ETV Bharat / state

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲ୍ - ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୭ ବର୍ଷ ଜେଲ୍

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା । ୨୦୧୪ରେ କଟକ କିଶନନଗର ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ହୋଇଥିଲା । ଅଧିକ ପଢନ୍ତୁ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲ୍

author img

By

Published : May 12, 2023, 7:53 AM IST

କଟକ: ଦୀର୍ଘ ୯ ବର୍ଷ ପରେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ମିଳିଲା ନ୍ୟାୟ । ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । କଟକ କିଶନନଗର ଥାନା ଅନ୍ତର୍ଗତ ବସ୍ତାପଡ଼ା ଅଞ୍ଚଳର ଦୁଷ୍କର୍ମ ଅଭିଯୁକ୍ତ ନାରୁ ଓରଫ ନାରାୟଣ ମଲ୍ଲିକକୁ ୭ ବର୍ଷ ଜେଲଦଣ୍ଡ ମିଳିଛି । ଏଥିସହ ୧୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ମଧ୍ୟ ଦେଇଛନ୍ତି ପୋକ୍ସୋ କୋର୍ଟ । ଆଇପିସିର ଦଫା ୩୬୩ ଓ ପୋକ୍ସୋ ଆଇନର ଧାରା ୪ରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜରିମାନା ଟଙ୍କ‌ା ଅନାଦେୟ ଆସାମୀକୁ ୬ ମାସ ଅଧିକ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ସେହିପରି ପୀଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀ ଅନୁସାରେ, ଗତ ୨୦୧୪ ମସିହା ଅକ୍ଟୋବର ୧୯‌ ତାରିଖରେ ୧୬ ବର୍ଷୀୟା ନାବାଳିକାଙ୍କ ଅପହରଣ ନେଇ କିଶନନଗର ଥାନାରେ ଏତଲା ରୁଜୁ ହୋଇଥିଲା । ନାବାଳିକା ବାପାଙ୍କ ଏତଲା ଆଧାରରେ କିଶନନଗର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ପରେ ସ୍ଥାନୀୟ ଅଞ୍ଚଳର ନାରୁ ଓରଫ ନାରାୟଣ ମଲ୍ଲିକ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବାର ଜଣାପଡିଥିଲା । ଏନେଇ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତ ଜଣକ ଗୋଟିଏ ବର୍ଷ ଜେଲରେ ରହି ଜାମିନରେ ମୁକୁଳି ଥିଲା । ପୋଲିସ ଅଭିଯୁକ୍ତ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା ।

ଏହାମଧ୍ୟ ପଢନ୍ତୁ: ଜୀବନ ଯୁଦ୍ଧରେ ହାରିଗଲେ ସୂର୍ଯ୍ୟ; ଚୌକି ନେଇ ଭତ୍ତା ପାଇଁ ଯାଇଥିଲେ, ସୀତାରମଣ ନେଇଥିଲେ ବଡ ପଦକ୍ଷେପ

ଗୁରୁବାର କଟକ ସ୍ବତନ୍ତ୍ର ପୋକ୍ସୋରେ ୯ ବର୍ଷ ତଳରେ ଏହି ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି ହୋଇଥିଲା । ଅଦାଲତରେ ଏହି ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ୧୭ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ୧୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ : CCTVରେ କଏଦ ହେଲା ଖଣ୍ଡାରେ ଆକ୍ରମଣ ଦୃଶ୍ୟ, 4 ଅପରାଧୀ ଅଟକ

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.