କଟକ: କଟକ ରେଡକ୍ରସ ଭବନ ଅଧୀନରେ ଥିବା 'ସହାୟ' କେନ୍ଦ୍ରରେ ମଙ୍ଗଳବାର ପହଞ୍ଚିଥିଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏହି ଗସ୍ତ ସମୟରେ 'ସହାୟ' କେନ୍ଦ୍ରରେ ଏକ ବିଦ୍ୟୁତ ଥେରାପି ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ନୂତନ ବିଭାଗର ଉଦଘାଟନ କରିଛନ୍ତି ।
ମନ୍ତ୍ରୀ ଅଶୋକ ପଣ୍ଡା ‘ସହାୟ’ କେନ୍ଦ୍ରରେ ଭିନ୍ନକ୍ଷମ ପିଲାମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ଏଥି ସହ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ କିପରି ଏହି ସହାୟ କେନ୍ଦ୍ରରୁ ଅନେକ ପିଲା ରୋଜଗାରକ୍ଷମ ହେବେ ସେ ଦିଗରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ସହାୟ କେନ୍ଦ୍ରରେ ଉଦଘାଟିତ ବିଦ୍ୟୁତ ଥେରାପି ଦ୍ବାରା ଅନେକ ଦିବ୍ୟାଙ୍ଗ ପିଲା ସୁସ୍ଥ ହୋଇପାରିବେ । ଏଥିସହିତ ସୌନ୍ଦର୍ଯ୍ୟକରଣ ବିଭାଗର ଉଦଘାଟନ ଫଳରେ ସମସ୍ତ ଛାତ୍ରୀ ରୋଜଗାରକ୍ଷମ ହୋଇପାରିବେ । ଯାହାଦ୍ବାରା ରାଜ୍ୟର ଅର୍ଥନୈତିକ ମଧ୍ୟ ସୁଦୃଢ ହେବ ।
ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାରୀ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏମାନେ କେବଳ ଶାରିରୀକ ସ୍ତରରେ ଦିବ୍ୟାଙ୍ଗ କିନ୍ତୁ ମାନସିକ ସ୍ତରରେ ଏମାନେ ବେଶ ମଜବୁତ । ତେବେ ଓଡିଶା ଏବେ ଦିବ୍ୟାଙ୍ଗ ଦିଗରେ ଅଧିକ ରୋଜଗାରକ୍ଷମ । ସଠିକ୍ ପ୍ରଶିକ୍ଷଣ ଏବଂ ଉନ୍ନତମାନର ପରିବେଶ ଯୋଗୁଁ ସେମାନେ ଆଜି ଆଗରେ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ