ETV Bharat / state

ଆଧ୍ୟାତ୍ମିକ ଜ୍ଞାନ ଓଡ଼ିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା କରିପାରିବ: ଗଜପତି ମହାରାଜା - ଓଡ଼ିଆ ଅସ୍ମିତା

Odia Asmita Conference: କଟକରେ ଆୟୋଜିତ ହୋଇଛି ଦୁଇ ଦିନିଆ ଓଡିଆ ଅସ୍ମିତା ସମ୍ମିଳନୀ । ଏଥିରେ ଯୋଗ ଦେଇଛନ୍ତି ପୁରୀ ମହାରାଜା ଗଜପତି ଦିବ୍ୟସିଂହ ଦେବ । ଓଡ଼ିଶାର ଭାଷା, କଳା ସଂସ୍କୃତିକୁ ରକ୍ଷା କରିବା ପାଇଁ ପ୍ରୟାସ । ଅଧିକ ପଢନ୍ତୁ

ଆଧ୍ୟାତ୍ମିକ ଜ୍ଞାନ ଓଡିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା କରିପାରିବ: ଗଜପତି ମହାରାଜା

author img

By ETV Bharat Odisha Team

Published : Dec 31, 2023, 9:39 AM IST

ଆଧ୍ୟାତ୍ମିକ ଜ୍ଞାନ ଓଡିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା କରିପାରିବ: ଗଜପତି ମହାରାଜା

କଟକ: ଆଧ୍ୟାତ୍ମିକ ଜ୍ଞାନ ଓଡ଼ିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା କରିପାରିବ । ଏଥିପାଇଁ ଆମର ଆଧ୍ୟାତ୍ମିକ ଜ୍ଞାନର ବିକାଶ ହେବା ଆବଶ୍ୟକ । କଟକରେ ଆରମ୍ଭ ହୋଇଥିବା ଓଡିଆ ଅସ୍ମିତା ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ଏମିତି ମତ ରଖିଛନ୍ତି ମହାରାଜା ଗଜପତି ଦିବ୍ୟସିଂହ ଦେବ । କଟକରେ ଆରମ୍ଭ ହୋଇଛି ଦୁଇ ଦିନିଆ ଓଡିଆ ଅସ୍ମିତା ସମ୍ମିଳନୀ । ଶନିବାର ଏହି ସମ୍ମିଳନୀର ଉଦଘାଟନ କରି ଗଜପତି ମହାରାଜା ଓଡିଆ ଅସ୍ମିତା ସୁରକ୍ଷିତ ରଖିବା ଏବେ ଆହ୍ବାନ ପାଲଟିଛି ବୋଲି ମତ ରଖିଛନ୍ତି ।

ଗଜପତିଙ୍କ ଅନୁସାରେ ଉତ୍କଳ ଗୌରବ ମଧୁସୁଦନ ଦାସ ବାସ୍ତବ କ୍ଷେତ୍ରରେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ । ଭଗବତ୍ ଗୀତାର ଆଧ୍ୟାତ୍ମିକ ସାର ମଧୁବାବୁଙ୍କ ଭିତରେ ଭରି ରହିଥିଲା । ଯାହାଫଳରେ ମଧୁବାବୁ ଖ୍ରୀଷ୍ଟଧର୍ମ ଗ୍ରହଣ କରି ମଧ୍ୟ ଶ୍ରୀମନ୍ଦିର ପାଇଁ ମାମଲା ଲଢି ସଫଳତା ହାସଲ କରିଥିଲେ । ସେହିପରି ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହେଲେ ଜାତି, ଧର୍ମ ଆଧାରରେ ଥିବା ଭେଦଭାବ ଦୂର କରି ଆମେ ସାରା ବିଶ୍ବକୁ ନିଜର କରିପାରିବା ବୋଲି କହିଛନ୍ତି ଗଜପତି ମହାରାଜା । ଏହି ଆଧାରରେ ଆମେ ଓଡିଆ ଅସ୍ମିତାକୁ ବଞ୍ଚାଇ ରଖିପାରିବା ବୋଲି ଓଡିଆ ଅସ୍ମିତା ସମ୍ମିଳନୀରେ ମତ ରଖିଛନ୍ତି ଗଜପତି ମହାରାଜା ।

କଟକ ଶାରଳା ଭବନରେ ଆୟୋଜିତ ଏହି ଓଡିଆ ଅସ୍ମିତା ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ବିଶେଷକରି ଓଡିଆ ଅସ୍ମିତାକୁ ବଞ୍ଚାଇ ରଖିବା ପାଇଁ ଓଡିଆମାନଙ୍କୁ କିଭଳି ପ୍ରୟାସ କରିବା ଆବଶ୍ୟକ ସେନେଇ ଏହି ସମ୍ମିଳନୀରେ ମାନସ ମନ୍ଥନ ଆରମ୍ଭ ହୋଇଛି । ଓଡିଆମାନେ ଓଡିଆ ଓ ଓଡ଼ିଶାର ଭୂଗୋଳକୁ ଭୁଲିଯିବା ଆମ ପାଇଁ ଆତ୍ମଘାତୀ ହୋଇପାରେ ବୋଲି କହିଛି ଉତ୍କଳ ସମ୍ମିଳନୀ । ତେବେ ଓଡ଼ିଆ ଅସ୍ମିତାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଉତ୍ସାହ ପ୍ରକଟ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ସମ୍ମିଳନୀରେ ଯୋଗଦେଇଥିବା ଅତିଥି ବୃନ୍ଦ ।

ଏହା ମଧ୍ୟ ପଢନ୍ତୁ...କାଳିଆ ଛାତ୍ରବୃତ୍ତି ସମ୍ପ୍ରସାରଣ; ସଂଶୋଧିତ ମାର୍ଗଦର୍ଶିକା ଜାରି କଲା କୃଷି ବିଭାଗ

ଏହି ଅବସରରେ ଓଡିଆ ଅସ୍ମିତା ସମ୍ମିଳନୀର ଅଧ୍ୟକ୍ଷ ଡକ୍ଟର ଭଗବାନ ପ୍ରକାଶ କହିଛନ୍ତି, "ଓଡ଼ିଶାର ସମ୍ମାନ ଆମେ ଯଦି ରକ୍ଷା ନକରିପାରିବା ତାହାଲେ ଅସ୍ମିତା ସୁରକ୍ଷିତ ହୋଇପାରିବନି । ଅସ୍ମିତା ହେଉଛି ଗୋଟିଏ ଜାତିର ପରିଚୟ । ମଧୂସୁଦନ ପ୍ରଥମେ ଓଡ଼ିଆ ଭାଷା ସୁରକ୍ଷା ଆରମ୍ଭ କରିଥିଲେ । ରାଜ୍ୟ ସରାକର ଓଡ଼ିଆ ଭାଷା ପାଇଁ ବହୁତ ପଦେକ୍ଷପ ନେଇଛନ୍ତି । ଆମେ ସମସ୍ତେ ତାଙ୍କୁ ସହୋଯୋଗ କରିବା । "

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.