ETV Bharat / state

ଦୁର୍ବଳ ହେଲା ଜଓ୍ବାଦ, ଉଜାଡି ଦେଇଗଲା ଧାନ ଫସଲ - ଚିନ୍ତାରେ ନିଆଳି ଚାଷୀକୂଳ

ଦୁର୍ବଳ ହେଲା ଜଓ୍ବାଦ କିନ୍ତୁ ଉଜାଡି ଦେଇଗଲା ଧାନ ଫସଲ । ତୁହାକୁ ତୁହା ବର୍ଷା ଯୋଗୁଁ ତଳେ ପଡିଗଲାଣି ଚାଷୀ ମାନଙ୍କ ବର୍ଷଯାକର ଧାନ ଫସଲ । ଯାହାକୁ ନେଇ ଚିନ୍ତାରେ ନିଆଳି ଚାଷୀକୂଳ । ଅଧିକ ପଢନ୍ତୁ

ଦୃର୍ବଳ ହେଲା ଜଓ୍ବାଦ କିନ୍ତୁ ଉଜାଡି ଦେଇଗଲା ଧାନ ଫସଲ

author img

By

Published : Dec 5, 2021, 1:59 PM IST

ନିଆଳି: ଦୁର୍ବଳ ହେଲା ଜଓ୍ବାଦ କିନ୍ତୁ ଉଜାଡି ଦେଇଗଲା ଧାନ ଫସଲ । ଶୁକ୍ରବାର ଅପରାହ୍ନରୁ ଆରମ୍ଭ ହୋଇଥିବା ବର୍ଷା ଏବେ ଅଧିକରୁ ଅଧିକ ହେବାରେ ଲାଗିଛି। ଜମିରେ ଛିଡା ହୋଇଥିବା ପାଚିଲା ଧାନ ସବୁ ଶୋଇଗଲାଣି। ତୁହାକୁ ତୁହା ବର୍ଷା ଯୋଗୁଁ ତଳେ ପଡିଗଲାଣି ଚାଷୀ ମାନଙ୍କ ବର୍ଷଯାକର ଧାନ ଫସଲ। ବର୍ଷା ପାଣି ଶୁଖିଲା ବେଳକୁ ଚାଷୀମାନଙ୍କ ଧାନ ଗଜା ଓ ଫିମ୍ପି ମାରିବା ଏକ ପ୍ରକାର ନିଶ୍ଚିତ। ସମସ୍ତେ ଆଶା କରୁଥିଲେ ଜଓ୍ବାଦ କ୍ରମଶଃ ଦୁର୍ବଳ ହୋଇସାରିଛି ସତ କିନ୍ତୁ ଲଗାଣ ବର୍ଷା ଯୋଗୁଁ ଧାନ ଜମିରେ ପାଚିଲା ଧାନ ଅମଳ ହେବା ପରିବର୍ତ୍ତେ ଗଜା ହେବା ଏକରକମ ନିଶ୍ଚିତ।

କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା, ବାରଙ୍ଗ ଓ ସଦର, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା, ପୁରୀ ଜିଲ୍ଲାର ନିମାପଡ଼ା ଓ କାକଟପୁର ବ୍ଲକ ଅଞ୍ଚଳରେ ଶତକଡା ୯୦ ଶତକଡା ଲୋକେ ଧାନ ଚାଷ କରି ନିଜର ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ହେଲେ ଅଦିନିଆ ବର୍ଷା ଓ ଜଓ୍ବାଦ ଯୋଗୁଁ ଚାଷୀକୂଳ ଏବେ ହତାଶ। ଖାଲି ଧାନ ଚାଷୀ ନୁହଁନ୍ତି ବରଂ କୋବି, ଧନିଆ ପତ୍ର, ବାଇଗଣ, କୋଶଳାଶାଗ, ବିନ, ମୂଳା ପ୍ରଭୃତି ଫସଲ ଏହି ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଦେଖାଦେଇଛି।

ଏପଟେ ଜଓ୍ବାଦକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ନିଆଳି ବ୍ଲକ ଅଞ୍ଚଳରେ ତିନୋଟି ବାତ୍ୟା ଆଶ୍ରୟସ୍ଥଳୀରେ ୧୪୫ ଜଣ ଆଶ୍ରୟ ନେଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.