କିନ୍ତୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ହ୍ୟୁମାନ । ଉଭୟ ପତ୍ନୀ ଏବଂ ଝିଅକୁ ସେ ବହୁତ ମିସ୍‌ କରୁଥିବା କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ବିବାଦ ମାମଲାରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଯିବ ବୋଲି ହ୍ୟୁମାନ କହିଛନ୍ତି ।

ଗତକାଲି ଥାନାରେ ହାଜର ହୋଇଥିଲେ ଉଭୟଙ୍କ ପରିବାର:- ପୂର୍ବରୁ ଶ୍ରୀୟାଙ୍କ ଅଭିଯୋଗ କ୍ରମେ ଗତକାଲି(ଗୁରୁବାର) କଟକ ମହିଳା ଥାନାରେ ହାଜର ହୋଇଥିଲେ ଉଭୟ । ପ୍ରଥମେ ହ୍ୟୁମାନ ସାଗର ନିଜର ଓକିଲଙ୍କ ସହ ଥାନାରେ ହାଜର ହୋଇଥିଲେ । ପରେ ପତ୍ନୀ ଶ୍ରୀୟା ମଧ୍ୟ ତାଙ୍କର ଓକିଲଙ୍କ ସହ ଥାନାରେ ହାଜର ହୋଇଥିଲେ । ପୋଲିସ ଉପସ୍ଥିତିରେ ଉଭୟ ଓ ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ତେବେ ଏହି ଆଲୋଚନା ସକାରାତ୍ମକ ହୋଇଥିବା ଜଣାପଡିଛି । ଥାନାରୁ ବାହାରିବା ପରେ ଗତକାଲି ପ୍ରତିକ୍ରିୟା ରଖିଥିଲେ କଣ୍ଠଶିଳ୍ପୀ ହ୍ୟୁମାନ । ତାଙ୍କ ଉପରେ ପତ୍ନୀଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ହ୍ୟୁମାନ ସଫେଇ ଦେଇଥିଲେ । ପତ୍ନୀ ରାଗିକି ଏଭଳି କହିଛନ୍ତି ବୋଲି ହ୍ୟୁମାନ କହିଥିଲେ । ତେବେ ୨ ଦିନ ଭିତରେ ସମାଧାନ ହୋଇଯିବ ବୋଲି ସେ ଆଶାବାଦୀ ବୋଲି କହିଥିଲେ । ସେ କହିଥିଲେ, ''ମୁଁ କୌଣସି ଅଭିଯୋଗ କରିନାହିଁ । ମୁଁ କୌଣସି ଧର୍ମ ପରିବର୍ତ୍ତନ କଥା କହିନାହିଁ । ସବୁ ଧର୍ମକୁ ମୁଁ ସମ୍ମାନ ଦିଏ ଆଉ ଭଲପାଏ । ମୋର ଭଜନ ବି ଆପଣ ଶୁଣିଛନ୍ତି । ଯୌତୁକ ପାଇଁ ୧୫ ଲକ୍ଷ ଟଙ୍କା ଦାବି କରିବା କଥା ମିଛ । ହତ୍ୟା କରିବା ଅଭିଯୋଗର କୌଣସି ସତ୍ୟତା ନାହିଁ । ମୁଁ ହତ୍ୟାକାରୀ ନୁହେଁ ।'' ଏଭଳି କହି ହ୍ୟୁମାନ ଗତକାଲି ସଫେଇ ଦେଇଥିଲେ ।

ହ୍ୟୁମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଶ୍ବଶୁର:- ତେବେ ଏନେଇ ଶ୍ରୀୟା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଶ୍ରୀୟାଙ୍କ ବାପା ଏବଂ ଓକିଲ ପ୍ରତିକ୍ରିୟା ଦେଇଛନ୍ତି । ଶ୍ରୀୟାଙ୍କ ବାପା ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ "ହ୍ୟୁମାନ ସବୁବେଳେ ମଦ୍ୟପାନ କରନ୍ତି । ସେ ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି । ପତ୍ନୀଙ୍କୁ ଅନେକ ସମୟରେ ମାନସିକ ନିର୍ଯାତନା ଦେଇଥାନ୍ତି । ଏପରିକି ବହୁବାର ପତ୍ନୀଙ୍କୁ ବାଡ଼େଇବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ଧର୍ମ ପରିବର୍ତ୍ତନ କରିବାକୁ ପତ୍ନୀ ଶ୍ରୀୟା ମିଶ୍ରଙ୍କୁ ବାରମ୍ବାର ଚାପ ପକାଇଛନ୍ତି ।" ସେହିପରି ଅନେକ ଥର ଯୌତୁକ ଦାବି କରିଛନ୍ତି । ଯୌତୁକ ବାବଦକୁ ଶ୍ରୀୟାଙ୍କ ପରିବାର ହ୍ୟୁମାନଙ୍କୁ ପ୍ରାୟ ୧୫ ଲକ୍ଷ ଟଙ୍କା ଦେଇଛନ୍ତି । ଗାଡି ମଧ୍ୟ ଦେଇଛନ୍ତି । ତେବେ ଦୀର୍ଘ ୪ ମାସ ହେବ ଉଭୟ ପରସ୍ପର ଠାରୁ ଅଲଗା ହୋଇ ରହୁଥିବା ନେଇ ଶ୍ରୀୟାଙ୍କ ବାପା ଏବଂ ତାଙ୍କ ଓକିଲ ଅଭିଯୋଗ କରିଛନ୍ତି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ମାମଲାର ସମାଧାନ ପାଇଁ ଉଭୟ ସମୟ ନେଇଛନ୍ତି । ଦୁଇ ଦିନ ପରେ ସବୁ ସ୍ପଷ୍ଟ ହେବ । ଥାନାରେ ଯେଉଁ ଆଲୋଚନା ହେଲା ତାହା ଗୋଟିଏ ପ୍ରକାର ସକାରାତ୍ମକ ଦିଗକୁ ଯାଇଥିବା ଶ୍ରୀୟାଙ୍କ ଓକିଲ କହିଛନ୍ତି ।

'ସମାଧାନ ନହେଲେ ଆଇନ ଅନୁଯାୟୀ ବଢ଼ିବ ମାମଲା':- ଏନେଇ ସ୍ଥାନୀୟ ଏସିପି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସ୍ଥାନୀୟ ଏସିପି ଅମିତାଭ ମହାପାତ୍ରଙ୍କ କହିଛନ୍ତି, "ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ପରିବାର ସୌହାର୍ଦ୍ଦ୍ୟପୂର୍ଣ୍ଣ କଥାବାର୍ତ୍ତା ପାଇଁ ଦୁଇ ଦିନ ସମୟ ନେଇଛନ୍ତି । ହ୍ୟୁମାନ ଓ ପତ୍ନୀ ଶ୍ରୀୟା ମଧ୍ୟ ରାଜି ହୋଇଛନ୍ତି ମିଳାମିଶା ପାଇଁ । ଉଭୟ ପରିବାରର ମୁରବୀ ମଧ୍ୟ ରାଜି ହୋଇଛନ୍ତି । ଏହି ସକାରାତ୍ମକ ଆଲୋଚନା ପାଇଁ ଉଭୟ ଏବଂ ଉଭୟଙ୍କ ପରିବାର ରାଜି ହୋଇଥିବାରୁ ଏହି ମାମଲାର ଆପୋଷ ସମାଧାନ ହେବ ବୋଲି ଆଶା କରାଯାଉଛି । ଆସନ୍ତା ୨ ଦିନ ପରେ ଉଭୟ ମହିଳା ଥାନାରେ ସମାଧାନ ନେଇ ଜଣାଇବେ ।" ତେବେ ଯଦି ସମାଧାନ ନହୁଏ, ଆଇନ ଅନୁଯାୟୀ ମାମଲା ଆଗକୁ ବଢ଼ିବ ବୋଲି ଏସିପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.