କୋରାପୁଟ: କୋରକୋଣ୍ଡା ପେଦାବାଇଲ ମାଓବାଦୀ ସଙ୍ଗଠନ ଏରିଆ କମିଟି ସମ୍ପାଦକ ସୁଧୀର ଓରଫ ଚିନ୍ନା ରାଓଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ବିଶାଖାପାଟନମ୍ ପୂର୍ବ ବିଭାଗ କମିଟି ସଚିବ ଅରୁଣା ଏନେଇ ଘୋଷଣା କରିଛନ୍ତି ।
ପୂର୍ବ ଡିଭିଜନ କମିଟିର ସଦସ୍ୟ ସୁଧୀର ମହିଟା ନାମକ ଜଣେ ଝିଅକୁ ନେଇ ପଳାଇଥିଲେ । ଯାହା ଅତ୍ୟନ୍ତ ପରିତାପର ବିଷୟ ବୋଲି ଅରୁଣା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଏହି କାର୍ଯ୍ୟ ଦ୍ଵାରା ସୁଧୀର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ପ୍ରତି ଘୋର ଅନ୍ୟାୟ କରିଥିବା କାରଣରୁ ତାଙ୍କୁ ମାଓ ସଙ୍ଗଠନରୁ ବହିଷ୍କାର କରାଯାଇଛି । ପାର୍ଟିରୁ ବହିସ୍କୃତ ହୋଇଥିବା ଯୋଗୁଁ ଲୋକେ ସୁଧୀରଙ୍କୁ କୌଣସି ସହଯୋଗ ନ କରିବା ପାଇଁ ଅନୁରୋଧ କରିବା ସହ ସହିଦଙ୍କ ଆକାଂକ୍ଷାକୁ ହାସଲ କରିବା ପାଇଁ ଲୋକେ ଯୁଦ୍ଧରେ ଆଗେଇ ଆସିବାକୁ ଅରୁଣା ଆହ୍ଵାନ ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ