ETV Bharat / state

ଧରା ପକାଇଦେଲା ଜିପିଏସ, ଓଡିଶାରୁ ଲଙ୍କା ଚୋରକୁ ଧରିଲେ ମଧ୍ୟ ପ୍ରଦେଶର ବ୍ୟବସାୟୀ

ମଧ୍ୟପ୍ରଦେଶ ବ୍ଯବସାୟୀ ଧରିଦେଲେ ନିଜ ଆଠ ଟନ ଲଙ୍କା। ଚଞ୍ଚକତା କରି ନିଜ ଗାଁକୁ ଧରି ପଳେଇ ଆସିଥିଲା ଲଙ୍କା ଚୋର। ଅଧିକ ପଢ଼ନ୍ତୁ

ଲଙ୍କା ଚୋରକୁ ଧରିଲେ ମଧ୍ୟ ପ୍ରଦେଶର ଲଙ୍କା ବ୍ଯବସାୟୀ

author img

By

Published : Jun 11, 2023, 7:41 AM IST

ଲଙ୍କା ଚୋରକୁ ଧରିଲେ ମଧ୍ୟ ପ୍ରଦେଶର ଲଙ୍କା ବ୍ଯବସାୟୀ

ନିଆଳି: ଧରା ପଡିଲା ଲଙ୍କାଚୋର । ଶେଷରେ ଲଙ୍କାକୁ ଠାବ କରି ଓଡିଶାରେ ପହଞ୍ଚି ଠକକୁ ଧରିଲେ ମଧ୍ୟ ପ୍ରଦେଶର ଲଙ୍କା ବ୍ୟବସାୟୀ । ଏଭଳି ଏକ ରୋଚକ ଘଟଣା ବାଲିପାଟଣା ଥାନା ବନମାଳୀପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶରୁ ଗୋରଖପୁରକୁ ପଠାଯାଇଥିବା ଶୁଖିଲା ଲଙ୍କା ଗାଡ଼ିକୁ ଚଞ୍ଚକତା କରି ଓଡ଼ିଶା ନେଇ ଆସିଥିଲେ ଜଣେ ଠକ ଟ୍ରକ ଡାଇଭର ।

ଲଙ୍କା ଗୋଦାମରୁ ଲଙ୍କା ଟ୍ରାନ୍ସପୋର୍ଟ କରୁଥିବା ଟ୍ରକ ଡ୍ରାଇଭଙ୍କୁ ପ୍ରଲୋଭନ ଦେଖାଇ ପ୍ରଶାନ୍ତ ସାହୁ 10ଟନର ଲଙ୍କା ନେଇ ନିଜ ଗାଁ ବନମାଳୀପୁରକୁ ଚାଲି ଆସିଥିଲେ । ପଠାଯାଇଥିବା ସ୍ଥାନରେ ଶୁଖିଲା ଲଙ୍କା ନ ପହଁଞ୍ଚିବାରୁ ଲଙ୍କା ବ୍ୟବସାୟୀ ସ୍ଥାନୀୟ ପୋଲିସର ଆଶ୍ରୟ ନେଇଥିଲେ । ଟ୍ରକ ଡ୍ରାଇଭର ଦିନେଶଙ୍କ ମୋବାଇଲ ଏବଂ ଗାଡିରେ ଲାଗିଥିବା ଜିପିଏସ ଟ୍ରାକ କରି ବାଲିପାଟଣା ଥାନା ବନମାଳୀପୁରରେ ଗାଡି ଥିବା ଜଣାବାକୁ ପାଇଥିଲେ ବ୍ୟବସାୟୀ।

ବ୍ୟବସାୟୀ ଜଣକ ନିଜ ରାଜ୍ୟର ପୋଲିସକୁ ସାଥିରେ ଆଣି ବାଲିପାଟଣା ଥାନାରେ ପହଁଞ୍ଚିବା ପରେ ବାଲିପାଟଣା ପୋଲିସ ସେମାନଙ୍କୁ ସାହାଯ୍ୟ କରିଥିଲେ । ଉଭୟ ପୋଲିସଙ୍କ ମିଳିତ ଉଦ୍ୟମରେ ଦିୱାନା ପାଟଣା ଗ୍ରାମର ପ୍ରଶାନ୍ତ ସାହୁଙ୍କୁ ପୋଲିସ କାବୁ କରିଥିଲା । ବନମାଳୀପୁର ପୋଷ୍ଟାଲ ସାମ୍ନାରେ ଥିବା ଗୋଦାମରେ ଶୁଖିଲା ଲଙ୍କା ଗଚ୍ଛିତ ଥିବା ଜଣାପଡିବା ପରେ ପୋଲିସ ଉପସ୍ଥିତିରେ ଗୋଦାମ ଚାବି ଖୋଲି ଲଙ୍କା ଉଦ୍ଧାର କରିବାରେ ସଫଳ ହୋଇଥିଲା । ୧୦ ଟନ ଶୁଖିଲା ଲଙ୍କାରୁ ୮ ଟନ ଲଙ୍କା ଜବତ ହୋଇଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ଜଣାପଡିଛି ।

ଲଙ୍କାକୁ ପାଇବା ପରେ ବ୍ୟବସାୟୀ ଠକଙ୍କ ନାଁରେ କୌଣସି ମାମଲା ରୁଜୁ କରିନଥିବା ସୂଚନା ଦେଇଛି ପୋଲିସ। ଆପୋଷ ବୁଝାମଣା ପରେ ଲଙ୍କା ବ୍ୟବସାୟୀ ଲଙ୍କା ନେଇ ମଧ୍ୟ ପ୍ରଦେଶ ଫେରିଯାଇଛନ୍ତି । ଘଟଣାଟି ରାଜଧାନୀ ଉପକଣ୍ଠ ବାଲିପାଟଣା ଓ ବନମାଳୀପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଥାଉ କି ପ୍ରଶାନ୍ତ ସାହୁକୁ ୩୯ ଲକ୍ଷ ଟଙ୍କା ଠକେଇ ମାମଲାରେ ଗତ ବର୍ଷ ଡିସେମ୍ବର ୧୨ରେ କର୍ଣ୍ଣାଟକ ପୋଲିସ ବନମାଳୀପୁର ଅଞ୍ଚଳରୁ ଗିରଫ କରିଥିଲା । ଜେଲ ଯାଇ ଆସିବା ପରେ ସେ ପୁଣି ଅଭିନବ ଢ଼ଙ୍ଗରେ ଠକେଇ ଆରମ୍ଭ କରିଛନ୍ତି । ପୂର୍ବରୁ ଓଡିଶାର ଅନେକ ବ୍ୟବସାୟୀଙ୍କୁ ଏପର ଠକି ଜେଲ ମଧ୍ୟ ଯାଇଛନ୍ତି ପ୍ରଶାନ୍ତ । ତାଙ୍କ ନାଁରେ ରାଜ୍ୟରୁ ଆରମ୍ଭ କରି ଆନ୍ତଃରାଜ୍ୟ ପର୍ଯ୍ୟନ୍ତ ଅନେକ ଠକେଇ ମାମଲା ରହିଛି ।

‌ଇଟିଭି ଭାରତ ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.