ETV Bharat / state

କଟକ ହିଁ ନେତାଜୀଙ୍କ ଜନ୍ମସ୍ଥାନ, 1945ରେ କୌଣସି ବିମାନ ଦୁର୍ଘଟଣା ଘଟିନାହିଁ କହିଲେ ସୁପ୍ରିୟୋ ବୋଷ - ନେତାଜୀଙ୍କ ନାତି ସୁପ୍ରିୟୋ ବୋଷ

ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁକୁ ନେଇ ଅସ୍ବୀକାର କଲେ ନାତି । ଅଧିକ ପଢନ୍ତୁ

ବିମାନ ଦୁର୍ଘଟଣା ଘଟିନାହିଁ କହିଲେ ସୁପ୍ରିୟୋ ବୋଷ

author img

By

Published : Jan 23, 2023, 5:01 PM IST

Updated : Jan 23, 2023, 9:03 PM IST

ବିମାନ ଦୁର୍ଘଟଣା ଘଟିନାହିଁ କହିଲେ ସୁପ୍ରିୟୋ ବୋଷ

କଟକ: ସାରା ଦେଶ ଆଜି ପାଳିଛି ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ୧୨୬ତମ ଜୟନ୍ତୀ । ଏହି ଅବସରରେ କଟକ ଓଡ଼ିଆ ବଜାରଠାରେ ଥିବା ତାଙ୍କ ଜନ୍ମସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମାଲ୍ୟାର୍ପଣ କରିଛନ୍ତି। ଏଥିସହ ଏହି ମହାନ ବ୍ୟକ୍ତିତ୍ବଙ୍କ ସ୍ମୃତିଚାରଣ କରିଛନ୍ତି । ସେହିପରି ଏହି ଅବସରରେ ନେତାଜୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁକୁ ଅସ୍ବୀକାର କରିଛନ୍ତି ନେତାଜୀଙ୍କ ନାତି ସୁପ୍ରିୟୋ ବୋଷ ।

କୋଲକାତାରୁ ଆସିଥିବା ନେତାଜୀଙ୍କ ନାତି ସୁପ୍ରିୟୋ ବୋଷଙ୍କ ଜାନକୀନାଥ ଭବନ ପରିଦର୍ଶନ କରିଥିଲେ । ନେତାଜୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠୁ ବୋଲି ସେ ଦାବି କରିଛନ୍ତି । ଏ ନେଇ ସେ କହିଛନ୍ତି ଯେ ବିମାନ ଦୁର୍ଘଟଣାକୁ ମୁଁ ଗ୍ରହଣ କରିପାରୁନାହିଁ ଓ ସହନବାଜ କମିଶନ ରିପୋର୍ଟ ଗ୍ରହଣୀୟ ନୁହେଁ । ତେବେ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଓଡ଼ିଶା ଫେରିବା ଭଳି ନେତାଜୀ ବ୍ୟବହାର କରୁଥିବା ଅଷ୍ଟିନ କାରଟିକୁ ମଧ୍ୟ ଓଡ଼ିଶା ଫେରାଇ ଅଣାଯିବା ପ୍ରସଙ୍ଗ ଆଜି ଜାନକୀନାଥ ଭବନରେ ଗୁଞ୍ଜରିତ ହୋଇଥିଲା ।

ତେବେ ଏହି ଅବସରରେ ବିଭିନ୍ନ ବୟସ ଓ ବର୍ଗର ଲୋକମାନେ ଏଠାକୁ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସେହି ମହାନ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବର ସ୍ମୃତିଚାରଣ ମଧ୍ୟ କରିଥିଲେ । ଆଜି ନେତାଜୀ ଜୟନ୍ତୀ ଅବସରରେ ଜାନକୀନାଥ ଭବନ ବା ନେତାଜୀ ଜନ୍ମସ୍ଥାନ ସଂଗ୍ରାହଳୟରେ ପ୍ରଦର୍ଶିତ ହୋଇଥିବା ଓ ନେତାଜୀଙ୍କ ଦ୍ବାରା ବ୍ୟବହୃତ ହେଉଥିବା ବିଭିନ୍ନ ବିରଳ ସାମଗ୍ରୀକୁ ଦେଖି ଅବିଭୁତ ହୋଇଥିଲେ ଲୋକେ । ଏନେଇ ତାଙ୍କ ଜନ୍ମ ସ୍ଥାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।

ଇଟିଭି ଭାରତ, କଟକ

Last Updated : Jan 23, 2023, 9:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.