କଟକ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମହିଳାଙ୍କ ଦୁର୍ବ୍ୟବହାର ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ବର୍ତ୍ତମାନ ମହିଳାଙ୍କ ଏତଲା ଆଧାରରେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଉଭୟଙ୍କ ମଧ୍ୟରେ କେବଳ ଯୁକ୍ତିତର୍କ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମହିଳା ଜଣକ ପ୍ରଥମେ ରାତିରେ ସାଂସଦଙ୍କ ଘରକୁ ଯାଇଥିବା ସ୍ପଷ୍ଟ ଜଣାପଡୁଛି । ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ମଧ୍ୟ ସତ ।
ତେବେ ମହିଳା ଜଣକ ଯେଉଁ ଅଭିଯୋଗ କରିଛନ୍ତି ,ତାହାର କୌଣସି ପ୍ରମାଣ ମିଳୁନାହିଁ । ଏନେଇ ମୋବାଇଲ, ସିସିଟିଭି ,ଅନ୍ୟାନ୍ୟ ଟେକ୍ନୋଲୋଜି ସାହାଯ୍ୟ ନିଆ ଯାଇଥିଲେ ବି ଅଭିଯୋଗର ସେଭଳି କିଛି ସତ୍ୟତା ପୋଲିସ ପାଖରେ ନଥିବା କଟକ ଡିସିପି କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ