ETV Bharat / state

ଶୀଘ୍ର କାର୍ଯ୍ୟକ୍ଷମ ହେବ ଶିଶୁ ଭବନ ନୂଆ ବିଲ୍ଡିଂ; ସମୀକ୍ଷା କଲେ ମୋକିମ - ଶିଶୁ ଭବନ ନୂଆ ବିଲ୍ଡିଂ ସମୀକ୍ଷା କଲେ ମୋକିମ

ଖୁବଶୀଘ୍ର କଟକ ଶିଶୁ ଭବନର ନୂଆ ବିଲ୍ଡିଂ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଶୀଘ୍ର କାର୍ଯ୍ୟକ୍ଷମ ହେବ ଶିଶୁ ଭବନ ନୂଆ ବିଲ୍ଡିଂ

author img

By

Published : Jul 5, 2023, 8:08 AM IST

ଶୀଘ୍ର କାର୍ଯ୍ୟକ୍ଷମ ହେବ ଶିଶୁ ଭବନ ନୂଆ ବିଲ୍ଡିଂ

କଟକ: ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ କଟକ ଶିଶୁ ଭବନର ନୂତନ ବିଲ୍ଡିଂ । ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୀଘ୍ର ଏହାର ଶୁଭ ଉଦଘାଟନ ହୋଇ କାର୍ଯ୍ୟକ୍ଷମ ହେବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାରବାଟୀ ବିଧାୟକ ମହମ୍ମଦ ମୋକିମ ଶିଶୁ ଭବନ ଗସ୍ତ କରି ନବନିର୍ମିତ ବିଲ୍ଡିଂର ସମୀକ୍ଷା କରିଥିଲେ । ପ୍ରଥମେ ଅଧିକ୍ଷକଙ୍କ ସହ ଆଲୋଚନା କରିଥିଲେ ବିଧାୟକ । ଏହାପରେ ତମାମ ସ୍ଥିତି ପରଖି ଥିଲେ । ଯେହେତୁ ଶିଶୁ ଭବନ ପୂର୍ବ ଭାରତର ବଡ଼ ଶିଶୁ ଚିକିତ୍ସା ମେଡିକାଲ, ତେଣୁ ଏଠାରେ ପୂର୍ବରୁ ଚିକିତ୍ସା ପାଇଁ ଯେତିକି ଆବଶ୍ୟକ ଭିତ୍ତିଭୂମି ଦରକାର ହେଉଥିଲା ତାହା ନଥିଲା ।

ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ପାଇବା ସହ ଶିଶୁ ଭବନରେ ପ୍ରବଳ ଭିଡ ହେଉଥିଲା । ଚିକିତ୍ସା ପାଇଁ ରୋଗୀ ଅନେକ ସମୟ ଅପେକ୍ଷା କରୁଥିଲେ । ପୂର୍ବରୁ ଶିଶୁ ଭବନରେ 21ଟି ଆଇସିୟୁ ଥିଲା । ଏଥିପାଇଁ ରୋଗୀଙ୍କୁ ବହୁ ସମସ୍ୟା ହେଉଥିଲା । କୋଭିଡ ସମୟରେ ଆଉ 20ଟି ଆଇସିୟୁ ବୃଦ୍ଧି କରାଗଲା । ତେବେ ନୂଆ ବିଲ୍ଡିଂରେ 100ରୁ ଅଧିକ ଆଇସିୟୁ ବେଡ୍ ସୁବିଧା ରହିବ । କଟକ ଶିଶୁ ଭବନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଶହଶହ ରୋଗୀ ଆସିଥାନ୍ତି । ଶିଶୁ ଭବନର ମୋଟ ଶଯ୍ୟା ସଂଖ୍ୟା ପୂର୍ବରୁ 200 ଥିବାବେଳେ ଭିଡକୁ ଦେଖି ଏଠାରେ ଏବେ 422 ବର୍ଦ୍ଧିତ ଶଯ୍ୟାରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଖୁବଶୀଘ୍ର ଏଠି ପ୍ରତିଷ୍ଠା ହୋଇଥିବା 600 ଶଯ୍ୟା ବିଶିଷ୍ଟ ନୂଆ ବିଲ୍ଡିଂ ଉଦଘାଟିତ ହେବ ।

ବିଲ୍ଡିଂ ଓ ଏହା ପରିସରର ସୌନ୍ଦର୍ଯ୍ୟକରଣ କାମ ଶେଷ ହୋଇଥିବା ବେଳେ ଅନ୍ୟ ଆବଶ୍ୟକ ବୈଷୟିକ ବ୍ୟବସ୍ଥା କରାଯାଇଛି । ଏଠାରେ ପୃଥକପୃଥକ ଭାବେ ବିଭିନ୍ନ ବିଲ୍ଡିଂରେ ଥିବା ବିଭାଗଗୁଡିକ ଏକତ୍ରିତ ହୋଇ କାମ କରିବ । ଏପରି ହେଲେ ଗୋଟିଏ ବିଲ୍ଡିଂରୁ ଉନ୍ନତ ଚିକିତ୍ସା ଶିଶୁମାନଙ୍କୁ ଯୋଗାଇ ଦିଆଯାଇ ପାରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ବର୍ଷ ତଳେ ଏହି ନୂଆ ଭିତ୍ତିଭୂମିର ଶିଳାନ୍ୟାସ କରିଥିବା ବେଳେ ଖୁବ୍ କମ ଦିନରେ କାମ ସରିବାକୁ ଯାଉଛି । ଗୋଟିଏ ପଟେ ଏସସିବିର ସଂପ୍ରସାରଣ କାମ ଜୋରସୋରରେ ଚାଲିଥିବା ବେଳେ ଆରପଟେ ଶିଶୁ ଭବନ ସଂପ୍ରସାରଣ କାମ ଉଦଘାଟନ ଅପେକ୍ଷାରେ । ଲାଗୁଛି ଉଭୟ ଆଗକୁ ଚିକିତ୍ସା କ୍ଷେତ୍ରରେ ବଡ ଉପଲବ୍ଧି ହେବ ।

ପୂର୍ବ ଭାରତରେ ଶିଶୁ ଭବନ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି । ପୂର୍ବରୁ ଏଠାରେ ଅନେକ ଅସୁବିଧାର ସମୁଖୀନ ହେଉଥିଲେ ରୋଗୀ । ତେବେ ପର୍ଯ୍ୟୟକ୍ରମେ ରାଜ୍ୟ ସରକାର ଏହାର ନୂତନତାକୁ ଦୃଷ୍ଟିରେ ରଖି ହସ୍ପିଟାଲକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଏହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ମେଡିକାଲ ଅଧିକ୍ଷକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.