ETV Bharat / state

Ranji Trophy: ଘୋଷଣା ହେଲା ଓଡିଶା ରଣଜୀ ଦଳ, ଶୁଭ୍ରାଂଶୁ ଅଧିନାୟକ - ଶୁଭ୍ରାଂଶୁ ସେନାପତି ଅଧିନାୟକ

ଆସନ୍ତା ଡିସେମ୍ବର ୧୩ ତାରିଖରୁ ଚଳିତ ବର୍ଷ ରଣଜୀ ଅଭିଯାନ ଆରମ୍ଭ କରିବ ଓଡ଼ିଶା । ପ୍ରଥମ ଦୁଇଟି ବରୋଦା ଓ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ ପାଇଁ ଓସିଏ (Odisha Cricket Association) ପକ୍ଷରୁ ଦଳ ଆଜି (ବୁଧବାର) ଘୋଷଣା ହୋଇଛି । ଶୁଭ୍ରାଂଶୁ ସେନାପତି ଅଧିନାୟକ ଭାର ସମ୍ଭାଳିବେ । ଅଧିକ ପଢ଼ନ୍ତୁ

Ranji Trophy: ଘୋଷଣା ହେଲା ଓଡିଶା ରଣଜୀ ଦଳ, ଶୁଭ୍ରାଂଶୁ ଅଧିନାୟକ

author img

By

Published : Dec 7, 2022, 12:20 PM IST

କଟକ: ରଣଜୀ ସିଜିନ ପାଇଁ ଘୋଷଣା ହେଲା ଓଡିଶା ରଣଜୀ ଦଳ । ୧୭ ଜଣିଆ ଓଡିଶା ଟିମ ଆଜି ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ (Odisha Cricket Association) । ଅଭିଜ୍ଞ ଶୁଭ୍ରାଂଶୁ ସେନାପତିଙ୍କ ମୁଣ୍ଡରେ ରହିଛି ଅଧିନାୟକ ଭାର । ଚଳିତ ବର୍ଷ ରଣଜୀ ସିଜିନର ପ୍ରଥମ ଦୁଇଟି ଯଥାକ୍ରମେ ବରୋଦା ଓ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ ପାଇଁ ଓସିଏ ପକ୍ଷରୁ ଦଳ ଆଜି (ବୁଧବାର) ଘୋଷଣା ହୋଇଛି ।

Ranji Trophy: ଘୋଷଣା ହେଲା ଓଡିଶା ରଣଜୀ ଦଳ, ଶୁଭ୍ରାଂଶୁ ଅଧିନାୟକ

ଉଭୟ ଜୁନିୟର ଓ ସିନିୟରଙ୍କୁ ନେଇ ଏହି ରଣଜୀ ସିଜିନରେ ପଦାର୍ପଣ କରିବ ଓଡିଶା । ଏନେଇ ଘୋଷଣା ହୋଇଥିବା ଦଳରେ ବ୍ୟାଟିଂ ଲାଇନ ଅପରେ ରହିଛନ୍ତି ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦାର, ଅଭିଷେକ ରାଉତ, ରାକେଶ ପଟ୍ଟନାୟକ । ସେହିପରି ବୋଲିଂ ଅର୍ଡରରେ ଦେବବ୍ରତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି ଶୁଭମ ନାୟକ ରହିଛନ୍ତି । ତେବେ ଏହି ଦଳରେ କିଛି ନୂଆ ମୁଁହ ମଧ୍ୟ ଦେଖିବାକୁ ମିଳିବ । ସ୍ବସ୍ତିକ ସାମଲ, ତାରିଣୀ ସା, କାର୍ତ୍ତିକ ବିଶ୍ବାଳ, ସୌରଭ କନୋଜିଆ ପ୍ରମୁଖ ଚଳିତ ବର୍ଷ ରଣଜୀ ସିଜିନରେ ଓଡିଶା ପକ୍ଷରୁ ନଜର ଆସିବେ ।

ଅନ୍ୟପଟେ ୱିକେଟ ରକ୍ଷଣ ପାଇଁ ଅଭିଜ୍ଞ ରାଜେଶ ଧୂପର ଓ ସୁଜିତ ଲେଙ୍କା ଦଳରେ ସ୍ଥାନ ପାଇଛନ୍ତି । ସିଜିନର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଦଳ ଆଜି ଘୋଷଣା ହୋଇଛି । ପ୍ରଥମ ମ୍ୟାଚ୍‌ ଆସନ୍ତା ଡିସେମ୍ବର ୧୩ ତାରିଖରେ ବରୋଦା ବିପକ୍ଷରେ ଖେଳାଯିବାକୁ ସୂଚୀ ରହିଛି । ସେହିଭଳି ଡିସେମ୍ବର ୨୦ ତାରିଖରେ ହେବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ରେ ଉତ୍ତରାଖଣ୍ଡକୁ ଭେଟିବ ଓଡିଶା । ତେଣୁ ଏହି ଦଳ ନିଶ୍ଚୟ ରଣଜୀ ସିଜିନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓସିଏ (Odisha Cricket Association) ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.