କଟକ: ଜିଲ୍ଲାରେ କ୍ରମଶଃ ହ୍ରାସ ପାଉଛି କୋରୋନା ସଂକ୍ରମଣ । ମହାନଗର ନିଗମରେ ମଧ୍ୟ ସଂକ୍ରମଣ କମୁଛି । ସେପଟେ ଗ୍ରାମାଞ୍ଚଳରେ ବି ସ୍ଥିତି କିଛି ମାତ୍ରାରେ ସ୍ଥିର ରହିଛି । ତେବେ ଆଶ୍ବସ୍ତିକଲା ଭଳି ଖବର ହେଉଛି, କଟକରେ ପ୍ରାୟ 1900ରୁ ଊର୍ଦ୍ଧ୍ବ ଗ୍ରାମ ରହିଥିବାବେଳେ, ସେଥିମଧ୍ୟରୁ 1,100 ଗାଁରେ ପାଖାପାଖି ଏହି 10 ଦିନ ମଧ୍ୟରେ କୋଭିଡ ପହଞ୍ଚି ପାରିନି ଏବଂ 600 ଗ୍ରାମ ଦ୍ୱିତୀୟ ଲହରରୁ ସମ୍ପୂର୍ଣ୍ଣ ମୁକ୍ତ ରହିଛି । ଯାହାକୁ ଗ୍ରୀନ ଜୋନ କୁହାଯାଉଛି ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।
ତେବେ ବିପଦ ଧୀରେ ଧୀରେ ଟଳୁଛି । ଏଣୁ ନିଜ ସୁରକ୍ଷା ନିଜ ହାତରେ । ତେବେ ପ୍ରଶାସନ ପକ୍ଷରୁ ଯେଉଁ କୋଭିଡ ମୁକାବିଲା କରାଯାଉଛି ତାହା ସଠିକ ଢଙ୍ଗରେ ସମ୍ପାଦନ ହେଉଛି । ତେବେ ବର୍ତ୍ତମାନ ଫୋକସ ରହିଛି ଗ୍ରାମାଞ୍ଚଳ । ଏଥିସହ ଆଉ କିଛି ଦିନ ମଧ୍ୟରେ କୋଭିଡକୁ ସମ୍ପୂର୍ଣ୍ଣ ମାତ୍ ଦେବାକୁ ପ୍ରଚେଷ୍ଟା ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ