ETV Bharat / state

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ନେଇ ଭଜନ ଗାଇଲେ ଶ୍ରୀଚରଣ - ନୂଆ ଭଜନ ଗାଇଲେ ଶ୍ରୀଚରଣ

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ନେଇ କଟକର ଏକ ଷ୍ଟୁଡିଓରେ ରେକଡିଂ ହୋଇଛି ଏକ ଭିନ୍ନଧରଣର ଗୀତ। ଗୀତଟିର ଶୀର୍ଷକ ରହିଛି ‘ଶହେ ଆଠ ଗରା ସୁଗନ୍ଧିତ ଜଳେ ସ୍ନାନ କଲା ପରେ ତତେ ହେଲା ଜ୍ବର, ଖରାରେ ମୁଁ ଖଟିଖଟି ଲାଗିଗଲା ଅଣ୍ଟାପିଠି ମୋତେ ହେଲା ଜ୍ବର।’ ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ନୂଆ ଭଜନ ଗାଇଲେ ଶ୍ରୀଚରଣ

author img

By

Published : Jul 17, 2021, 10:15 AM IST

କଟକ: ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା । ସ୍ନାନଯାତ୍ରାରୁ ଆରମ୍ଭ ହୋଇଥିବା ଏହି ପର୍ବରେ ପ୍ରଥମେ ଶହେ ଆଠ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡନ୍ତି ମହାପ୍ରଭୁ । ଏହାପରେ ଅଣସର ଘରେ ରହି ବିଭିନ୍ନ ସେବା ଦ୍ବାରା ଜ୍ବରରୁ ସୁସ୍ଥ ହୁଅନ୍ତି । କିନ୍ତୁ ମଣିଷ ଯେତେବେଳେ କୋରୋନାରେ ଆକ୍ରାନ୍ତ ହୁଏ ସେତେବେଳେ କୋଭିଡ୍ ହସପିଟାଲରେ ତାର ଚିକିତ୍ସା ଚାଲେ। ମହାପ୍ରଭୁଙ୍କ ସେବାରେ ସେବାୟତ ଲାଗିଥିବା ବେଳେ ମଣିଷଙ୍କୁ କିନ୍ତୁ ଭଗବାନଙ୍କ ରୂପରେ ଡାକ୍ତର ଏବଂ ନର୍ସ ଚିକିତ୍ସା କରନ୍ତି ।

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ନୂଆ ଭଜନ ଗାଇଲେ ଶ୍ରୀଚରଣ
ଏପରି ଏକ ତୁଳନାତ୍ମକ ବିଷୟବସ୍ତୁକୁ ନେଇ କଟକର ଏକ ଷ୍ଟୁଡିଓରେ ରେକଡିଂ ହୋଇଛି ଏକ ଭିନ୍ନଧରଣର ଗୀତ। ଗୀତଟିର ଶୀର୍ଷକ ରହିଛି ଶହେ ଆଠ ଗରା ସୁଗନ୍ଧିତ ଜଳେ ସ୍ନାନ କଲା ପରେ ତତେ ହେଲା ଜ୍ବର, ଖରାରେ ମୁଁ ଖଟିଖଟି ଲାଗିଗଲା ଅଣ୍ଟାପିଠି ମୋତେ ହେଲା ଜ୍ବର। ମହାପ୍ରଭୁଙ୍କ ଅଣସର ଯାତ୍ରା ସହିତ କୋରୋନାରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ଚିକିତ୍ସାକୁ ତୁଳନାତ୍ମକ ଭାବେ ଚିତ୍ରଣ କରାଯାଇଛି।କୋରୋନାରେ ଆକ୍ରାନ୍ତ ହେବା ପରେ ମଣିଷ କିପରି କଷ୍ଟ ସ୍ବୀକାର କରି ଜୀବନ ସହିତ ସଂଘର୍ଷ କରିବାକୁ ପଡେ ତାହା ଏହି ଗୀତ ମାଧ୍ୟମରେ ଜଗନ୍ନାଥଙ୍କୁ ଜଣାଇଛି ଭକ୍ତ । ଶେଷରେ ମହାପ୍ରଭୁ ସିନା ସୁସ୍ଥ ହୁଅନ୍ତି କିନ୍ତୁ ମଣିଷ ମୃତ୍ଯୁ ସହ ଲଢି ଜୀବନ ହାରିବାକୁ ମଧ୍ଯ ପଡେ । ଏହି ଗୀତକୁ ଲେଖିଛନ୍ତି ଗୀତିକାର ବିଭୂତି ସ୍ବାଇଁ ଏବଂ ସ୍ବର ସଂଯୋଜନା ଏବଂ କଣ୍ଠଦାନ କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି । ଏହି ଗୀତକୁ ଦର୍ଶକ ଗ୍ରହଣ କରିବା ସହ ବେଶ ପସନ୍ଦ କରିବେ ବୋଲି କହିଛନ୍ତି ଗୀତିକାର ।କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.