ETV Bharat / state

ସମାଧାନ ଯୁକ୍ତ ଗଣମାଧ୍ୟମ ହିଁ ବିକାଶ ଭାରତ: ସୌମ୍ୟରଞ୍ଜନ ପଟ୍ଟନାୟକ

author img

By

Published : Nov 20, 2022, 11:53 AM IST

ପ୍ରଜପିତା ଇଶ୍ୱରୀୟ ବ୍ରହ୍ମା କୁମାରୀ କଟକ ଶାଖା ପକ୍ଷରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରକୃପା ପାଇବାକୁ ବ୍ୟାକୁଳ ହୁଅନ୍ତୁ ନାହିଁ । ଶିବଙ୍କ ଭଳି ଅଳ୍ପକେ ସନ୍ତୁଷ୍ଟ ହୋଇ ତାଙ୍କ ତୃତୀୟ ନୟନର କାର୍ଯ୍ୟ କରନ୍ତୁ ବୋଲି କହିଥିଲେ ଖଣ୍ଡପଡା ବିଧାୟକ । ଅଧିକ ପଢନ୍ତୁ

ସୌମ୍ୟରଞ୍ଜନ ପଟ୍ଟନାୟକ
ସୌମ୍ୟରଞ୍ଜନ ପଟ୍ଟନାୟକ

କଟକ: ଆଜାଦିକା ଅମୃତ ମହୋତ୍ସବ ଅବସରରେ ପ୍ରଜପିତା ଇଶ୍ୱରୀୟ ବ୍ରହ୍ମା କୁମାରୀ କଟକ ଶାଖା ପକ୍ଷରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଣମାଧ୍ୟମର ପ୍ରତିନିଧିଙ୍କୁ ନେଇ "ବିକଶିତ ଭାରତ ପାଇଁ ସମାଧାନ ଯୁକ୍ତ ଗଣମାଧ୍ୟମ" ଶୀର୍ଷକ ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ରହିଥିଲା ।

ଏହା ମଧ୍ୟ ପଢନ୍ତୁ:ଆଜି ଲୋକସେବା ଭବନରେ ପ୍ରଦର୍ଶିତ ହେବ ଦମନ, ସିନେମା ଦେଖିବେ ବରିଷ୍ଠ ଅଧିକାରୀ

ସୌମ୍ୟରଞ୍ଜନ ପଟ୍ଟନାୟକ

ପ୍ରଜପିତା ଇଶ୍ୱରୀୟ ବ୍ରହ୍ମା କୁମାରୀ କଟକ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ ମିଡିଆର ପ୍ରକୃତ ଅର୍ଥ ବୁଝାଇବା ସହ ଏହାର ସଫଳ କାର୍ଯ୍ୟକରିତା ସମ୍ପର୍କରେ ବୁଝାଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟ ବକ୍ତା ଭାବେ ମାଉଣ୍ଟ ଆବୁ ଠାରେ ଥିବା ମିଡ଼ିଆ ବିଭାଗର ରାଷ୍ଟ୍ରୀୟ ସଂଯୋଜକ ବି.କେ ସୁଶାନ୍ତ, ସମ୍ମାନିତ ଅତିଥି ରୂପେ ଦିଲ୍ଲୀ ଡିଡି ନ୍ୟୁଜର ବରିଷ୍ଠ ସାମ୍ବାଦିକ ମନୀଷ ବାଜପାୟୀ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ଫରିଦାବାଦରୁ ଆସିଥିବା ଆଧ୍ୟାତ୍ମିକ ବକ୍ତା ବି.କେ ପୁନମ, କଟକ ଆଶ୍ରମର ବି.କେ ସୁଲୋଚନା ପ୍ରମୁଖ ଯୋଗ ଦେଇଥିଲେ ।

ଝାଞ୍ଜିରୀ ମଙ୍ଗଳା ଆଶ୍ରମର ମୁଖ୍ୟ ବି.କେ କମଲେଶଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି କର୍ମଶାଳାରେ ଅତିଥିମାନେ ବିକଶିତ ଭାରତରେ ସମାଧାନ ଯୁକ୍ତ ଗଣ ମାଧ୍ୟମର ଭୂମିକା ଶୀର୍ଷକ ବିଷୟବସ୍ତୁ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । କଟକରେ ଶୁଭାରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ କର୍ମଶାଳାରେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନର ଗଣମାଧ୍ୟମ ପ୍ରତିନିଧିମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ତେବେ ମିଡିଆର ପ୍ରକୃତ ଅର୍ଥ ବୁଝାଇବା ସହ ଏହାର ସଫଳ କାର୍ଯ୍ୟକରିତା ସମ୍ପର୍କରେ ବୁଝାଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ।

ଏହା ମଧ୍ୟ ପଢନ୍ତୁ: ମଞ୍ଚେଶ୍ବରରୁ ମିଳିଲା ଅର୍ଚ୍ଚନାଙ୍କ ଏଣ୍ଡଭର କାର, ଖୋଜୁଥିଲା ଇଡି

ଏହି କର୍ମଶାଳାରେ ଖଣ୍ଡପଡା ବିଧାୟକ କହିଛନ୍ତି, "କୋରୋନା ମହାମାରୀ ଯୋଗୁଁ ଗଣମାଧ୍ୟମ ଅଧିକ ପ୍ରଭାବିତ ହୋଇଛନ୍ତି । ଆମେ ଅତି ମାତ୍ରାରେ ବିଜ୍ଞାପନଦାତାଙ୍କ ଉପରେ ନିର୍ଭରଶୀଳ ହୋଇଥିବା ଦୃଷ୍ଟିରୁ ଅନେକ ସମୟରେ ଗ୍ରାହକଙ୍କ ସ୍ବାର୍ଥକୁ ଆମେ ଜଗି ପାରିନାହୁଁ । ସେଥିପାଇଁ ମୋ ବିଚାରରେ ଗ୍ରାହକମାନେ ଅଧିକ ସଚେତନ ହେବା ଦରକାର । ଅଳ୍ପରେ ସନ୍ତୁଷ୍ଟ ନହୋଇ ଅଧିକ ଉଚ୍ଚ ଆଶାରଖି ସାମ୍ବାଦିକତା କରିଲେ ଠିକ ବାଟରେ ଆମେ ପହଞ୍ଚି ପାରିବା ନାହିଁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.