ETV Bharat / state

ମାଦ୍ରାସାର ଯୌନ ଶୋଷଣ ଅଭିଯୋଗ ଘଟଣା: ଜେଲ ଗଲେ ଶିକ୍ଷକ, ଲାଗିଲା ପୋକ୍ସୋ ଆକ୍ଟ

author img

By

Published : Jun 8, 2023, 8:55 PM IST

Updated : Jun 8, 2023, 9:55 PM IST

ବନ୍ଧା ହେଲେ ଯୌନ ଶୋଷଣ କରୁଥିବା ଅଭିଯୁକ୍ତ ମାଦ୍ରାସାର ଶିକ୍ଷକ । ଲାଗିଲା ପୋକ୍ସୋ ଆକ୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat
ମାଦ୍ରାସାର ଯୌନ ଶୋଷଣ ଅଭିଯୋଗ ଘଟଣା: ଜେଲ ଗଲେ ଶିକ୍ଷକ, ଲାଗିଲା ପୋକ୍ସୋ ଆକ୍ଟ

ନିଆଳି: ସରିଲା ଲୁଚ କାଳି ଖେଳ । ଶେଷରେ ବନ୍ଧା ହେଲେ ଯୌନ ଶୋଷଣ ଏବଂ ମାଡ଼ ମାରିବା ଅଭିଯୋଗ ଥିବା ମାଦ୍ରାସାର ଶିକ୍ଷକ ହାଫିଜ ମହମ୍ମଦ ରିଜଓ୍ବାନୁୟା । ଜାମିନ ନାମଞ୍ଜୁର ହେବାରୁ ଚୌଦ୍ବାର ଜେଲ୍‌ ହାଜତକୁ ଗଲେ ଅଭିଯୁକ୍ତ ଶିକ୍ଷକ । ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲାଗିଛି । କଟକ ଜିଲ୍ଲା ନିଆଳି ଥାନା ମଝିଖଣ୍ତ ନଳିତା ପଡା ମାଦ୍ରାସା ଶିକ୍ଷକଙ୍କ ନିର୍ଯାତନା ଅସହ୍ୟ ହେବାରୁ ଗତ ମଙ୍ଗଳବାର ରାତିରୁ ମାଦ୍ରାସରୁ ଖସି ପଳାଇଥିଲେ ଦୁଇ ଛାତ୍ର ।‌ ଏମାନେ ଉଦ୍ଧାର ହେବା ସହ ସିଡବ୍ଲୁସି ଓ ଚାଇଲ୍ଡ ଲାଇନ୍‌ ହସ୍ତକ୍ଷେପ ପରେ ଘଟଣା ସାମ୍ନାକୁ ଆସିଥିଲା ।‌

ମାଦ୍ରାସାର ଶିକ୍ଷକ ନାମରେ ନିଆଳି ଥାନାରେ କେସ ନମ୍ବର 219/23ରେ ଦଫା 377,370,323 IPC 6 ପୋକ୍ସ ଆର୍କ୍ଟ ମାମଲା ରୁଜୁ କରିଛି ନିଆଳି ପୋଲିସ । ଓଡ଼ିଶା ବାହାରର ଦୁଇ ନାବାଳ ଛାତ୍ର ନିଆଳି ମଝିଖଣ୍ତ ନଳିତା ପଡା ମାଦ୍ରାସାରେ ରହି ପାଠ ପଢ଼ିବା ସହିତ କୋରାନ ଅଧ୍ୟୟନ କରିଥିଲେ । ମାତ୍ର ଶିକ୍ଷକଙ୍କ ନିର୍ଯାତନା ଅସହ୍ୟ ହେବାରୁ ଗତ ମଙ୍ଗଳବାର ରାତିରୁ ମାଦ୍ରାସରୁ ଖସି ପଳାଇଥିଲେ ଦୁଇ ଛାତ୍ର । ‌ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇ ପୋଲିସ ଜିମା ଏବଂ ସିଡବ୍ଲୁସି ଓ ଚାଇଲ୍ଡ ଲାଇନ ହସ୍ତକ୍ଷେପ ପରେ ଘଟଣା ସାମ୍ନାକୁ ଆସିଥିଲା । ‌ ସିଡବ୍ଲୁସି ନିର୍ଦ୍ଦେଶକ୍ରମେ ଚାଇଲ୍ଡ ଲାଇନ ଘଟଣାକୁ ଗୁରୁତ୍ବ ସହ ନେବା ସହ ନିଆଳି ଥାନାରେ ଏକ ଏତଲା ଦେବା ପରେ ନିଆଳି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଥିଲା ।

ଏହା ବି ପଢନ୍ତୁ- ଶିକ୍ଷକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ବିଳମ୍ବିତ ରାତିରେ ମାଦ୍ରାସାରୁ ଖସି ପଳାଇଲେ ଛାତ୍ର

ଚାଇଲ୍ଡ ଲାଇନ୍‌ ପକ୍ଷରୁ କଟକ ଜିଲ୍ଲା ସିଡବ୍ଲୁସି ଏବଂ ଚାଇଲ୍ଡ ଲାଇନଙ୍କୁ ଅବଗତ କରାଯାଇଥିଲା । ଘଟଣାଟି ଗଭୀରତା ଥିବାରୁ ନିଆଳି ପୋଲିସ ଆତ୍ମଗୋପନ କରିଥିବା ମାଦ୍ରାସାର ଶିକ୍ଷକ ହାଫିଜ ଗତକାଲି ରାତିରେ ନିଆଳିରୁ ଗିରଫ କରିଥିବା ଜଣାପଡ଼ିଛି । ଆଜି ଅଭିଯୁକ୍ତକୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା ପରେ ନିଆଳି ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ପୋଲିସ କଟକ ଚୌଦ୍ବାର ଜେଲକୁ ପଠାଇ ଦେଇଥିବା ସୂଚନା ମିଳିଛି। ଏହି ମାଦ୍ରାସାରେ ରାଜ୍ୟ ବାହର ବହୁ ନାବାଳକ ପିଲା ରହି ପାଠ ପଢ଼ିବା ସହିତ ଧର୍ମ ପାଠ ପଢୁଥିବା ସୂଚନା ମିଳିଛି । ମାଦ୍ରାସାରେ ଯୌନ ନିର୍ଯାତନା ଏବଂ ମାଡ ମରାଯାଉଥିବା ନେଇ ଗତକାଲି ପୂର୍ବାହ୍ନରେ ଚାଇଲ୍ଡ ଲାଇନ ସଦସ୍ୟା ହରପ୍ରିୟା ପତି ନିଆଳି ଥାନାରେ ଏତଲା ଦେବା ପରେ ନିଆଳି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଗତକାଲି ରାତିରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ମାଦ୍ରାସାର ଶିକ୍ଷକ ନାଁରେ ନାବାଳକ ଦ୍ବୟ ଆଣିଥିବା ସଙ୍ଗୀନ ଅଭିଯୋଗର ତଦନ୍ତ ନିଜେ ଚାଇଲ୍ଡ ଲାଇନ କରୁଥିଲା । ‌ ନିର୍ଯାତିତ ଦୁଇ ନାବାଳକ ମଙ୍ଗଳବାର ରାତି ପାଖାପାଖି ୧୦ ପରେ ବାଲିପାଟଣା ଅପୂଜା ଛକର ଏକ ନିଛାଟିଆ ସ୍ଥାନରେ କାନ୍ଦୁଥିଲେ । ଛକର କିଛି ଯୁବକ ସେମାନଙ୍କୁ ପଚରାଉଚରା କରିଥିଲେ।‌ ମାଦ୍ରାସାର ଶିକ୍ଷକ କୁଆଡ଼େ ଯୌନ ନିର୍ଯାତନା ଦେଉଥିଲେ ଏବଂ ବିରୋଧ କଲେ ପ୍ରବଳ ମାଡ଼ ମାରୁଥିଲେ ବୋଲି କାନ୍ଦି କାନ୍ଦି କହିଥିବା ସୂଚନା ମିଳିଛି । ‌ ଏହା ଏକ ସଙ୍ଗୀନ ମାମଲା ହୋଇଥିବାରୁ ନିକଟସ୍ଥ ବାଲିପାଟଣା ଥାନା ପୋଲିସକୁ ଜିମା ଦେଇଥିଲେ ସ୍ଥାନୀୟ ଯୁବକ।‌ ପରେ ଖୋର୍ଦ୍ଧା ଜିଲ୍ଲା ସିଡବ୍ଲୁସି ଏବଂ ଚାଇଡ ଲାଇନ ହସ୍ତକ୍ଷେପ ପରେ ଘଟଣା ଏବେ ସାମ୍ନାକୁ ଆସିଛି।

ବାଲିପାଟଣା ଥାନାରେ ପ୍ରାଥମିକ ତଦନ୍ତ ପରେ ସିଡବ୍ଲୁସିରେ ନାବାଳକ ଦ୍ବୟଙ୍କୁ ହଜାର କରାଯାଇଥିଲା । ପରେ ସିଡବ୍ଲୁସି ଭୁବନେଶ୍ବର ଚାଇଲ୍ଡ ଲାଇନ ନାବାଳକ ଜିମା ଦେଇଥିଲେ । ମଝିଖଣ୍ତ ନଳିତାପଡା ମାଦ୍ରାସାରେ ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟରୁ ୨୦ରୁ ଊର୍ଦ୍ଧ୍ବ ପିଲା ଶିକ୍ଷା ସହିତ ଧର୍ମ ପାଠ କରୁଥିବା ସୂଚନା ମିଳିଛି । ଝାଡ଼ଖଣ୍ଡର ଜଣେ ଶିକ୍ଷକ ଏଠାରେ ପିଲାଙ୍କୁ ପଢ଼ାଉଛନ୍ତି ।‌ ଏକ ବର୍ଷ ତଳୁ ବିହାର ଭାଗଲପୁର ଜିଲ୍ଲା ବିହାରୀକାନ୍ତ ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳକ ହୋଇଥିବା ବେଳେ ଆଉ ଜଣେ ଝାଡ଼ଖଣ୍ଡ ଗୋଡ ଜିଲ୍ଲା ମାଗାମା ଥାନା ଅଞ୍ଚଳର ୧୦ ବର୍ଷର ନାବାଳକ ଏହି ମାଦ୍ରାସାରେ ରହି ପଢୁଥିଲେ ପାଠ।‌ ମାଦ୍ରାସାର ଶିକ୍ଷକ ନିଜ ପ୍ରତିକ୍ରିୟାରେ ସମସ୍ତ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Jun 8, 2023, 9:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.