ETV Bharat / state

ଅର୍ଦ୍ଧଦଗ୍ଧ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - newly married woman found in Burnt

କଟକ ମାହାଙ୍ଗାରେ ଚାଞ୍ଚଲ୍ୟ । ନବବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ମହିଳା ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଏପଟେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଭାଇ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

MURDER
ଅର୍ଦ୍ଧଦଗ୍ଧ ଅବସ୍ଥାରେ ନବବିବାହିତାଙ୍କ ମୃତଦେହ ଉଦ୍ଧାର
author img

By

Published : Jan 1, 2020, 11:44 PM IST

କଟକ: ଅସୁମାରି ସ୍ବପ୍ନ ନେଇ ଧରିଥିଲେ ପ୍ରେମିକର ହାତ । ଅଗ୍ନିକୁ ସାକ୍ଷୀ ରଖି ବିବାହ ହେଲା କିନ୍ତୁ ବେଶିଦିନ ସେ ଖୁସି ରହିଲାନି । ବିବାହକୁ ମାତ୍ର 6 ମାସ ପୂରୁଣୁ ସୁଚିତ୍ରାଙ୍କ ଘଟିଛି ସନ୍ଦେହ ଜନକ ମୃତ୍ୟୁ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଧିନସ୍ଥ ସିପୁରା ଗାଁରେ ।

ସୁଚିତ୍ରା ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା କହୁଛନ୍ତି ଶାଶୂଘର ଲୋକେ । ହେଲେ ଏପଟେ ପାଲଟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଭାଇ । ଭଉଣୀକୁ ଯୌତୁକ ପାଇଁ ମାରିଦେଇ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଥାନାରେ ଅଭିଯୋଗ କରିଛନ୍ତି ସେ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅର୍ଦ୍ଧଦଗ୍ଧ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର

ପୁରା ଘଟଣା ଏମିତି, ମୂଳବସନ୍ତ ପଞ୍ଚାୟତ ସିପୁରା ଗ୍ରାମର ଉତ୍ତମ ଜେନାଙ୍କୁ ପ୍ରେମ ବିବାହ କରିଥିଲେ ଟାଙ୍ଗୀ ଥାନା ବିରଳ ଗାଁର ଧୀରେନ୍ଦ୍ର ସାମଲଙ୍କ ଝିଅ ସୁଚିତ୍ରା ସାମଲ । ସୁଚିତ୍ରାଙ୍କ ବଡ଼ଭଉଣୀ ମଧ୍ୟ ଉତ୍ତମଙ୍କ ବଡଭାଇ ବିଶ୍ବପ୍ରକାଶକୁ ବିବାହ କରିଛନ୍ତି । ଏପଟେ ମୃତକଙ୍କ ବାପାଘର ଲୋକଙ୍କ କହିବା ଅନୁଯାୟୀ, ବିବାହ ପରଠୁ ସୁଚିତ୍ରାକୁ ଶାଶୂଘରେ ଦିଆ ଯାଉଥିଲା ଅକଥନୀୟ ନିର୍ଯ୍ୟାତନା l ସ୍ବାମୀ ଉତ୍ତମ ପରକୀୟା ପ୍ରୀତିରେ ଲିପ୍ତ ସାଙ୍ଗକୁ ନିଶାଶକ୍ତ ଅବସ୍ଥାରେ ରହୁଥିଲେ । ଯାହାକୁ ନେଇ ଝଗଡା ଲାଗି ରହୁଥିଲା । ହେଲେ ଏପରିସ୍ଥିତିରେ ସୁଚିତ୍ରା ଅଚାନକ ଆତ୍ମହତ୍ୟା କରିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ଏପଟେ ଖବର ପାଇ ମାହାଙ୍ଗା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି । ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି, କୋଠାଘର ଭିତରେ ଯଦି କିରୋସିନ ଢଳିହୋଇ ସୁଚିତ୍ରା ଆତ୍ମହତ୍ୟା କଲେ କେହି ଜାଣିପାରିଲେନି କେମିତି ? ଆଉ କେହି ଜଣେବି ସୁଚିତ୍ରାକୁ ପୋଡିଯାଉଥିବା ବେଳେ ଉଦ୍ଧାର କଲେନି କିପରି ? କିରୋସିନ ଜାରକିନିର ଠିପି ବନ୍ଦ ରହିଛି, ଦିଆସିଲି ଚଟାଣରେ ପଡିଛି, ଘର ଭିତରେ ଆତ୍ମହତ୍ୟାର ଚିହ୍ନବର୍ଣ୍ଣ ଦିଶୁନି, କିନ୍ତୁ ମହିଳା ଜଣକ ପୋଡିହେଲେ କିପରି?

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: କଟକ ଜିଲ୍ଲା ମାହାଙ୍ଗା ଥାନା ସିପୁରା ଗାଆଁରେ ଘଟିଛି ଅଭାବନୀୟ ଘଟଣା l ଜଣେ ନବବିବାହିତା ମହିଳାଙ୍କୁ ହତ୍ୟାକାରୀ ଆତ୍ମହତ୍ୟା ର ରୂପ ଦେବାକୁ ଚେଷ୍ଟାକରିଛନ୍ତି ଶାଶୁଘର ପରିବାର ଲୋକl ଏନେଇ ଥାନାରେ ଏତଲା ଦେଇଛନ୍ତି ମୃତା ମହିଳାଙ୍କ ଭାଇ l ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟିହୋଇଛି l ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଘଟଣାସ୍ଥଳରେ ପହଞ୍ଚି, ମୁଖ୍ୟ ଅଭିଯୁକ୍ତ ମୃତକଙ୍କ ସ୍ୱାମୀ ଉତ୍ତମ ଜେନାକୁ ଗିରଫ କରିଛି l
ଗୋଟିଏ ପରିବାରର ୨ ଭାଇଙ୍କୁ ବିବାହ କରିଥିଲେ ୨ ଭଉଣୀ l ମାତ୍ର ୬ ମାସ ତଳେ ହୋଇଥିଲା ବାହାଘର l ଶାଶୁଘରୁ ଅଧିକ ଯୌତୁକ ଦାବୀ ସାଙ୍ଗକୁ ସ୍ୱାମୀର ପରକୀୟା ପ୍ରୀତି ହିଁ ‘ ଏହି ମହିଳାଙ୍କ ମୃତ୍ୟୁର କାରଣ ପାଲଟିଥିବା ଚର୍ଚ୍ଚା ଯୋରଧରିଛି l
ମୂଳବସନ୍ତ ପଞ୍ଚାୟତ ସିପୁରା ଗ୍ରାମର ବିପ୍ର ଚରଣ ଜେନାଙ୍କ ପୁଅ ଉତ୍ତମ ଜେନାଙ୍କୁ ପ୍ରେମ ବିବାହ କରିଥିଲେ, ଟାଙ୍ଗୀ ଥାନା ବିରଳ ଗ୍ରାମର ଧୀରେନ୍ଦ୍ର ସାମଲଙ୍କ ଝିଅ ସୁଚିତ୍ରା l ସୁଚିତ୍ରାର ବଡ଼ଭଉଣୀ ମଧ୍ୟ ଉତ୍ତମଙ୍କ ବଡ଼ଭାଇ ବିଶ୍ବପ୍ରକାଶକୁ ବାହାହୋଇଥିଲେ।ବିବାହ ପରଠୁ ସୁଚିତ୍ରାକୁ ଶାଶୂଘରେ ଦିଆ ଯାଉଥିଲା ଅକଥନୀୟ ନିର୍ଯ୍ୟାତନା l ସ୍ୱାମୀ ଉତ୍ତମ ପରକୀୟା ପ୍ରୀତିରେ ଲିପ୍ତ ସାଙ୍ଗକୁ ନିଶାଶକ୍ତ ରହୁଥିବା ଅଭିଯୋଗ ହୋଇଛି।ଏକ ଖୋଲା ମେଲା କୋଠାଘର ଭିତରେ ଯଦି କିରୋସିନ ଢଳିହୋଇ ସୁଚିତ୍ରା ଆତ୍ମହତ୍ୟା କଲା ତେବେ ଘଟଣାସ୍ଥଳୀରେ ଶାଶୁ, ଶଶୁର, ନଣନ୍ଦ, ସ୍ୱାମୀ ଓ ଦେଢ଼ସୁର କରୁଥିଲେ କଣ ? କେହି ଜଣେବି ସୁଚିତ୍ରାକୁ ପୋଡିଯାଉଥିବା ବେଳେ ଉଦ୍ଧାର କଲେନି କିପରି ? କିରୋସିନ ଜାରକିନିର ଠିପି ବନ୍ଦ ରହିଛି, ଦିଆସିଲି ଚଟାଣରେ ପଡିଛି, ଘର ଭିତରେ ଆତ୍ମ ହତ୍ୟାର ଚିହ୍ନବର୍ଣ୍ଣ ଦିଶୁନି, କିନ୍ତୁ ମହିଳା ଜଣକ ପୋଡିହେଲେ କିପରି ? ଶାଶୁ ଓ ନଣନ୍ଦଙ୍କ ବୟାନରେ ତାଳମେଳ ରହୁନି, ସ୍ଥାନୀୟ ବାସିନ୍ଧାବି ଭିନ୍ନ ବୟାନ ଦେଉଛନ୍ତି, ତେବେ ସୁଚିତ୍ରାର ମୃତ୍ୟୁ ପଛର ରହସ୍ୟ କଣ ?
ମାହାଙ୍ଗା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳୀରେ ପହଂଚି ଛାନଭିନ ଜାରିରଖିଛନ୍ତି। ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ଏହି ମୃତ୍ୟୁ ଘଟଣାର ରହସ୍ୟ ଫିଟିବ ।

ବାଇଟ - ଅମୀୟ କୁମାର ସାମଲ,ମୃତ ମହିଳା ଙ୍କ ଭାଇ।
ବାଇଟ - ବିଶ୍ଵ ପ୍ରକାଶ ଜେନା, ଦେଢ଼ଶୁର।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.