ETV Bharat / state

ସରିଲା ମାଟ୍ରିକ ଖାତା ଦେଖା, ମେ’ରେ ରେଜଲ୍ଟ

ସରିଲା ଚଳିତବର୍ଷର ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା। ରାଜ୍ୟର ମୋଟ 60ଟି କେନ୍ଦ୍ରରେ ଅନୁଷ୍ଠିତ ଏହି ମୂଲ୍ୟାୟନ ପ୍ରକ୍ରିୟା ଶୁକ୍ରବାର ସୁରୁଖୁରୁରେ ଶେଷ ହୋଇଛି।

author img

By

Published : Apr 5, 2019, 8:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସରିଲା ଚଳିତବର୍ଷର ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା । ରାଜ୍ୟର ମୋଟ 60ଟି କେନ୍ଦ୍ରରେ ଅନୁଷ୍ଠିତ ଏହି ମୂଲ୍ୟାୟନ ପ୍ରକ୍ରିୟା ଶୁକ୍ରବାର ସୁରୁଖୁରୁରେ ଶେଷ ହୋଇଛି । ତେବେ ଚଳିତବର୍ଷର ମୂଲ୍ୟାଙ୍କନ ପ୍ରକ୍ରିୟାରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇ ନଥିବା ପ୍ରକାଶ ପାଇଛି। ତେଣେ ଆସନ୍ତା ମେ’ ମାସ ସୁଦ୍ଧା ରେଜଲ୍ଟ ଘୋଷଣା କରାଯିବ ବୋଲି କହିଛନ୍ତି ବୋର୍ଡ଼ ସମ୍ପାଦକ ରାମଶିଷ ହାଜରା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚଳିତବର୍ଷର ମାଟ୍ରିକ ପରୀକ୍ଷା ବେଶ ବିବାଦୀୟ ହୋଇଥିଲା। କାରଣ ପରୀକ୍ଷାର ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଯେଉଥିପାଇଁ ଚିନ୍ତାରେ ପଡିଥିଲେ ଛାତ୍ରଛାତ୍ରୀ, ଅଭିଭାବକ ଓ ବୋର୍ଡ଼ । ଏପରିକି ପ୍ରତିଟି ଅଭିଯୋଗରେ ଆକ୍ସନ ମଧ୍ୟ ନେଇଥିଲା ବୋର୍ଡ।

ଅନ୍ୟପଟେ ଏବେ ବି ଝୁଲି ରହିଛି ବୋର୍ଡ଼ ପରୀକ୍ଷା ବୈଠକ ନିଷ୍ପତ୍ତି। ସଠିକ ପ୍ରମାଣପତ୍ରର ଅଭାବ ଯୋଗୁଁ 3ଟି ଜିଲ୍ଲାରେ ବାତିଲ ହୋଇଥିବା ଇଂରାଜୀ ପରୀକ୍ଷା ଓ 108 ଓଏମଆର ସିଟ୍‌ ନିଖୋଜ ଘଟଣା ଏବେ ବି ସସପେନ୍ସ ଘେରରେ। କିନ୍ତୁ ଏହି ନିଷ୍ପତ୍ତି ରେଜଲ୍ଟ ପ୍ରକାଶ ପୂର୍ବରୁ ନିଆଯିବ ବୋଲି ପ୍ରକାଶ କରିଛନ୍ତି ବୋର୍ଡ ସମ୍ପାଦକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.