କଟକ: ସିଲଭରସିଟିରେ ଆରମ୍ଭ ହୋଇଛି ବୈଶାଖୀ ବାଣିଜ୍ୟ ମେଳା ବା ମିନି ବାଲିଯାତ୍ରା । ଏହି ମେଳା ଚଳିତ ବର୍ଷ 15 ବର୍ଷରେ ପଦାର୍ପଣ କରିଛି । ମେଳାର ପ୍ରଥମ ଦିନରୁ ହିଁ ଜମିଲାଣି ଦର୍ଶକଙ୍କ ଭିଡ଼ । ଚଟପଟି ଖାଇବା ସାଙ୍ଗକୁ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ, ଦୋଳି ଖେଳର ମଜା ନେଉଛନ୍ତି ସହରବାସୀ । ଏହି ମେଳା ଶନିବାରଠୁ ଆରମ୍ଭ ହୋଇ ଆସନ୍ତା ମାସ 7 ତାରିଖ ପର୍ଯ୍ୟନ୍ତ ଚାଲିବ ।
450 ଷ୍ଟଲରେ ରହିଛି ବେଶ ଆକର୍ଷଣୀୟ ସାମଗ୍ରୀ । ଯେପରିକି, ଶାଢ଼ୀ, ଫର୍ଣ୍ଣିଚର, ଔଷଧୀୟ ପଦାର୍ଥ ଇତ୍ୟାଦି । ଆସନ୍ତା ମାସ 11 ତାରିଖରେ ହେବାକୁ ଥିବା ପ୍ରଥମପର୍ଯ୍ୟାୟ ନିର୍ବାଟନକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତିନେଇଛି ଆୟୋଜକ କମିଟି ।ମେଳାରେ ଘର କରଣା ଜିନିଷ ଠାରୁ ଆରମ୍ଭ କରି ଗାଡି ମଟର ପର୍ଯ୍ୟନ୍ତ ସମସ୍ତ ଜିନିଷ ବିକ୍ରୀ ହେଉଛି । ବହୁ ନାମୀଦାମୀ କମ୍ପାନୀମାନେ ସେମାନଙ୍କର ଷ୍ଟଲ ଦେଇଛନ୍ତି ଓ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ।
ମେଳା ବୁଲିବାକୁ ଆସୁଥିବା ଦର୍ଶକଙ୍କଖାଦ୍ୟପେୟ ପାଇଁ ଫୁଡ଼କୋର୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଗରୁ ବାଣିଜ୍ୟ ମେଳା ସାତ ଦିନ ହେଉଥିବା ବେଳେ ଚଳିତ ବର୍ଷ ୧୦ ଦିନଚାଲିବ । ମାର୍ଚ୍ଚ ୨୯ ରୁ ଏପ୍ରିଲ ୭ ପର୍ଯ୍ୟନ୍ତ କରିବା ପାଇଁ ଆୟୋଜକ କମିଟି ନିଷ୍ପତ୍ତିନେଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ