କଟକ: ଅନୁଭବ ଓ ବର୍ଷା ପାରିବାରିକ ବିବାଦ ମାମଲାରେ କୋର୍ଟରେ ଶୁଣାଣି । ସାଂସଦ ଅନୁଭବ ଓ ବର୍ଷା ଘରୋଇ ହିଂସା ମାମଲାର ଆଜି(ସୋମବାର) କଟକ ଏସଡିଜିଏମ କୋର୍ଟରେ ଶୁଣାଣି ହୋଇଛି।
ଅନୁଭବଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ଉପସ୍ଥିତ ହୋଇ ନିଜର ପକ୍ଷ ରଖିଥିଲେ। ତେବେ ବର୍ଷାଙ୍କ ଓକିଲ ଆଜି କୋର୍ଟରେ ଅନୁପସ୍ଥିତ ଥିଲେ। ଆସନ୍ତା ଜାନୁଆରୀ ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ