ETV Bharat / state

୨୯ରୁ ମିନି ବାଲିଯାତ୍ରା - କଟକ

କଟକର ବାଲିଯାତ୍ରା ପଡିଆରେ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ବୈଶାଖୀ ବାଣିଜ୍ୟ ମେଳା ବା ମିନି ବାଲିଯାତ୍ରା । ଚଳିତ ବର୍ଷ ଏହା ୧୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Mar 24, 2019, 8:30 PM IST

କଟକ: ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ବୈଶାଖୀ ବାଣିଜ୍ୟ ମେଳା ବା ମିନି ବାଲିଯାତ୍ରା। କଟକର ବାଲିଯାତ୍ରା ପଡିଆରେ ଏହା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ତେବେ ଚଳିତ ବର୍ଷ ଏହା ୧୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ତେଣୁ ଏହାକୁ ଅଧିକ ଆକର୍ଷଣୀୟକରିବାକୁ ଯୋଜନା କରିଛନ୍ତି ଆୟୋଜକ କମିଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମେଳାରେ ପ୍ରାୟ ୪୫୦ରୁ ଊର୍ଦ୍ଧ୍ୱଷ୍ଟଲ ଖୋଲିବାର ଯୋଜନା ରଖାଯାଇଛି । ତେବେ ନିର୍ବାଚନ ଆଗକୁ ଥିବାରୁ ଏହାକୁ ଶୀଘ୍ର କରିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଳାରେ ଘରକରଣା ଜିନିଷ ଠାରୁ ଆରମ୍ଭ କରି ଗାଡି ମୋଟର ପର୍ଯ୍ୟନ୍ତ ସମସ୍ତ ଜିନିଷ ରହିବ ବୋଲି ଜଣାପଡିଛି ।

ଏଥିରେ ବହୁ ନାମୀଦାମୀ କମ୍ପାନୀମାନେ ଷ୍ଟଲ ଦେଇଥାନ୍ତି ଓ ଭଲ ବ୍ୟବସାୟ ମଧ୍ୟ କରିଥାନ୍ତି। ଯେଉଁଥିରେ ଓଡିଶା ଓ ଓଡିଶା ବାହାରର ବ୍ୟବସାୟୀମାନେ ଭାଗ ନେଇଥାନ୍ତି ।
ସେପଟେ ମେଳା ବୁଲିବାକୁ ଆସୁଥିବା ଦର୍ଶକଙ୍କଖାଦ୍ୟପେୟ ପାଇଁ ଫୁଡ଼ କୋର୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଗରୁ ବାଣିଜ୍ୟ ମେଳା ସାତ ଦିନ ହେଉଥିବା ବେଳେ ଚଳିତ ବର୍ଷ ୧୦ ଦିନ ଅଥବା ମାର୍ଚ୍ଚ ୨୯ରୁ ଏପ୍ରିଲ ୭ ପର୍ଯ୍ୟନ୍ତ କରିବାକୁ ଆୟୋଜକ କମିଟି ନିଷ୍ପତ୍ତି ନେଇଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.