ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟକରେ ହତ୍ୟା

author img

By

Published : Nov 1, 2020, 10:57 PM IST

ସିଲଭରସିଟିରେ ପଡିଲା ରକ୍ତଛିଟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟକ କିଶନନଗର ଥାନା ବାଲିଶୁକ୍ରୀ ଗ୍ରାମ ହରିଜନ ସାହିରେ ହତ୍ୟାକାଣ୍ଡ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟକରେ ହତ୍ୟା

କଟକ: ସିଲଭରସିଟିରେ ପଡିଲା ରକ୍ତଛିଟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟକ କିଶନନଗର ଥାନା ବାଲିଶୁକ୍ରୀ ଗ୍ରାମ ହରିଜନ ସାହିରେ ହତ୍ୟାକାଣ୍ଡ । ଏହି ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାସ୍ଥଳରେ କିଶନନଗର ପୋଲିସ ପହଞ୍ଚି ମୃତ ଉମେଶ ଭୋଇଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l

ପୂର୍ବ ଶତ୍ରୁତା ପାଇଁ କଟକରେ ହତ୍ୟା
ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି । ଅନ୍ୟପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଗତ କିଛିଦିନ ହେଲା ମୃତ ଉମେଶ ପରିବାର ସହ କିଛି ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଏନେଇ କିଶନନଗର ଥାନାରେ ମୃତ ଉମେଶ ଭୋଇଙ୍କ ପରିବାରକୁ ମାରିଦେବା ଧମକର ଅଭିଯୋଗ ହୋଇ ଆସୁଥିଲା । ହେଲେ ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ପୋଲିସର ନିଷ୍କ୍ରୟିତା ପାଇଁ ଉମେଶ ଭୋଇକୁ ହତ୍ୟା କରାଗଲା ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଥାନାରେ ମାମଲା ପରେ ତଦନ୍ତ ଜାରି ରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.