ETV Bharat / state

ନାମାଙ୍କନ ଦାଖଲର ଶେଷ ଦିନରେ 5 ପ୍ରାର୍ଥୀପତ୍ର ଦାଖଲ - last day

ମଙ୍ଗଳବାର ଦିନ ନିଆଳି, ସାଲେପୁର, ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା କଟକ
author img

By

Published : Apr 10, 2019, 9:10 AM IST

କଟକ: ସରିଲା ଚତୁର୍ଥ ପର୍ଯ୍ୟାୟର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ମଙ୍ଗଳବାର(ଆଜି) ଶେଷ ଦିନରେ ନିଆଳି, ସାଲେପୁର, ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଆଳିରୁ ୨ଜଣ, ସାଲେପୁରରୁ ୨ଜଣ ଓ ମାହଙ୍ଗାରୁ ଜଣେ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା କଟକ

ନିଆଳିରୁ ବିଜେପି ପ୍ରାର୍ଥୀ ଭାବେ ଛବି ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ, ଅଭିମନ୍ୟୁ ମଲ୍ଲିକ କଂଗ୍ରେସ ଟିକେଟ ନ ପାଇ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ସାଲେପୁରରୁ କଂଗ୍ରେସ ପ୍ରାର୍ଥୀ ଭାବେ ରବୀନ୍ଦ୍ରନାଥ କର ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ, ମହମ୍ମଦ ସାରଜାନ କଂଗ୍ରେସ ଟିକେଟ ନ ପାଇ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ତେବେ କୌଣସି ପରିସ୍ଥିତିରେ ସାଲେପୁରରେ କଂଗ୍ରେସକୁ ଜିତାଇ ଦେବେ ନାହିଁ ବୋଲି କହିଛନ୍ତି ମହମ୍ମଦ ସାରଜାନ। ସାଲେପୁରର ପାଖାପାଖି ୪୦ ହଜାର ମୁସିଲିମ ଭୋଟ ପାଇ ସେ ବିଜୟ ଲାଭ ହେବେ ବୋଲି ସେ ଆଶପ୍ରକଟ କରିଛନ୍ତି। ସେହିପରି ମାହାଙ୍ଗାରୁ ସମ୍ବିତ ଦାସ ସମାଜବାଦ ପାର୍ଟି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଯଦିଓ ମାହଙ୍ଗାରେ ହେବିୱେଟ ନେତାଙ୍କ ମଧ୍ୟରେ କଡ଼ା ଟକ୍କର ହେବ, ସେଠାରେ ସାଇକେଲ ନିଶ୍ଚୟ ଗଡିଵ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.