କଟକ: ଗୁଣିଗାରେଡି ସନ୍ଦେହରେ 3 ଜଣଙ୍କୁ ହତ୍ୟା ମାମଲାରେ ପୁନଃ ବିଚାର କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏନେଇ ଗୁଣୁପୁର ଏଡିଜେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଭାରତୀୟ ଦଣ୍ଡବିଧି ଆଇନର ଧାରା 364 ଓ 365 ଆଧାରରେ ଚାର୍ଜ ଫ୍ରେମ କରି ମାମଲାର ପୁନଃ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର 9, 2016ରେ ଗୁଣି ଗାରେଡି ସନ୍ଦେହରେ 3 ଜଣଙ୍କୁ ହତ୍ୟା କରାଯାଇଥିଲା। ଏପ୍ରିଲ 4, 2018ରେ ଏହି ମାମଲାର ଶୁଣାଣି କରି ଗୁଣୁପୁର ଏଡିଜେ 9 ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଏହି ମୃତ୍ୟୁ ଦଣ୍ଡାଦେଶ କନଫର୍ମେସନ ପାଇଁ ହାଇକୋର୍ଟକୁ ଆସିଥିଲା।
ହାଇକୋର୍ଟ ଏହାର ଶୁଣାଣି କରି ଦେଖିଥିଲେ ଯେ ଆଇପିସି ଧାରା 364 ଓ 365 ନଥାଇ ଦଣ୍ଡିତ କରାଯାଇଛି। ତେବେ ଏହାର ଶୁଣାଣି କରି ହାଇକୋର୍ଟ ଏହାର ପୁନଃ ଶୁଣାଣି କରିବାକୁ ତଳକୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ