ETV Bharat / state

କଟକକୁ କଲବଲ କରୁଛି ମଶା - କଟକରେ ବଢୁଛି ମଶା ପ୍ରାଦୁର୍ଭାବ

କଟକରେ ବଢିଛି ମଶାଙ୍କ ପ୍ରାଦୁର୍ଭାବ । ସନ୍ଧ୍ୟା ହେଲେ ଏକ ପ୍ରକାର ଆତଙ୍କ ଖେଳାଇ ଦେଉଛନ୍ତି ମଶା । ଏପଟେ ସମସ୍ୟାକୁ ସମାଧାନ ପାଇଁ ଚେଷ୍ଟା ଜାରି ରହିଥିବା ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି ।

mosquito tension in cuttack
କଟକକୁ କଲବଲ କରୁଛି ମଶା
author img

By

Published : Jan 30, 2020, 8:57 PM IST

Updated : Jan 30, 2020, 11:32 PM IST

କଟକ: ଦିନ ସରି ସଞ୍ଜ ଆସିଗଲେ କଟକରେ ବଢିଯାଏ କଟକୀ ମଶାଙ୍କ ଭାଉ । ମଶାରୀ ଟାଣିଲେ ବି ଉଠେଇ ବସେଇ ଦିଅନ୍ତିନି ଏମାନେ । ଯାହାକୁ ନେଇ ଟେନସନରେ କଟକବାସିନ୍ଦା । ଏପଟେ ମଶା ବଂଶ ରୋକିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ବି ଆଖିଦୃଶିଆ ଫଳ ଦେଖିବାକୁ ମିଳେନାହିଁ । ତେବେ ଏ ସମସ୍ୟା ଆଜିର କି କାଲିର ନୁହେଁ, ଦୀର୍ଘବର୍ଷ ଧରି ମଶାଙ୍କ ଦାଉରେ ଜୁଝୁଛନ୍ତି ଲୋକେ ।

କଟକକୁ କଲବଲ କରୁଛି ମଶା

କଟକରେ ମଶାଙ୍କ ରାଜ୍ । ମଶାଙ୍କ ଦାଉରେ କଲବଲ କଟକବାସିନ୍ଦା । ସନ୍ଧ୍ୟା ନଇଁଲେ ବଢେ ମଶାଙ୍କ ପ୍ରାଦୃଭାବ । ଅତିଷ୍ଠ ହୋଇଗଲେଣି ଲୋକେ । ଗୋଟେ ପଟେ ସରକାର ସିଲଭର ସିଟିକୁ ଚକଚକ୍ କରିବା ପାଇଁ ଲାଗି ପଡିଥିବା ବେଳେ ଏପଟେ ନାଳନର୍ଦ୍ଦମା ସଫା କରିବାରେ ବିଫଳ । ଏପରିକି ମଶା ବଂଶ ରୋକିବାରେ ଆବଶ୍ୟକୀୟ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏପଟେ ଲୋକଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ବାରବାଟୀ ବିଧାୟକ । ସହରରେ ମଶାଙ୍କ ପ୍ରାଦୃଭାବ ବଢିଥିବା ସେ କହିଛନ୍ତି ।

ସେପଟେ ମଶା ପ୍ରାଦୃଭାବ ରୋକିବା ପାଇଁ ଅନେକ ବ୍ୟବସ୍ଥା ହାତକୁ ନିଆଯାଇଥିବା କହିଛନ୍ତି ସିଏମସି କମିଶନର । ମଶା ନିୟନ୍ତ୍ରଣ ପାଇଁ ମଶା ଧୂଆଁ ଛଡାଯାଉଛି । ଏହାସହ ନାଳନର୍ଦ୍ଦମା ସଫେଇ କରାଯାଉଛି । ଖୁବ୍ ଶିଘ୍ର ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

ଦିନ ପରେ ଦିନ ଗଡୁଛି ସୁଧୁରୁନି କଟକବାସୀଙ୍କ ସମସ୍ୟା । ସତରେ କଣ ମଶା ଦାଉରୁ ରକ୍ଷା ପାଇବେ ଲୋକେ, ନା ଅବସ୍ଥା ଯଥା ପୂର୍ବଂ ତଥା ପରଂ ରହିବ । ତାହାକୁ ସମସ୍ତଙ୍କ ଅପେକ୍ଷା

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:Body:

blank

Conclusion:
Last Updated : Jan 30, 2020, 11:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.