ETV Bharat / state

ହଜିଗଲା ମାନବିକତା, ପୋଲିସ ସାମ୍ନାରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିର୍ଯାତନା - ପୋଲିସ ଉପସ୍ଥିତିରେ ବ୍ୟକ୍ତିଙ୍କୁ ନିର୍ଯାତନା

କଟକ ଜଗତପୁର ଅଞ୍ଚଳରେ ପୋଲିସ ଉପସ୍ଥିତିରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ଅଧିକ ପଢନ୍ତୁ

ହଜିଗଲା ମାନବିକତା, ଚୋର ସନ୍ଦେହରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିର୍ଯାତନା

author img

By

Published : Oct 24, 2022, 11:49 AM IST

Updated : Oct 24, 2022, 1:49 PM IST

କଟକ: ପୋଲିସ ଉପସ୍ଥିତିରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିର୍ଯାତନା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜଗତପୁର ଅଞ୍ଚଳରେ । ଏ ସମ୍ପର୍କିତ ଏକ ଭିଡ଼ିଓ ଭାଇରାଲ ହେବାର ଲାଗିଛି । ଚୋର ସନ୍ଦେହରେ ହୋଇଛି ମାଡ଼ । ଗତକାଲି ବିଳମ୍ବିତ ରାତିର ଏହି ଘଟଣା। ଘଟଣା ସ୍ଥଳରେ ପିସିଆର ଭ୍ୟାନ ଥିବା ଭିଡ଼ିଓରୁ ଜଣାପଡୁଛି । ଏଥିସହ ଭିଡ଼ିଓରେ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ ମାଲିକ ମଧ୍ୟ ଅଛନ୍ତି । ତେବେ ପୋଲିସ ଉପସ୍ଥିତିରେ ଏପରି ମାଡ଼ ମାରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦି ଜଣେ ଦୋଷ କରିଥାଏ, ତାହା ହେଲେ ଆଇନର ଆଶ୍ରୟ ନନେଇ ମାଡ଼ ମାରିବା କେତେଦୂର ଯଥାର୍ଥ ! ପୋଲିସ କଣ ପାଇଁ ଚୁପ ରହିଥିଲା ? ମାଡ଼ ମାରିବା ଏବଂ ଏଥିରେ ସାମିଲ ଥିବା ସମ୍ପୃକ୍ତଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ପୋଲିସ ସାମ୍ନାରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିର୍ଯାତନା

ଇଟିଭି ଭାରତ, କଟକ

Last Updated : Oct 24, 2022, 1:49 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.