ETV Bharat / state

ରୋଜଗାର ମେଳା: କଟକରେ ୧୦୫ ଜଣଙ୍କୁ ମିଳିଲା ନିଯୁକ୍ତି ପତ୍ର - union minister biswesar tudu

କଟକ ସହିଦ ଭବନରେ ନିଯୁକ୍ତି ମେଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ୧୦୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଅଧିକ ପଢ଼ନ୍ତୁ

ରୋଜଗାର ମେଳା: କଟକରେ ୧୦୫ ଜଣଙ୍କୁ ମିଳିଲା ନିଯୁକ୍ତି ପତ୍ର

author img

By

Published : Oct 22, 2022, 10:37 PM IST

କଟକ: ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି (PM Narendra Modi launches Rozgar Mela) । ପୂର୍ବାହ୍ନ ସାଢେ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଭିଡିଓ କନଫେରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ସହିଦ ଭବନରେ ନିଯୁକ୍ତି ମେଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ୧୦୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ରୋଜଗାର ମେଳା: କଟକରେ ୧୦୫ ଜଣଙ୍କୁ ମିଳିଲା ନିଯୁକ୍ତି ପତ୍ର

ନିଯୁକ୍ତି ମିଶନର ପ୍ରଥମ ପର୍ଯ୍ୟାୟରେ କଟକ ସହିଦ ଭବନ ପରିସରରେ ଅନୁଷ୍ଠିତ ହୋଇଥିବା ରୋଜଗାର ମେଳାରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ରେଳବାଇ ଡିଆରଏମ, ଇଏସଆଇ ଓ ଭାରତୀୟ ଡାକ ଅଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ତେବେ ନିଃସ୍ବାର୍ଥ ଭାବରେ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନ ଅନୁସାରେ କାର୍ଯ୍ୟ କରିବେ ବୋଲି ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀମାନେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରୋଜଗାର ମେଳା ଶୁଭାରମ୍ଭ, ଭୁବନେଶ୍ଵରରେ ୨୩୯ ଜଣ ପାଇଲେ ନିଯୁକ୍ତି ପତ୍ର

ସେପଟେ ଭୁବନେଶ୍ବର ରେଳ ଅଡିଟୋରିୟମରେ ମଧ୍ୟ ରୋଜଗାର ମେଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ । ଏହି ଅବସରରେ ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସେଥିରୁ ଡାକ ବିଭାଗରେ ସର୍ବାଧିକ ୯୮, ଭୁବନେଶ୍ଵର ଆଇଆଇଟିରେ ୫୫, ଇଏସଆଇସିରେ ୨୭, ଏସଏଲବିସିରୁ ୨୧ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏପରି ୧୧ ଟି ବିଭାଗର ମୋଟ ୨୩୯ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ "ଆଜାଦି କା ଅମୃତ ମହୋତ୍ସବ" କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ "ରୋଜଗାର ମିଶନ" ସର୍ବ ଭାରତୀୟସ୍ତରରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଭୁବନେଶ୍ବର ଓ କଟକରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରି ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ନିଯୁକ୍ତି ମିଶନରେ ୧୦ ଲକ୍ଷ ନୂତନ ନିଯୁକ୍ତି ଳକ୍ଷ୍ୟ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ଦେଶରେ ପ୍ରାୟ ୭୫ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.