ETV Bharat / state

ପଞ୍ଚ ତାରକା ହୋଟେଲ ଶୈଳୀରେ ନିର୍ମିତ ଆହାର କେନ୍ଦ୍ର, ଦେଖିଲେ ଲାଖିଯିବ ଆଖି

ଆହାର କେନ୍ଦ୍ର ଦେଖିଲେ ଲାଖିଯିବ ଆଖି । ଏହାର ଇଣ୍ଟେରିଅର ଡିଜାଇନ 5-ଷ୍ଟାର ହୋଟେଲର ଭ୍ରମ ସୃଷ୍ଟି କରିଛି । କଟକରେ ନିର୍ମାଣଧୀନ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ୍‌ ଟର୍ମିନାଲରେ ରହିଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଆହାର କେନ୍ଦ୍ର। ଦେଖନ୍ତୁ ଏହି ରିପୋର୍ଟ

author img

By

Published : Aug 6, 2023, 6:38 PM IST

Newly constructed Aahar Kendra
Newly constructed Aahar Kendra
ପଞ୍ଚ ତାରକା ହୋଟେଲ ଶୈଳୀରେ ନିର୍ମିତ ଆହାର କେନ୍ଦ୍ର, ଦେଖିଲେ ଲାଖିଯିବ ଆଖି

କଟକ: ପଞ୍ଚ ତାରକା ହୋଟେଲର ଭ୍ରମ ସୃଷ୍ଟି କଲା କଟକର ଆହାର କେନ୍ଦ୍ର। ଏହି ଆହାର କେନ୍ଦ୍ରଟି ନିର୍ମାଣଧୀନ ନେତାଜୀ ବସ ଟର୍ମିନାଲ ପରିସରରେ ରହିଛି । 150 କୋଟି ବ୍ୟୟରେ ବସ୍‌ ଟର୍ମିନାଲ ନିର୍ମିତ ହେଉଥିବା ବେଳେ ଏହି ଅତ୍ଯାଧୁନିକ ଆହାର କେନ୍ଦ୍ର ପାଇଁ ଖର୍ଚ୍ଚ ହେଉଛି 5 କୋଟି ଟଙ୍କା । ଏହାର ସାଜସଜ୍ଜା, ବସିବା ବ୍ୟବସ୍ଥା ସବୁ କିଛି ତାରକା ହୋଟେଲ ପରି ହୋଇଛି । ଯାହାକି ଦେଖଣାହାରୀଙ୍କୁ ବେଶ ଆକୃଷ୍ଟ କରିଛି। ସବୁଠୁ ଖାସ କଥା ହେଉଛି ଏହି ବସ୍‌ ଟର୍ମିନାଲରେ ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ଏକ କ୍ୟାଫେ ମଧ୍ୟ ରହିଛି। ଯେଉଁଠି ବିକ୍ରି ହେବ ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟପଦାର୍ଥ। ତେବେ ଚଳିତ ମାସ ଶେଷ ସୁଦ୍ଧା ଏହା ଲୋକାର୍ପିତ ହେବାକୁ ଯାଉଥିବା କହିଛନ୍ତି କଟକ ମେୟର ସୁବାସ ସିଂ।

କଣ ରହିଛି ବ୍ୟବସ୍ଥା ?:- ତେବେ ନିର୍ମାଣାଧିନ ନେତାଜୀ ବସ ଟର୍ମିନାଲ ପରିସରରେ ତିଆରି ହୋଇଥିବା ଆହାର କେନ୍ଦ୍ରକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏଠାରେ ରହିଛି ଆକର୍ଷଣୀୟ ସାଜସଜ୍ଜା, ଦାମୀ ଚୌକି ଓ ଟେବୁଲ ଏବଂ ହାତ ଧୋଇବା ପାଇଁ ଥିବା ସୌଖିନ ଓ୍ବାସ ବେସିନ । ଶୀତତାପ ନିୟନ୍ତ୍ରିତ ଏକ ବୃହତ କୋଠରୀରେ ଏକାସାଙ୍ଗରେ 150 ଲୋକ ବସି ଖାଇବାର ବ୍ୟବସ୍ଥା କରାଯାଇଛି । ଏହି ଆହାର କେନ୍ଦ୍ରର ଆକର୍ଷଶ ସିଲିଂରେ ଲାଗିଥିବା ଲାଇଟ ଆଲୋକୀକରଣ ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିଛି । ସେହିପରି ସୌନ୍ଦର୍ଯ୍ୟୀକରଣ ପାଇଁ ବ୍ୟବହାର ହୋଇଥିବା ଗଛପତ୍ର ଅଧିକ ଆକର୍ଷିତ କରୁଛି । ଯାହାକୁ ନେଇ ସମସ୍ତଙ୍କ ମନରେ ଏକପ୍ରକାର ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି ।

ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଆହାର କେନ୍ଦ୍ର:- ଏହି 5 କୋଟି ବ୍ୟୟରେ ନିର୍ମିତ ଆଲିସାନ ଆହାର କେନ୍ଦ୍ରରେ ମାତ୍ର 5 ଟଙ୍କା ଦେଇ ସୁସ୍ବାଦୁ ଖାଦ୍ୟ ଖାଇବେ ଲୋକେ । ଏହି ଆହାର କେନ୍ଦ୍ର ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଆହାର କେନ୍ଦ୍ର । ଯାହା ପ୍ରଥମ କରି କଟକର ନେତାଜୀ ବସ୍ ଟର୍ମିନାଲରେ ଖୋଲିବ । ରାଜ୍ୟରେ ଯେତେ ବି ଆହାର କେନ୍ଦ୍ର ରହିଛି ସାଧାରଣତଃ ଆହାର କେନ୍ଦ୍ରଗୁଡ଼ିକ ବେଶ ଜାକଜକମ ଭାବରେ ତିଆରି ହୋଇନଥିବା ବେଳେ କିନ୍ତୁ ଟର୍ମିନାଲରେ ତିଆରି ହୋଇଥିବା ଆହାର କେନ୍ଦ୍ରକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି । ମନୋରଞ୍ଜନ ପାଇଁ ଲଗାଯାଇଛି ବଡ଼ ଏଲଇଡି ଡିସପ୍ଲେ । ଯେଉଁଠି ଲୋକେ ଖାଇବା ସହ ଟିଭିର ବିଭିନ୍ନ କାର୍ଯ୍ୟକ୍ରମମାନ ଦେଖି ପାରିବେ ।

ଏହା ବି ପଢନ୍ତୁ- ଆହାର ଖାଦ୍ୟର ବଢିବ ମାନ, ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ

ଏହାଛଡ଼ା ଏହି ଆହାର କେନ୍ଦ୍ର ପରିସରରେ ମିଶନ ଶକ୍ତିର ଏକ କାଫେ ରହିଛି । ଏଠାରେ ଚା' ଜଳଖିଆଠାରୁ ଆରମ୍ଭ କରି ବିଭିନ୍ନ ପିଠା, କେକ୍ ଆଦି ବିକ୍ରି ହେବ । ତେବେ ଏହି ଆଲିସାନ ଆହାର କେନ୍ଦ୍ର କଟକକୁ ଆଉ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ହେବ ସହାୟକ । ତେବେ ଚଳିତ ମାସ ଶେଷ ସୁଦ୍ଧା ଏହାକୁ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ମେୟର । ଏ ନେଇ ସେ କହିଛନ୍ତି, " ନୂଆ ପଦ୍ଧତିକୁ ଅବଲମ୍ବନ କରି ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁର ବସଷ୍ଟାଣ୍ଡକୁ ଆଖି ଆଗରେ ରଖି ନିର୍ମିତ ହୋଇଛି ଏହି ବସ୍‌ ଟର୍ମିନାଲ। ଏହା ପରିସରରେ ଏହି ଆହାର କେନ୍ଦ୍ର ରହିଛି । ଯେଉଁଠି ସୁସ୍ଥ ପରିବେଶ ମଧ୍ୟରେ ଖାଦ୍ୟ ଖାଇବେ ଲୋକେ ।"

ନେତାଜୀ ବସ ଟର୍ମିନାଲ ପାଇଁ ଖର୍ଚ୍ଚ ହେଉଛି 150 କୋଟି ଟଙ୍କା । ତେବେ ସେଠାରେ ଥିବା ଆଲିସାନ ଆହାର କେନ୍ଦ୍ର ଟର୍ମିନାଲର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବା ସହ କଟକର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇବ ଏଥିରେ ଦ୍ବିମତ ନାହିଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.