ETV Bharat / state

ପିଣ୍ଟୁ ନନ୍ଦଙ୍କ ପରଲୋକରେ ଓଲିଉଡରେ ଶୋକର ଛାୟା, ଅପୂରଣୀୟ କ୍ଷତି କହିଲେ କଳାକାର

author img

By

Published : Mar 2, 2023, 10:58 AM IST

Updated : Mar 2, 2023, 1:18 PM IST

ପିଣ୍ଟୁ ନନ୍ଦଙ୍କ ପରଲୋକରେ ଓଲିଉଡରେ ଶୋକର ଛାୟା । ତାଙ୍କ ଜାଗା ଆଉ କେହି ପୂରଣ କରିପାରିବେ ନାହିଁ କହିଲେ ବରିଷ୍ଠ କଳାକାର କୁନା ତ୍ରିପାଠୀ । ଅଧିକ ପଢନ୍ତୁ

cine industry mourns demise of actor Pintu Nanda

କଟକ: ଆରପାରିରେ ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣୀା ଅଭିନେତା ପିଣ୍ଟୁ ନନ୍ଦ । ଡାକ୍ତରଙ୍କ ଅହରହ ଚେଷ୍ଟା, ସାଢେ ୪କୋଟି ଓଡିଆଙ୍କ ଭଲପାଇବା ସତ୍ତ୍ବେ ମଧ୍ୟ ସମସ୍ତଙ୍କୁ ସେ ଛାଡି ଚାଲିଯାଛନ୍ତି । ଗତକାଲି(ବୁଧବାର) ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ଓଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବରିଷ୍ଠ କଳାକାରମାନେ ମତପୋଷଣ କରିଛନ୍ତି ।

୫୦ରୁ ଅଧିକ ଚଳଚ୍ଚିତ୍ର ଓ ଆଲବମରେ ଅଭିନୟ କରିଥିଲେ ପିଣ୍ଟୁ ନନ୍ଦ । ତେବେ ତାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡିଛି ସାରା କଳାକାର ଜଗତ । ପୂର୍ବରୁ ଅଜିତ ଦାସ, ବିଜୟ ମହାନ୍ତି ଏବ‌ଂ ମିହିର ଦାସ ଭଳି କଳାକାରଙ୍କ ଦେହାନ୍ତ ହୋଇଥିବା ବେଳେ ବର୍ତ୍ତମାନ ପିଣ୍ଟୁ ନନ୍ଦଙ୍କ ଦେହାନ୍ତକୁ ସହଜରେ ଗ୍ରହଣ କରିପାରୁନି ଓଲିଉଡ଼ ଜଗତ । ତେବେ ତାଙ୍କ ଆତ୍ମା ସଦଗତି ହେବା ସହ ସେ ଅଭିନୀତ ଫିଲ୍ମକୁ ମନେ ପକାଇ ଝୁରିଛନ୍ତି ଅନେକ କଳାକାର ।

ଏନେଇ କଳାକାର କୁନା ତ୍ରିପାଠୀ ଓ ଶ୍ରୀତମ ଦାସ କହିଛନ୍ତି, "ଏକ ସ୍ନେହୀ କଳାକାରକୁ ହରାଇଲା ଓଡିଶା । ତାଙ୍କ ଜାଗା ଆଉ କେହି ପୂରଣ କରିପାରିବେ ନାହିଁ । ସବୁ ଚରିତ୍ରକୁ ସେ ହୃଦୟରୁ ନିଭାଉଥିଲା । ଏକଥା ଗ୍ରହଣ କରିବା ପାଇଁ ଆମ ପକ୍ଷେ ସମ୍ଭବ ନୁହଁ । ସେ ମୋପାଖରେ ବହୁତ ଅଳି କରୁଥଲା । ତା ଭଳି କଳାକାର ଆଉ ମିଳିବେ ନାହିଁ । ଆମେ ତାଠାରୁ ବୟସର ପାହାଚରେ ଆଗରେ ରହିଥିଲୁ । ତାର ଦେହାନ୍ତ ଆମକୁ ଡରେଇ ଦେଇଛି । "

ଏହା ମଧ୍ୟ ପଢନ୍ତୁ: Pintu Nanda Passes Away: ଆରପାରିରେ ଅଭିନେତା ପିଣ୍ଟୁ ନନ୍ଦ

ସୂଚନା ଅନୁସାରେ ଗତ କିଛିଦିନ ହେବ ପିଣ୍ଟୁ ଲିଭର ସୋରାସିସ ରୋଗରେ ପୀଡିତ ଥିବାରୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିଲା । ସେ କିମ୍‌ସରେ ଚିକିତ୍ସିତ ହେଉଥିବା ବେଳେ ଫେବୃଆରୀ ୭ ତାରିଖରେ ଯକୃତ ପ୍ରତିରୋପଣ ବା ଲିଭର ଟ୍ରାନ୍ସପ୍ଲାନେଟ ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା । ILVS ହସ୍ପିଟାଲରେ ପିଣ୍ଟୁଙ୍କର ହୋଇଥାନ୍ତା ଅପରେସନ । ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଯଦି ପ୍ରତିରୋପଣ ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ ବୋଲି ଡାକ୍ତର କହିଥିଲେ ।

ଏହାପରେ ତାଙ୍କୁ ଫେବୃୟାରୀ ୨୫ ତାରିଖରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲକୁ ଅଣାଯାଇଥିଲା । ଯେଉଁଠି ତାଙ୍କର ଲିଭର ପ୍ରତିରୋପଣ କରାଯାଇଥାନ୍ତା । ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ବେ ତାଙ୍କର ପରଲୋକ ହୋଇଛି । ଓଡିଶାବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ମଧ୍ୟ ତାଙ୍କୁ ବଞ୍ଚାଇ ପାରିଲାନାହିଁ । ତାଙ୍କ ମୃତ୍ୟୁରେ ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ତାଙ୍କର ବିୟୋଗ ସିନେପ୍ରେମୀ ଓ ଅଭିନେତାଙ୍କ ପ୍ରଶଂସକଙ୍କୁ ବେଶ୍ ଆଘାତ ଦେଇଛି । ତାଙ୍କ ଅଭିନୀତ ଫିଲ୍ମ ଜୟ ଜଗନ୍ନାଥ ‘ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇଁ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, କଥା ଦେଲି ମଥା ଛୁଇଁ, ଲଭ୍ ମାଷ୍ଟର, ଦୋସ୍ତି ପ୍ରେମ ଋତୁ ଆସିଲା ‌ରେ, ହାତ ଧରି ଚାଲୁଥା, ଲଭ୍‌ ଏକ୍ସପ୍ରେସ୍‌ ଭଳି ଅନେକ ଓଡ଼ିଆ ସିନେମାରେ ପିଣ୍ଟୁ ନନ୍ଦ ଅଭିନୟ କରିଛନ୍ତି । ତାଙ୍କର ଅଭିନୀତ ଓଡ଼ିଆ ଆଲବମ୍ ଗୀତଏ ଗଉରା ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା ।

ଇଟିଭି ଭାରତ, କଟକ

Last Updated : Mar 2, 2023, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.