ETV Bharat / state

ବଦଳିବ କି ପରୀକ୍ଷା ଢାଞ୍ଚା ? NCFର ପ୍ରସ୍ତାବକୁ ଶିକ୍ଷାବିତଙ୍କ ନାପସନ୍ଦ - ନ୍ୟାସନାଲ କରିକୁଲାମ ଫ୍ରେମୱାର୍କ

ନବମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ୮ଟି ପରୀକ୍ଷା କରାଇବା ପାଇଁ NCF ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଶିକ୍ଷାବିତ ମାନେ ନାପସନ୍ଦ କରିଛନ୍ତି । ଅଧିକ ପଢ଼ନ୍ତୁ

planning to change framework from 9th to plus two exam
୯ରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଢାଞ୍ଚା ବଦଳିବାକୁ ପ୍ରସ୍ତାବ
author img

By

Published : Apr 8, 2023, 9:38 PM IST

୯ରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଢାଞ୍ଚା ବଦଳିବାକୁ ପ୍ରସ୍ତାବ

କଟକ: ନବମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ୮ଟି ପରୀକ୍ଷା କରାଇବା ପାଇଁ ଏକ ପ୍ରସ୍ତାବ ଦେଇଛି ନ୍ୟାସନାଲ କରିକୁଲାମ ଫ୍ରେମୱାର୍କ (NCF) । ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ବେଶ ଚାପରେ ରହିଥାନ୍ତି । ତେଣୁ ସେମାନଙ୍କର ଚାପ କମାଇବା ପାଇଁ ପରୀକ୍ଷା ଢାଞ୍ଚାରେ ଏହିପରି ବ୍ୟାପକ ପରିବର୍ତ୍ତନ ପାଇଁ ଆବଶ୍ୟକତା ରହିଥିବା ଅନୁଭବ କରିଛି ନ୍ୟାସନାଲ କରିକୁଲାମ ଫ୍ରେମ ୱାର୍କ । ବିଭିନ୍ନ ବର୍ଗରୁ ମତ ଆସିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ଏହି ନୂତନ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ବରିଷ୍ଠ ଶିକ୍ଷାବିତ ତଥା ପୂର୍ବତନ ବୋର୍ଡ ସଭାପତି ସତ୍ୟକାମ ମିଶ୍ର । ଏହି ଢାଞ୍ଚା ଲାଗୁ ହେଲେ ପିଲାଙ୍କ ପାଠପଢାରେ ବାଧା ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଥିବା ସେ କହିଛନ୍ତି । ପାଠପଢାରେ ଯେ କେବଳ ବାଧା ସୃଷ୍ଟି କରିବ ତାହା ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ଅଧିକ ସମୟ ନଷ୍ଟ ହେବ । ଆହୁରି ମଧ୍ୟ କହିଛନ୍ତି, " ଅଧିକ ପରୀକ୍ଷା ହେଲେ ଛାତ୍ରଛାତ୍ରୀମାନେ କେବଳ ମାର୍କ ଓରିଏଣ୍ଟ ହେବେ । ସେହିପରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ମଧ୍ୟ ପରୀକ୍ଷା କରିବା ଏବଂ ଖାତା ଦେଖିବା ପାଇଁ ଅଧିକ ସମୟ ନଷ୍ଟ ହେବ। ଏହି କାରଣରୁ ଛାତ୍ରଛାତ୍ରୀମାନେ ଗୋଟିଏ ଶିକ୍ଷା ବର୍ଷରେ ଯେତେକି ପାଠ ପଢିବା କଥା ସେତିକି ପାଠ ପଢିବାରୁ ନିଶ୍ଚୟ ବଞ୍ଚିତ ହେବେ । ତେଣୁ ଏହା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ପ୍ରଭାବ ପକାଇବ ।"

କେବଳ ସେତିକି ନୁହେଁ, ବର୍ତ୍ତମାନ ସମୟରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ଯେଉଁ ନିୟମ ଲାଗୁ କରିଛି, ଅର୍ଥାତ ମାଟ୍ରିକ ପରୀକ୍ଷା ପାଇଁ ଯେଉଁ ବ୍ୟବସ୍ଥା (ସମେଟିଭ) କରାଯାଇଛି ତାହା ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇବ ବୋଲି ସତ୍ୟକାମ ମିଶ୍ର ମତ ରଖିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ବିଷୟ ବସ୍ତୁକୁ ମନେ ରଖିପାରିବେ ନାହିଁ । ଯାହା ଫଳରେ ସେମାନଙ୍କ ଭବିଷ୍ୟତ ଉପରେ ନିଶ୍ଚୟ ପ୍ରଭାବ ପଡିବ । ତେଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେବା ଉଚିତ, ଯାହାକି ସେମାନଙ୍କ ଉପରେ କୌଣସି ପ୍ରଭାବ ନପଡ଼େ । ସେହିପରି ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟ ରଖିବା କଥା । ଅର୍ଥାତ କଳା ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନର କିଛି ବିଷୟ ରଖିବା ଉଚିତ ବୋଲି ସେ କହିଛନ୍ତି । ଯେପରି କଳା ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତରେ ଅନେକ ସହାୟକ ହେବ ବୋଲି ମତ ଦେଇଛନ୍ତି ବରିଷ୍ଠ ଶିକ୍ଷାବିତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.