ETV Bharat / state

ଦଶହରାରେ ଚମକିବ ମହମ୍ମଦିଆ ବଜାର ନୂଆ ଚାନ୍ଦି ମେଢ଼ - କଟକ ଚାନ୍ଦି ମେଢ଼

କଟକ ଦଶହରାରେ ଚାନ୍ଦି ମେଢ଼ ସଂଖ୍ୟା 32କୁ ବୃଦ୍ଧି । ଚଳିତ ବର୍ଷ ମହମ୍ମଦିଆ ବଜାର ପୂଜା ମଣ୍ଡପରେ ଚାନ୍ଦି ମେଢ଼ରେ ପୂଜା ପାଇବେ ମା’ ଜଗତ ଜନନୀ ଦୁର୍ଗା । ଅଧିକ ପଢନ୍ତୁ

ଦଶହରାରେ ଚମକୀବ ମହମ୍ମଦିଆ ବଜାର ନୂଆ ଚାନ୍ଦି ମେଢ଼

author img

By ETV Bharat Odisha Team

Published : Oct 18, 2023, 8:22 PM IST

ଦଶହରାରେ ଚମକୀବ ମହମ୍ମଦିଆ ବଜାର ନୂଆ ଚାନ୍ଦି ମେଢ଼

କଟକ: ଚଳିତ ବର୍ଷ ଦଶହରା ଚାନ୍ଦି ମେଢ଼ରେ ଝଲସିବ କଟକ ସହର । ସହରର ଚାନ୍ଦି ମେଢ଼ କ୍ଲବରେ ଯୋଡ଼ି ହେଲା ମହମ୍ମଦିଆ ବଜାର ପୂଜା କମିଟି । ଆଜି କଟକ ସହରର ୨୯ ତମ ଚାନ୍ଦି ମେଢ଼ ଭାବରେ ମହମ୍ମଦିଆ ବଜାର ନୂତନ ଚାନ୍ଦି ମେଢ଼କୁ ଉଦଘାଟନ କରାଯାଇଛି । ଦେଢ଼ ସହ କେଜି ଓଜନରେ ନିର୍ମିତ ଏହି ଚାନ୍ଦି ମେଢ଼କୁ ନିର୍ମାଣ କରିବା ପାଇଁ ୨୦୧୬ ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଏହା ସଂପୂର୍ଣ୍ଣ କରାଯାଇ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଟକର ବିଭିନ୍ନ ରାଜନୈତିକ ଦଳର ନେତା, ଶାନ୍ତି କମିଟି, ପୂଜା କମିଟି ଓ ଶାନ୍ତି କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏହା ସହ ସମସ୍ତ ଅତିଥିମାନଙ୍କୁ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି ।

ଶାରଦୀୟ ଦୁର୍ଗା ପୂଜା ପାଇଁ ସଜେଇ ହେଉଛି ସିଲଭର ସିଟିର ପ୍ରତ୍ୟକଟି ଦୁର୍ଗା ପୂଜା ମଣ୍ଡପ । ପାର୍ବଣକୁ ନେଇ ଉତ୍ସବ ମୁଖର ହୋଇ ଉଠିବ ସିଲଭର ସିଟି କଟକ । ଏଭଳି ସ୍ଥିତିରେ କଟକ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଚାନ୍ଦିମେଢ ଲୋକାର୍ପଣ କାର୍ଯ୍ୟକ୍ରମ । ସବୁଠାରୁ ବଡ଼ କଥା ହେଉଛି ଚଳିତ ବର୍ଷ ସିଲଭର ସିଟି କଟକରେ ଆଉ 4ଟି ପୂଜା କମିଟି ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛନ୍ତି । ପୂର୍ବରୁ 28 ପୂଜା କମିଟିରେ ଚାନ୍ଦି ମେଢରେ ମା’ ଦୁର୍ଗା ପୂଜା ପାଉଥିବା ବେଳେ ଏବେ ଏହା ବଢି ଚାନ୍ଦି ମେଢ଼ ସଂଖ୍ୟା 32ରେ ପହଞ୍ଚିଛି । ବର୍ତ୍ତମାନ ପ୍ରଥମ ଥର ପାଇଁ ମହମ୍ମଦିଆ ବଜାର ପୂଜା କମିଟି ଏହି ନୂଆ ଚାନ୍ଦି ମେଢ଼ରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ମହାମାୟୀଙ୍କ ହୃଦୟ ଜିତିଲେ ମୁସଲିମ ଭକ୍ତ, ଫେରାଇ ଆଣିଲେ ମା'ଙ୍କ ବନ୍ଧକ ଗହଣା

ମହମ୍ମଦିଆ ପୂଜା କମିଟି ଦେଢ଼ କ୍ୱିଇଣ୍ଟାଲର ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛି । ଏହାକୁ ସଂପୂର୍ଣ୍ଣ ଫିଟିଂ କରିବା ପାଇଁ ପାଖାପାଖି ଦେଢ଼ କୋଟି ଟଙ୍କ ଖର୍ଚ୍ଚ ହୋଇଛି । ଯେହେତୁ କଟକ ଦଶହରା ନାଁ ଆସିଲେ ପ୍ରଥମେ ମେଢ଼ର କଥା ଆସିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ମହମ୍ମଦିଆ ବଜାର ପୂଜା କମିଟି ପକ୍ଷରୁ 2016 ମସିହାରୁ ଚାନ୍ଦି ମେଢ଼ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କୋଭିଡ ଦୁଇବର୍ଷରେ ଟିକେ ମେଢ଼ ତିଆରି ପ୍ରକ୍ରିୟାରେ ବାଧା ହୋଇଥିଲା । କିନ୍ତୁ ଚଳିତ ବର୍ଷ ସଂପୂର୍ଣ୍ଣ ଚାନ୍ଦି ମେଢ଼ କାର୍ଯ୍ୟ ଶେଷ ହୋଇଛି । ପୂର୍ବରୁ ଜରି ମେଢ଼ରେ ମାଆ ପୂଜା ପାଉଥିବା ବେଳେ ଚଳିତବର୍ଷ ଚାନ୍ଦି ମେଢ଼ରେ ପୂଜା ପାଇବେ । ସେହିଭଳି ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଥିବା ବେଳେ ନବ ନିର୍ମିତ ମେଢ ର ଚାନ୍ଦି ମେଢ଼ ର ଆଜି ଶୁଭ ଉଦ୍ଘାଟନ ହୋଇଛି। କଟକରେ ଅନ୍ୟ ଚାନ୍ଦି ମେଢ଼ ଭଳି ମହମ୍ମଦିଆ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି କହିଛନ୍ତି ପୂଜା ମଣ୍ଡପ ମୁଖ୍ୟ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.