ETV Bharat / state

ହାଇଦ୍ରାବାଦରେ ଅସୁସ୍ଥ ଓଡିଆ ଯବାନଙ୍କ ମୃତ୍ୟୁ, ନିଆଳିରେ ଶେଷକୃତ୍ୟ ସମ୍ପନ୍ନ

author img

By

Published : Nov 13, 2022, 8:56 AM IST

ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଅସୁସ୍ଥ ଓଡିଆ ଯବାନ । ନିଆଳି କପାସି ଗ୍ରାମରେ ଗାର୍ଡ ଅଫ୍ ଅନର ସହ ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ

ହାଇଦ୍ରାବାଦରେ ଅସୁସ୍ଥ ଓଡିଆ ଯବାନଙ୍କ ମୃତ୍ୟୁ, ନିଆଳିରେ ଶେଷକୃତ୍ୟ ସମ୍ପନ୍ନ
ହାଇଦ୍ରାବାଦରେ ଅସୁସ୍ଥ ଓଡିଆ ଯବାନଙ୍କ ମୃତ୍ୟୁ, ନିଆଳିରେ ଶେଷକୃତ୍ୟ ସମ୍ପନ୍ନ

ନିଆଳି: ହାଇଦ୍ରାବାଦରେ ଆଖି ବୁଜିଲେ ଅସୁସ୍ଥ ଓଡିଆ ଯବାନ । ହାଇଦ୍ରାବରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଓଡିଆ ବିଏସଏଫ ଯବାନଙ୍କ ମୃତ୍ୟୁ ହୋଇଛି । ମୃତକ ନିଆଳି ବ୍ଲକ କପାସି ଗ୍ରାମର ରବୀନ୍ଦ୍ରନାଥ ନାୟକ । ସେ Frontier HQ (Special Ops) ଓଡିଶା ଭୁବନେଶ୍ବରେ କାର୍ଯ୍ୟରତ ଥିଲେ । ଦେହାନ୍ତ ପରେ ବିମାନ ଯୋଗେଁ ତାଙ୍କର ମରଶରୀର ହସ୍ପିଟାଲରୁ ଜନ୍ମମାଟି ନିଆଳିରେ ପହଞ୍ଚିଛି ଏବଂ ଗ୍ରାମ ଶ୍ମଶାନରେ ଗାର୍ଡ ଅଫ ଅନର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସୂଚନା ମୁତାବକ, ବିଏସଏଫ ଯବାନ ରବୀନ୍ଦ୍ର ଅସୁସ୍ଥତା ଯୋଗୁଁ କିମ୍ସରେ ଭର୍ତ୍ତି ହୋଇଥିଲେ । ପରେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ବିଏସଏଫ ଯବାନଙ୍କ ମୃତ୍ୟୁକୁ ନେଇ ତାଙ୍କ ଜନ୍ମମାଟିରେ ଶୋକର ଛାୟା ଖେଳିଯାଇଛି । ହାଇଦ୍ରାବାଦରୁ ଯବାନଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପ୍ରଥମେ ନିଆଳି ବଜାର ପରିକ୍ରମା କରାଯାଇଥିଲା । ପରେ ସେ ପାଠ ପଢୁଥିବା ତମ୍ପଡା ହାଇସ୍କୁଲକୁ ନିଆଯାଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏହାପରେ ଧୋୟା ଅଞ୍ଚଳର ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇ ଘରକୁ ନିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଠକି ଦେଲା ସ୍ବାମୀ, ଅନ୍ୟ ପୁରୁଷ ସହ ସ୍ତ୍ରୀକୁ କରାଇଲା ବିବାହ

ଘରୁ ଶୋଭାଯାତ୍ରାରେ ମରଶରୀର ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଗାର୍ଡ ଅଫ ଅନର ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତେବେ ମୃତ ଯବାନ ଅତ୍ୟନ୍ତ ମିଷ୍ଠଭାଷୀ ଓ ମେଳାପୀ ସ୍ବଭାବରେ ଥିଲେ । ତାଙ୍କର ବିୟୋଗ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ଥିବାରୁ ତାଙ୍କ ମୃତ୍ୟୁରେ ପତ୍ନୀ, ଦୁଇ ଝିଅ ଓ ବୃଦ୍ଧ ବାପାମାଆ ବେସାହାରା ହୋଇପଡିଛନ୍ତି ।
ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.