କଟକ: ଦୀର୍ଘ ୮ ମାସ ପରେ ଖୋଲିବ ସ୍କୁଲ । ଏନେଇ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ । ସେହିପରି ମେ ୩ରୁ ମେ ୧୫ ପର୍ଯ୍ୟନ୍ତ ମାଟ୍ରିକ ବୋର୍ଡ ପରୀକ୍ଷା କରାଯିବ । ଶନିବାର ଓ ରବିବାରକୁ ମିଶାଇ ସ୍କୁଲରେ ମୋଟ ୧୦୦ ଦିନ ଧରି ପାଠପଢ଼ା ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।
ତେବେ ଏଭଳି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀ । ଅନଲାଇନ କ୍ଳାସରେ ଯେଉଁ ସବୁ ଡାଉଟ ରହିଥିଲା ଅଫଲାଇନ କ୍ଳାସ ମାଧ୍ୟମରେ ଏହାର ସମାଧାନ ହେବ । ଏହା ବହୁ ଛାତ୍ରଛାତ୍ରୀଙ୍କୁ ଯଥେଷ୍ଟ ସହାୟକ ହେବ । ମାତ୍ର ପାଠପଢା ପାଇଁ ୧୦୦ ଦିନ ଯଥେଷ୍ଟ ନୁହେଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ତେବେ ସରକାରଙ୍କ ନିୟମକୁ ମାନି ପରୀକ୍ଷା ଦେବାକୁ ପଡିବ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ