ETV Bharat / state

ବିସିସିଆଇ ଘରୋଇ ସିଜିନ ପାଇଁ U-23 ଓଡିଶା ମହିଳା ଟିମ୍ ଘୋଷିତ, ଶୁଭ୍ରା ନିରଞ୍ଜନି କ୍ୟାପଟେନ - ଓଡିଶା କ୍ରିକେଟ ସଂଘ କଟକ

ବିସିସିଆଇ ଘରୋଇ ସିଜିନ ପାଇଁ ଘୋଷଣା ହେଲା 23 ବର୍ଷରୁ କମ ଓଡ଼ିଶା ମହିଳା ଦଳ । ଓସିଏ ପକ୍ଷରୁ 17 ଜଣିଆ ମହିଳା ଟିମ ତାଲିକା ଜାରି କରାଯାଇଛି । କୋଲକାତାରେ ହେବ ମ୍ୟାଚ । ଅଧିକ ପଢନ୍ତୁ

ବିସିସିଆଇ ଘରୋଇ ସିଜିନ
ବିସିସିଆଇ ଘରୋଇ ସିଜିନ
author img

By ETV Bharat Odisha Team

Published : Dec 5, 2023, 12:43 PM IST

ବିସିସିଆଇ ଘରୋଇ ସିଜିନ

କଟକ: ଘୋଷଣା ହେଲା 23 ବର୍ଷରୁ କମ ଓଡିଶା ମହିଳା ଦଳ । ଆଜି(ମଙ୍ଗଳବାର) ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ 17 ଜଣିଆ ମହିଳା ଟିମ୍‌ ଘୋଷଣା କରାଯାଇଛି । ଏନେଇ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ଓଡିଶା କ୍ରିକେଟ ଆସୋସିଏସନର ମୁଖ୍ୟ ମହିଳା ଟିମ ଚୟନକର୍ତ୍ତା ରଶ୍ମିତା ମହାନ୍ତି । ତେବେ ଏହି ମ୍ୟାଚ ଖେଳିବା ପାଇଁ ଓଡିଶା ମହିଳା ଟିମ କୋଲକାତା ଗସ୍ତ କରିବ । ଅନ୍ୟପଟେ ଖେଳସୂଚୀ ଅନୁସାରେ ଟିମ ପ୍ରଥମ ମ୍ୟାଚ 10 ତାରିଖ ଖେଳିବ । 10ରୁ 21 ମଧ୍ୟରେ ସମସ୍ତ ମ୍ୟାଚ ଖେଳାଯିବ ।

ଏହି ସିଜିନରେ ଓଡିଶା ମହିଳା ଟିମର ଅଧିନାୟକତ୍ବ ଭାର ଶୁଭ୍ରା ନିର୍ଝରିଣୀ ସ୍ୱାଇଁଙ୍କୁ ଦିଆଯାଇଥିବା ବେଳେ ଟିମରେ ସ୍ଥାନ ପାଇଛନ୍ତି ଅଲିପ୍ସା ବିଶ୍ୱାଳ, ଭବାନୀ ଧଡା, ଭାଗ୍ୟଶ୍ରୀ ରାଉତ, ଜିୟୁସ ନାୟକ, କଳ୍ପନା ନାୟକ, କୁସୁମ ତିରିୟା, ମଧୁସ୍ମିତା ବେହେରା ଦଳାଇ, ମେଘନା ପାଢ଼ୀ, ପୂଜାରଣୀ ଦାସ, ରାଣୀ କୁମାରୀ ପ୍ରସାଦ, ଶାରଦା ମହନନ୍ଦା, ସୂର୍ଯ୍ୟାସାନ୍ତା ସ୍ୱାଇଁ, ସ୍ୱର୍ଣ୍ଣଲତା ନାୟକ ,ତନ୍ମୟୀ ବେହେରା ,ତନବୀ ରଞ୍ଜନା ଓ ତରଣା ପ୍ରଧାନ ।

ତେବେ ମହିଳା ଟିମର କୋଚ କହିଛନ୍ତି, "ଓଡ଼ିଶା ଟିମ୍‌ ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ବେଶ ମଜଭୁତ ରହିଛି । ଅଲରାଉଣ୍ଡର ଓ ବ୍ୟାଟରଙ୍କୁ ମିଶାଇ 12 ଜଣ ରହିଛନ୍ତି । ଏହାଛଡ଼ା ଅଲରାଉଣ୍ଡର ରୋଲ ମଧ୍ୟ ଭଲ ରହିଛି । ଆମ ଟିମରେ 4ଜଣ ସ୍ପେଶର ଓ 3 ଜଣ ସ୍ପିନର ବୋଲର ରହିଛନ୍ତି । ପୂର୍ବରୁ ବେଙ୍ଗଲ ସହ ହୋଇଥିବା ଓଡିଶାର ଅଭ୍ୟାସ ମ୍ୟାଚରେ ମଧ୍ୟ ଟିମ ଭଲ ପ୍ରଦର୍ଶନ କରିଥିଲା । ତେବେ ରାଜ୍ୟ ବାହାରେ ଖେଳ ହେଉଥିବାରୁ ନିହାତି ଭାବେ ଚାଲେଞ୍ଜିଂ ରହିବ । ଓଡିଶା ନିଶ୍ଚୟ ଭଲ କରିବ ବୋଲି ଆଶା ରହିଛି ।"

ଏହାମଧ୍ୟ ପଢନ୍ତୁ..ବିଜୟ ମର୍ଚାଣ୍ଟ ଟ୍ରଫି: U16 ଦଳ ଘୋଷଣା କଲା ଓସିଏ, ସୁଭାଶିଷ ମଲ୍ଲିକଙ୍କ କାନ୍ଧରେ ନେତୃତ୍ବ

ଓଡିଶା କ୍ରିକେଟ ଆସୋସିଏସନର ମୁଖ୍ୟ ମହିଳା ଟିମ ଚୟନକର୍ତ୍ତା ରଶ୍ମିତା ମହାନ୍ତି କହିଛନ୍ତି,"ଏହି ଚୟନ ପ୍ରକ୍ରିୟା ବେଶ କାଠିକର ପାଠ ରହିଥିଲା । ଓଡ଼ଶା ଟିମ୍‌ରେ ଅନେକ ତାରକା ଖେଳାଳି ରହିଥିବା କହିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନର ମୁଖ୍ୟ ମହିଳା ଟିମ ଚୟନକର୍ତ୍ତା ରଶ୍ମିତା ମହାନ୍ତି ।

ଓଡିଶା ତାର ପ୍ରଥମ ମ୍ୟାଚ 10 ତାରିଖରେ ଖେଳିବାକୁ ଥିବା ବେଳେ ଏହି ମ୍ୟାଚରେ ସେ ଜାମ୍ମୁ-କାଶ୍ମୀରକୁ ଭେଟିବ । ଏହାପରେ ଅରୁଣାଚଳ ପ୍ରଦେଶ, ମୁମ୍ବାଇ, ହାଇଦ୍ରାବାଦ, ହରିୟାଣା, କେରଳ ଓ ତ୍ରିପୁରା ସହ ଖେଳିବ ଓଡିଶା ମହିଳା ଟିମ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.