ETV Bharat / state

ଶେଷ ହେଲା ନିଆଳି ମହୋତ୍ସବ, ହ୍ୟୁମାନ ସାଗରଙ୍କ ଗୀତରେ ଝୁମିଲେ ଦର୍ଶକ

author img

By

Published : Feb 1, 2023, 8:13 AM IST

Updated : Feb 1, 2023, 12:28 PM IST

ନିଆଳି ମହୋତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ କମେଡିଆନ ଗୁଲୁଆ । ଅଧିକ ପଢନ୍ତୁ

last day of niali mahotsav
last day of niali mahotsav
last day of niali mahotsav

ନିଆଳି: ଶେଷ ହୋଇଯାଇଛି ନିଆଳି ମହୋତ୍ସବର ଶେଷ ସନ୍ଧ୍ୟା । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସଙ୍ଗୀତରେ ଝୁମିଲେ ନିଆଳିବାସୀ । ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଖୁବ ଧୁମଧାମରେ ଶେଷ ହୋଇଛି । ଗତକାଲି ମଞ୍ଚରେ ଓଡ଼ିଶାର କୋଣ ଅନୁକୋଣରେ ବରିଷ୍ଠ କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶ ଆକୃଷ୍ଠ କରିଥିଲା ।

ମଙ୍ଗଳବାର ସଂଧ୍ୟାରେ ନିଆଳି ମହୋତ୍ସବ କମିଟି ପକ୍ଷରୁ ପ୍ରାଚୀ ପ୍ରଜ୍ଞା ବହି ଉନ୍ମୋଚନ ହୋଇଥିଲା । ବହିକୁ ଉନ୍ମୋଚନ କରିଥିଲେ ସମ୍ପାଦନ ଡ. ତ୍ରିନାଥ ପଟ୍ଟନାୟକଙ୍କ ସମେତ ନିଆଳି ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି । ପରେପରେ ଆରମ୍ଭ ହୋଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମେ ଆଞ୍ଚଳିକ ଶିକ୍ଷାନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରେପରେ କମେଡି, ଗୀତ, ନୃତ୍ୟରେ ମତୁଆଲା ହୋଇଥିଲେ ନିଆଳୀ ଓ ଆଖପାଖ ଅଞ୍ଚଳର ଦର୍ଶକ ।

ଜୟଦେବ ଅନୁଷ୍ଠାନ ପକ୍ଷରୁ ଗୋଟିପୁଅ ନୃତ୍ୟ, ଆଦିତ୍ୟ ଗୃପ ପକ୍ଷରୁ ଗଣପତି ବନ୍ଦନା, ଓଡ଼ିଶୀ, ଦେଶାତ୍ମକ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ପରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ବେହେରା ମଞ୍ଚରେ ନିଜର ଚିରାଚରିତ ଢଙ୍ଗରେ ନାଚ ଓ ଡାଇଲଗ କହି ଦର୍ଶକମାନଙ୍କ ମନ ଛୁଇଁଥିଲେ । ସେହିପରି କମେଡିଆନ ଗୁଲୁଆଙ୍କ ଦ୍ବାରା ପରିବେଷଣ ହୋଇଥିବା କମେଡିରେ ହସିହସି ବେଦମ ହୋଇଥିଲେ ଦର୍ଶକ। ଶେଷ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଟିମ୍ ଦ୍ବାରା ପରିବେଷିତ ରୋମାଣ୍ଟିକ ଗୀତ । ରାତି ବଢିବା ସାଙ୍ଗକୁ ଗୋଟିଏ ପରେ ଗୋଟିଏ ହିଟ ଗୀତରେ ଦର୍ଶକଙ୍କୁ ମତୁଆଲା କରିଥିଲେ ହ୍ୟୁମାନ ସାଗର ଓ ତାଙ୍କ ସାଥି କଣ୍ଠଶିଳ୍ପୀମାନେ ।

ଦୀର୍ଘ ଛଅ ବର୍ଷ ହେବ ନିଆଳି ମହୋତ୍ସବ ଆୟୋଜନ ହେଉଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଓ ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହେବା ସହ ବିଭିନ୍ନ ବ୍ୟବସାୟୀ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ନିଆଳୀ ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଅନୁଷ୍ଠାନ, କଳାକାର ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ଗତ ବର୍ଷ ନିଆଳି ମହୋତ୍ସବର ସ୍ମୃତିକୁ ମଧ୍ୟ ଦର୍ଶକମାନଙ୍କ ସମ୍ମୁଖରେ ପରିବେଷଣ କରାଯାଇଥିଲା ।

ନିଆଳି ମାଘ ସପ୍ତମୀ ପଡ଼ିଆରେ ଆୟୋଜିତ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଡ୍ୟାନ୍ସ, ଫାୟାର ପ୍ଲେ, କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସଙ୍ଗୀତ ଓ ନନସେନ୍ସ ମଣିଙ୍କ କମେଡି । କଟକ ଜିଲ୍ଲା ବାଙ୍କୀ ସାଂସ୍କୃତିକ କମିଟିର କଳାକାରମାନଙ୍କ ଦ୍ବାରା ଫକୀର ମୋହନ କାବ୍ୟ ପେଟେଣ୍ଟ ମେଡିସିନ ମଞ୍ଚସ୍ଥ କରାଯାଇଥିଲା । ଦର୍ଶକ ଏହାକୁ ଦେଖି ବେଶ୍ ମଜା ନେଇଥିଲେ । ପୁରୀ ବ୍ରହ୍ମଗିରି ଆସିଥିବା କଳାକାର ଦୁଃସାହାସିକ କଳା ପ୍ରଦର୍ଶିତ କରିଥିଲେ । ନିଆଁ ମାଧ୍ୟମରେ ଫାୟାର ପ୍ଲେ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ।

ଇଟିଭି ଭାରତ, ନିଆଳି

Last Updated : Feb 1, 2023, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.