ETV Bharat / state

ବୋଦା ବଳିକୁ ନେଇ ହତ୍ୟା ! - କଟକ ନ୍ୟୁଜ

ମା ବ୍ରାହ୍ମଣୀଦେଇଙ୍କ ମନ୍ଦିରରେ ବୋଦାବଳୀ ପକାଇବା ପାଇଁ ପୂଜକଙ୍କୁ କହିଥିଲେ ସରୋଜ ପ୍ରଧାନ । ପୂଜକ ମନା କରିବାରୁ ଉତ୍ତକ୍ଷିପ୍ତ ହୋଇ ସରୋଜ ପୂଜକଙ୍କୁ ମାଡ଼ମାରିଲା ବେଳେ ପୂଜକ ପାଖରେ ଥିବା ଏକ ଧାରୁଆ କଟୁରିରେ ସରୋଜର ବେକକୁ ହାଣିଦେଇଥିଲେ ।

ବୋଦା ବଳିକୁ ନେଇ ହତ୍ୟା!
ବୋଦା ବଳିକୁ ନେଇ ହତ୍ୟା!
author img

By

Published : May 28, 2020, 3:12 PM IST

Updated : May 28, 2020, 3:53 PM IST

କଟକ: ବୋଦାବଳୀକୁ ନେଇ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ଗ୍ରାମରେ । ମୃତକ ଜଣଙ୍କ ହେଲେ ସରୋଜ ପ୍ରଧାନ(50 ବର୍ଷ) ।

ବୋଦା ବଳିକୁ ନେଇ ହତ୍ୟା !

ସୂଚନାନୁଯାୟୀ ବନ୍ଧହୁଡା ଗ୍ରାମ ନିକଟରେ ଥିବା ମା ବ୍ରାହ୍ମଣୀଦେଇ ମନ୍ଦିରରେ ସଂସାରୀ ଓଝା,(ବୟସ ୭୩ ବର୍ଷ) ପୂଜା କରନ୍ତି । ମୃତ ସରୋଜ ମା ବ୍ରାହ୍ମଣୀଦେଇଙ୍କ ମନ୍ଦିରରେ ବୋଦାବଳୀ ପକାଇବା ପାଇଁ ପୂଜକଙ୍କୁ କହିଥିଲେ । ଏବେ ଲକଡାଉନ ଚାଲୁଥିବାରୁ ବୋଦାବଳୀ ପକାଇ ହେବନାହିଁ ବୋଲି ପୂଜକ ମନା କହିବାରୁ ଏଥିରେ ଉତ୍ତକ୍ଷିପ୍ତ ହୋଇ ସରୋଜ ପୂଜକଙ୍କୁ ମାଡ଼ମାରିଲା ବେଳେ ପୂଜକ ପାଖରେ ଥିବା ଏକ ଧାରୁଆ କଟୁରିରେ ସରୋଜର ବେକକୁ ହାଣିଦେଇଥିଲେ ।

ହାଣି ସାରିବା ପରେ ପୂଜକ ନିଜେ ଯାଇ ନରସିଂହପୁର ଥାନାରେ ଆତ୍ମସମର୍ପଣ କରିଛି । ନରସିଂହପୁର ପୋଲିସ ଓ ଫରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଆମ୍ବ ବଗିଚାକୁ ନେଇ ଏଭଳି ହତ୍ୟାକାଣ୍ଡ କରାଯାଇଛି ବୋଲି ପରିବାର ଲୋକେ କହୁଛନ୍ତି । ବୋଦାବଳୀ କିମ୍ବା ଅନ୍ୟ କେଉଁ କାରଣ ପାଇଁ ଏଭଳି ହତ୍ୟାକାଣ୍ଡ ଘଟିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ନରସିଂହପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 28, 2020, 3:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.