ETV Bharat / state

Minor rape case: ଦୁଇଟି ପୃଥକ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ଜେଲ୍

author img

By

Published : Mar 1, 2023, 7:43 AM IST

ଦୁଇଟି ଭିନ୍ନ ଭିନ୍ନ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଦୋଷୀଙ୍କୁ ୨୦ ବର୍ଷ ଜେଲ୍ । ଦଣ୍ଡାଦେଶ ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ପୋକ୍ସୋ ଆଡ଼ହକ ଫାଷ୍ଟଟ୍ରାକ କୋର୍ଟ । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ଜେଲ୍

କଟକ: ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଅଦାଲତ । ଦୁଇଟି ପୃଥକ ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ପୋକ୍ସୋ ଆଡ଼ହକ ଫାଷ୍ଟଟ୍ରାକ କୋର୍ଟ । ୧୩ ବର୍ଷର ନାବାଳିକା ସହ ହୋଇଥିବା ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ବିରେନ୍ଦ୍ର ନାୟକକୁ ୨୦ବର୍ଷ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଆଡ଼ହକ ଫାଷ୍ଟଟ୍ରାକ କୋର୍ଟ । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହାସହିତ ପୀଡିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଏହି କ୍ଷତିପୂରଣ ରାଶି ଦିଆଯିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ୨୦୨୧ ମାର୍ଚ୍ଚ ୨୬ ରେ ପିଠାପୁର ଅଞ୍ଚଳରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା । ଏହି ମାମଲାରେ ୧୧ ଜଣ ସାକ୍ଷୀ ଓ ୧୨ଟି ତଥ୍ୟକୁ ଆଧାର କରି ଏପରି ରାୟ ପ୍ରଦାନ କରିଛନ୍ତି କୋର୍ଟ । ଏହି ମାମଲାକୁ ପରିଚାଳନା କରୁଥିଲେ ସରକାରୀ ଓକିଲ ବିଶ୍ୱଜିତ ରାୟ ।

ଠିକ ସେହିପରି ଅନ୍ୟ ଏକ ନାବାଳିକା ଦୁଷ୍କର୍ମ ଘଟଣାରେ ବି ଦୁଷ୍କର୍ମକାରୀ ଦୋଷୀ ସୋମନାଥ ଭୋଇଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି । ଏହାସହିତ ପୀଡ଼ିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

୨୦୨୦ ନଭେମ୍ବର ୪ ତାରିଖରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । କଟକ ସଦର ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ୧୬ ଜଣ ସାକ୍ଷୀ ଓ ୧୮ ଟି ତଥ୍ୟ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଦେଇଛନ୍ତି ଅଦାଲତ । ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ସରକାରୀ ଓକିଲ ରମେଶ ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ । ସବୁଠାରୁ ବଡ଼ କଥା ହେଉଛି ନାବାଳିକା ଦୁଷ୍କର୍ମ ମାମଲାରେ ଅଦାଲତ ଦୁଷ୍କର୍ମ କାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

ଅଦାଲତ ଏହାକୁ ଅତି ଗୁରୁତ୍ୱର ନେବା ସହ ଏଭଳି ସମ୍ବେଦନଶୀଳ ଘଟଣା ଯେପରି ରୋକାଯାଇ ପାରିବ ସେନେଇ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡାଦେଶ ଶୁଣାଉଛନ୍ତି । କେବଳ ସେତିକି ନୁହେଁ ପୋଲିସ ଏଭଳି ସମ୍ବେଦନଶୀଳ ଘଟଣାରେ ତଦନ୍ତ ସଠିକ ଭାବରେ କରିବାକୁ ଅଦାଲତ ପରାମର୍ଶ ଦେଇଛନ୍ତି । ସେହିପରି ନାବାଳିକାଙ୍କ ଅବିଭାବକ ମଧ୍ୟ ଏନେଇ ସଚେତନ ରହିବାକୁ କୋର୍ଟ ପରାମର୍ଶ ଦେଉଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.