ETV Bharat / state

Tirtol MLA Marriage Controversy: 7ରେ ହାଜରେ ହେବେ ବିଜୟ-ସୋମାଲିକା ଓ ଭାବିପତ୍ନୀ

author img

By ETV Bharat Odisha Team

Published : Nov 2, 2023, 8:53 PM IST

କଟକ ସବରେଜିଷ୍ଟ୍ରାର ଅଫିସରୁ ସୋମାଲିକାଙ୍କ ସହ ବିଜୟ ଶଙ୍କର ଓ ତାଙ୍କ ଭାବି ପତ୍ନୀଙ୍କୁ ନୋଟିସ ଜାରି ହୋଇଛି । ଆସନ୍ତା 7 ତାରିଖ ଦିନ ହାଜର ହେବା ପାଇଁ ନୋଟିସ ହୋଇଛି । ଅଧିକ ପଢନ୍ତୁ

Tirtol MLA Marriage Controversy
ଆସନ୍ତା ୭ରେ ହାଜର ହେବାକୁ ନୋଟିସ

କଟକ: ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ମାମଲା । କଟକ ସବରେଜିଷ୍ଟ୍ରାର ଅଫିସରୁ ନୋଟିସ ଜାରି କରାଯାଇଛି । ସୋମାଲିକାଙ୍କ ସହ ବିଜୟ ଶଙ୍କର ଓ ତାଙ୍କ ଭାବି ପତ୍ନୀଙ୍କୁ ନୋଟିସ ଜାରି ହୋଇଛି । କଟକ ବିବାହ ପଞ୍ଜିକରଣ ଅଧିକାରୀ ନୋଟିସ ଜାରି କରିଛନ୍ତି । ଆସନ୍ତା 7 ତାରିଖ ଦିନ ହାଜର ହେବା ପାଇଁ ନୋଟିସ ହୋଇଛି । ବିଜୟ ଶଙ୍କର ଜଣେ ମହିଳାଙ୍କୁ ବିବାହ କରିବା ପାଇଁ କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଏହି ବିବାହ ଆବେଦନ ଉପରେ ଆପତ୍ତି ଆଣିଥିଲେ ସୋମାଲିକା । ବିଜୟ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଥିଲେ ବାନ୍ଧବୀ ସୋମାଲିକା ଦାଶ ।

ଏହି ମାମଲାରେ ପୂର୍ବରୁ କଟକ ସବ ରେଜିଷ୍ଟ୍ରାର ଅଫିସରେ ହାଜର ହୋଇଥିଲେ ସୋମାଲିକା । ହାଇକୋର୍ଟରେ ମାମଲା ବିଚାରଧୀନ ଥିବା ନେଇ କଟକ ସବ ରେଜିଷ୍ଟ୍ରାର ଅଫିସକୁ ଅବଗତ କରିଛନ୍ତି ସୋମାଲିକା । ଏନେଇ ବିଜୟଙ୍କ ବିବାହ ଆବେଦନକୁ ରୋକିବା ପାଇଁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଗତ ସେପ୍ଟେମ୍ବର ମାସ 21 ତାରିଖରେ ଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟ । ଯାହାକୁ ନେଇ କଟକ ସବ ରେଜିଷ୍ଟ୍ରାର ଅଫିସରେ ଅବଜେକସନ ପିଟିସନ ଦାଖଲ କରିଥିଲେ ସୋମାଲିକା ।

ପୂର୍ବରୁ ସୋମାଲିକା ବିଜଙ୍କ ନାଁରେ ପ୍ରେମ ଓ ପ୍ରତାରଣା ଅଭିଯୋଗ ଆଣିଥିଲେ । ଏହି ମାମଲା ଏବେ ବିଚାରଧୀନ ଥିବାବେଳେ ବିଜୟ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସବ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ଗତ ମାସ ୨୧ ତାରିଖରେ ବିବାହ ପାଇଁ କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ବିଜୟ। ଯେଉଁ ଯୁବତୀଙ୍କ ସହ ତାଙ୍କର ନୂଆ କରି ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଛି।

ଏହା ବି ପଢନ୍ତୁ...ନ୍ୟାୟ ନମିଳିବା ଯାଏଁ ଲଢେଇ କରିବି: ସୋମାଲିକା ଦାସ

ଆବେଦନର ଏକ ମାସ ପରେ ଉଭୟ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେବେ। ଏହି ସମୟରେ ୩ ଜଣ ସାକ୍ଷୀ ମଧ୍ୟ ଉପସ୍ଥିତ ରହିବେ । ତେବେ ୯୦ ଦିନ ମଧ୍ୟରେ ବିବାହ ପ୍ରକ୍ରିୟା ଶେଷ ହେବ ବୋଲି କଟକ ଜିଲ୍ଲା ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡା ସୂଚନା ଦେଇଛନ୍ତି । ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଥାନା ଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା । ସୋମାଲିକାଙ୍କ ଅଭିଯୋଗ ବିଜୟ ଶଙ୍କରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରି ରଖିଛି । ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ବିଜୟ ଶଙ୍କର କ୍ଲିନଚିଟ୍ ପାଇ ନାହାନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.