ETV Bharat / state

ଖୁବଶୀଘ୍ର ଉଦଘାଟନ ହେବ ନେତାଜୀ ବସ ଟର୍ମିନାଲ, ଶେଷ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ - ନେତାଜୀ ବସ ଟର୍ମିନାଲ

ଶେଷ ପର୍ଯ୍ୟାୟରେ ନେତାଜୀ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ । ଖୁବଶୀଘ୍ର ଉଦଘାଟନ କରାଯିବ କହିଲେ କଟକ ମେୟର । ଅଧିକ ପଢନ୍ତୁ

netaji bus terminal
netaji bus terminal
author img

By

Published : Mar 22, 2023, 1:52 PM IST

netaji bus terminal

କଟକ: ଖୁବଶୀଘ୍ର ଉଦଘାଟନ ହେବ କଟକ ଖାନନଗରରେ ଚାଲିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ । ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ କହିଛନ୍ତି କଟକ ମେୟର ସୁବାସ ସିଂ । ଏନେଇ ମେୟର କହିଛନ୍ତି, "ବସ ଟର୍ମିନାଲର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି । ଉଚ୍ଚ କର୍ତ୍ତୃପକ୍ଷମାନେ ବସଷ୍ଟାଣ୍ଡରେ କାର୍ଯ୍ୟର ସମୀକ୍ଷା କରୁଛନ୍ତି ।

କଟକ ପୁରୁଣା ବାଦାମବାଡି ବସ୍‌ଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହି ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଆଉ ଆଗାମୀ ୨କୁ ୩ମାସ ଭିତରେ କାର୍ଯ୍ୟ ଶେଷ ହେବ । ମୁଖ୍ୟମନ୍ତ୍ରୀ ଶୀଘ୍ର ଉଦଘାଟନ କରିବେ । ବସ ଟର୍ମିନାଲ ନିକଟରେ ଥିବା ମଲା ଚଣ୍ଡିଆ ଛକ ରିଂ ରୋଡ଼ ପ୍ରଶସ୍ତିକରଣ କାର୍ଯ୍ୟ ଶେଷ ହେଲେ ଖୁବଶୀଘ୍ର ଉଦଘାଟନ କରାଯିବ ।"

ସୂଚନାଅନୁସାରେ, ନିର୍ମାଣ ଚାଲିଥିବା ଏହି ଟର୍ମିନାଲ ଏକ ବୃହତ ବସ ଟର୍ମିନାଲ । ଏଥିରେ ସାଧାରଣ ଯାତ୍ରୀବାହୀ ବସ୍ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାକିଂ ବ୍ୟବସ୍ଥା କରାଯାଇଛି । ଏହାସହ ଏହି ବସ ଟର୍ମିନାଲ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, ଟିକେଟ ଗୃହ ଓ ଅନେକ ସୁବିଧା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଟର୍ମିନାଲରେ ଏକ ସମୟରେ ୧୯୧ ବସ୍ ପାକିଂର ବ୍ୟବସ୍ଥା କରାଯାଇଛି । ବସ ଟର୍ମିନାଲ ପାଖାପାଖି ୧୬ ଏକର ସ୍ଥାନରେ କରାଯାଇଛି ।

ତେବେ କଟକର ଐତିହ୍ୟ ଗୌରବର ଗାଥା ବହନ କରୁଥିବା ସୁବାସ ବୋଷଙ୍କ ନାଁରେ ନାମିତ କରାଯାଇଛି ବସଷ୍ଟାଣ୍ଡ । ତେବେ ଏହି ବିଶ୍ୱ ସ୍ତରୀୟ ବସଷ୍ଟାଣ୍ଡ କଟକରେ ନିର୍ମାଣ କରାଯିବା ଫଳରେ ସାରା ରାଜ୍ୟର ଲୋକମାନେ ଏବେ କଟକ ଆସିବେ । ବର୍ତ୍ତମାନ ବାଦାମବାଡ଼ି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ରହିଥିଲା ବେଳେ ଏଠାରେ ମଧ୍ୟ ପ୍ରତ୍ୟକ ଦିନ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି । ତେଣୁ ନେତାଜୀ ବସ ଟର୍ମିନାଲ ନିର୍ମାଣ ପରେ ଲୋକଙ୍କ ଗମନାଗମନ ଦିଗ ଆହୁରି ସ୍ୱଚଳ ହେବ ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.