ETV Bharat / state

ଅପରାଧିକ ସାମ୍ରାଜ୍ୟ ବୃଦ୍ଧି କରିବାକୁ ବିହାରୀ ଗୁଣ୍ଡାଙ୍କୁ ରଖିଥିଲା ଶଙ୍କର: କଟକ ଡିସିପି

author img

By

Published : Mar 5, 2023, 11:11 AM IST

ଅପରାଧିକ ସାମ୍ରାଜ୍ୟ ବୃଦ୍ଧି କରିବାକୁ କିଛି ବିହାରୀ ଗୁଣ୍ଡାଙ୍କ ସହ ହାତ ମିଳାଇଥିଲା ଶଙ୍କର । ଟଙ୍କା ରୋଜଗାର ପାଇଁ ବ୍ୟବସାୟୀ ମାନଙ୍କୁ ଟାର୍ଗେଟ କରି ବଟି ମାଗୁଥିଲା ଶଙ୍କର । ଅଧିକ ପଢନ୍ତୁ

most wanted criminal sankar
most wanted criminal sankar

କଟକ: କୁଖ୍ୟାତ ଅପରାଧୀ ଶଙ୍କରକୁ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଛି ଶଙ୍କର । ଏହାରି ଭିତରେ ଶଙ୍କରକୁ ନେଇ ପୋଲିସକୁ ମିଳିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଅପରାଧିକ ସାମ୍ରାଜ୍ୟ ବୃଦ୍ଧି କରିବାକୁ କିଛି ବିହାରୀ ଗୁଣ୍ଡାଙ୍କ ସହ ହାତ ମିଳାଇଥିଲା ଶଙ୍କର । ଏପରିକି ବନ୍ଧୁକ କାରବାର ଉପରେ ସେ ବେଶି ଧ୍ୟାନ ଦେଉଥିଲା । ବନ୍ଧୁକ କିପରି ସୁରକ୍ଷିତ ଭାବରେ ଆସିବ ଏବଂ ସେଗୁଡିକ କିପରି ସଠିକ ଜାଗାରେ ପହଞ୍ଚିବ ସେନେଇ ଶଙ୍କର ରଚିଥିଲା ମାଷ୍ଟର ପ୍ଲାନ।

ବିହାରୀ ଗୁଣ୍ଡାଙ୍କୁ ଆଣି ସଂଗଠିତ କରି ଅପରାଧ ଘଟାଇବା ପାଇଁ ଯୋଜନା ରଚିଥିଲା ଶଙ୍କର । ପ୍ରଥମେ କିଛି ବ୍ୟବସାୟୀ ମାନଙ୍କୁ ଟାର୍ଗେଟ କରାଯାଇ ବଟି ନଦେଲେ ଧମକ ଦେବା ସହ ଭୟ ଦେଖାଉଥିଲା ଏହି କୁଖ୍ୟାତ ଅପରାଧି । ଏହିଭଳି ଭାବରେ ସେ ରୋଜଗାର ପାଇଁ ଯୋଜନା କରୁଥିଲା । ମାତ୍ର ବିହାରୀ ଗୁଣ୍ଡା ମାନଙ୍କୁ ସେ ଏସବୁ କାର୍ଯ୍ୟରେ ଲିପ୍ତ କରାଇବା ଥିଲା ତାର ପ୍ରଥମ କାମ । ମାତ୍ର ଶଙ୍କର ସେମାନଙ୍କୁ ଟ୍ରେନିଂ ଦେବା ପୂର୍ବରୁ ପୋଲିସ ହାବୁଡ଼ରେ ପଡି ଯାଇଥିଲା । ଏହାପରେ ବିହାରୀ ଗୁଣ୍ଡା ମାନେ ଫେରାର ହୋଇ ଯାଇଥିବା ବେଳ ସେମାନଙ୍କୁ ଏବେ ଖୋଜୁଛି ପୋଲିସ ।

କୁଖ୍ୟାତ ଅପରାଧୀ ଶଙ୍କରକୁ ଏନକାଉଣ୍ଟରେ କରାଯିବା ପରେ ତାର କାର୍ଯ୍ୟକଳାପକୁ ନେଇ ତଦନ୍ତ କରୁଛି କଟକ କମିଶନରେଟ ପୋଲିସ । ପୋଲିସକୁ ମିଳିଥିବା ସୂଚନା ଅନୁଯାୟୀ ଶଙ୍କର କିଛି କଟକର ପେସାଦାର ଅପରାଧୀଙ୍କୁ ନେଇ ଏକ ଅପରାଧି ଗ୍ୟାଙ୍ଗ ପ୍ରସ୍ତୁତ କରୁଥିଲା । ଏଥିପାଇଁ ଅନେକ ପରିମାଣର ଅର୍ଥ ଆବଶ୍ୟକତା ରହିଥିବାରୁ ସେ ଅପରାଧିକ କାର୍ଯ୍ୟ କରିବା ପାଇଁ ଚିନ୍ତା କରୁଥିଲା । ଏହି କ୍ରମରେ ସେ ବ୍ୟବସାୟୀ ମାନଙ୍କୁ ଦାଦାବଟି ମାଗୁଥିଲା । ଏପରି କରି ସେ ଅପରାଧିକ ସାମ୍ରାଜ୍ୟ ଗଢି ତୋଳିବାକୁ ଯୋଜନା କରୁଥିବା ଜଣାପଡିଛି । ସବୁଠାରୁ ବଡ଼ କଥା ହେଉଛି, 2016 ମସିହାରେ କଟକ ପୋଲିସ ଦ୍ବାରା ଆରମ୍ଭ ହୋଇଥିବା ଅପରାଧୀ ଦମନ ଅଭିଯାନ ପରେ ପ୍ରାୟ ଅନେକ ସବୁ ଅପରାଧୀ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ । ମାତ୍ର ଏବେ ସେମାନେ ପୁଣି ଥରେ ସକ୍ରିୟ ହେଉଥିବାରୁ ପୋଲିସ ତାହାର ରଣକୌଶଳକୁ ବଦଳାଇଥିଲା।

ତେବେ ଶଙ୍କର ନିଜର ଅପରାଧ ସାମ୍ରାଜ୍ୟ ଗଢିବା ପାଇଁ ଯୁବକ ମାନଙ୍କୁ ରଖୁଥିଲା । ଅର୍ଥାତ ନିଜ ଗ୍ୟାଙ୍ଗକୁ ସକ୍ରିୟ କରିବାକୁ ସେ ଯୁବକ ମାନଙ୍କୁ ଟାର୍ଗେଟ କରୁଥିଲା । ତେବେ ଯୁବକ ମାନଙ୍କ ସମର୍ଥନ ପାଇଁ ବିପୁଳ ପରିମାଣର ଟଙ୍କା ଆବଶ୍ୟକ ପଡିବା କଥା ମଧ୍ୟ ସେ ଜାଣିଥିଲା । ଏଥିପାଇଁ ଅର୍ଥ ମଧ୍ୟ ସଂଗ୍ରହ କରିବା ଆରମ୍ଭ କରିଥିଲା ଏହି କୁଖ୍ୟାତ ଅପରାଧୀ । ବିଭିନ୍ନ ବ୍ୟବସାୟୀ ମାନଙ୍କ ଠାରୁ ଦାଦାବଟି ଆଣି ନିଜର ଅପରାଧିକ ସାମ୍ରାଜ୍ୟ ବଢ଼ାଇବା ପାଇଁ ସେ ଯୋଜନା କରୁଥିଲା ।

କେବଳ ସେତିକି ନୁହେଁ,ନିଜ ଗ୍ୟାଙ୍ଗରେ ସାମିଲ କରିବା ପାଇଁ ହତ୍ୟା, ରାହାଜାନି ଓ ଡକାୟତି ଭଳି ସଙ୍ଗୀନ ମାମଲାରେ ଜେଲରେ ବିଚାରାଧିନ ଏକଦୀମାନଙ୍କୁ ବି ବାଛିଥିଲା ଶଙ୍କର । ସେମାନଙ୍କ ମଧ୍ୟରୁ ଯେଉଁ ଅପରାଧୀ ମାନେ ଜାମିନରେ ଖଲାସ ହେଉଥିଲେ ସେମାନଙ୍କୁ ଭେଟି ଅପରାଧ ଘଟାଇବା ପାଇଁ ଯୋଜନା ବି କରୁଥିଲା। ଏହି କର୍ମରେ ସେ ଧିରେ ଧିରେ କରି ନିଜର ଗ୍ୟାଙ୍ଗକୁ ତିଆରି କରିବା ଆରମ୍ଭ କରିଥିଲା । ଏମିତିକି ଗ୍ୟାଙ୍ଗ ପରିଚାଳନା କରିବା ଓ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ସେ ବ୍ୟବସାୟୀମାନଙ୍କୁ ବଟି ମାଗିବା ମଧ୍ୟ ଆରମ୍ଭ କରିଥିଲା । କିନ୍ତୁ ଶଙ୍କରର ପ୍ରତିଟି ଗତି ବିଧି ଉପରେ ନଜର ରଖିଥିଲା କଟକ କମିଶନରେଟ ପୋଲସ। ଶୁକ୍ରବାର ରାତିରେ ପୋଲିସ ଟିମ ଶଙ୍କରକୁ ଅଟକାଇବାରୁ ସେ ପୋଲିସ ଉପରକୁ ଗୁଳି ଚାଳନା କରିଥିବା କଟକ ଡିସିପି କହିଛନ୍ତି।

2016 ମସିହାରେ କଟକ କମିଶନରେଟ ପୋଲିସ ଦ୍ବାରା ଆରମ୍ଭ ହୋଇଥିବା ଅପରାଧୀ ଦମନ ଅଭିଯାନ ପରେ, କଟକ ସହରରେ ଏକ ପ୍ରକାର ଅପରାଧୀ ମୁକ୍ତ ହୋଇଯାଇଥିଲା । ଡି-ବ୍ରଦର୍ସଙ୍କ ଠାରୁ ଆରମ୍ଭ କରି ଟିଟୋ, ହାଇଦର, ରାଜା ଆଚାର୍ଯ୍ୟ ଭଳି କୁଖ୍ୟାତ ଅପରାଧୀଙ୍କ ଦ୍ବାରା ପରିଚାଳିତ ହେଉଥିବା ଗ୍ୟାଙ୍ଗ ଗୁଡ଼ିକୁ ମାଟିରେ ମିଶାଇଥିଲା ପୋଲିସ ।

ଏହି ଅଭିଯାନ ସମୟରେ ବିଭିନ୍ନ ଗୋଷ୍ଠୀର ଶହେରୁ ଊର୍ଦ୍ଧ୍ବ ପେସାଦାର ଅପରାଧୀ ଗିରଫ ହେବା ସହ ସେମାନଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା । ଏହି କୁଖ୍ୟାତ ଅପରାଧୀ ମାନଙ୍କ ମଧ୍ୟରୁ ହାଇଦରର ଏନକାଉଣ୍ଟରେ ମୃତ୍ୟୁ ହୋଇଥିଲା। ତେବେ ଟିଟୋକୁ ବାଦ ଦେଲେ ଅନ୍ୟ ଗ୍ୟାଙ୍ଗଷ୍ଟରମାନେ ଏବେ ଜେଲ ହାଜତରେ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ୟାଙ୍ଗଷ୍ଟର ମୁକ୍ତ ଥିବା କଟକ ସହରକୁ ପୁଣି ଥରେ ନିଜ କବଜାକୁ ନେବା ପାଇଁ ବିଭିନ୍ନ ଅପରାଧୀ ଗୋଷ୍ଠୀ ଉଦ୍ୟମ କରୁଛନ୍ତି ବୋଲି ବେଶ ଚର୍ଚ୍ଚା ହେଉଛି । ଶଙ୍କର ମଧ୍ୟ ସମାନ ଯୋଜନା କରୁଥିବା କଥା ବି ସ୍ପଷ୍ଟ ହୋଇଛି । ତେବେ କଟକ ସହରରେ କୌଣସି ପ୍ରକାରର ଅପରାଧୀ କିମ୍ବା ଅପରାଧିକ କାର୍ଯ୍ୟକଳାପକୁ କୌଣସି ମତେ ପ୍ରଶୟ ଦିଆଯିବ ନାହିଁ ବୋଲି କଟକ ଡିସିପି କହିଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.