ETV Bharat / state

Mahanga Murder: ମାହାଙ୍ଗା ଗଣହତ୍ୟା, ହତ୍ୟା ପଛରେ ଖାଲି ଶିବ ନାଁ ଆଉ କିଏ ? - ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା

ମାହାଙ୍ଗା ଗଣହତ୍ୟାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା । ତେବେ ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମ ହତ୍ୟା କରିବା ପଛରେ କେବଳ ସାନଭାଇ ଶିବ ନାଁ ଆଉ କିଏ ରହିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

Mahanga Murder: ମାହାଙ୍ଗା ଗଣହତ୍ୟା, ହତ୍ୟା ପଛରେ ଖାଲି ଶିବ ନାଁ ଆଉ କିଏ ?

author img

By

Published : Apr 13, 2022, 10:46 AM IST

Updated : Apr 13, 2022, 1:41 PM IST

କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗ୍ରାମର ବୀଭତ୍ସ ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଯଦିଓ ଜମିଜମା ବିବାଦକୁ କେନ୍ଦ୍ର କରି ସାନଭାଇ ଶିବ ତା'ର ବଡ଼ଭାଇଙ୍କ ସମେତ ପରିବାରର ୫ ଜଣଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି, ତେବେ କିପରି ଜଣେ ବ୍ୟକ୍ତି ଏକା ଏପରି କାଣ୍ଡ ଭିଆଇଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ପୋଲିସ ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ମୃତକଙ୍କ ଘରକୁ ମଧ୍ୟ ସିଲ କରାଯାଇଛି ।

ମାହାଙ୍ଗା ଗଣହତ୍ୟା, ହତ୍ୟା ପଛରେ ଖାଲି ଶିବ ନାଁ ଆଉ କିଏ ?

ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ଶିବ ସାହୁ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା । ମାତ୍ର ଘଟଣା ମହଙ୍ଗା ଥାନା ଅଞ୍ଚଳରେ ଘଟିଥିବାରୁ, ଗତକାଲି(ମଙ୍ଗଳବାର) ରାତିରେ ଅଭିଯୁକ୍ତ ଶିବକୁ ବାଲିଚନ୍ଦ୍ରପୁର ଥାନାରୁ ମାହାଙ୍ଗା ଥାନାକୁ ନେଇଛି ପୋଲିସ୍ । ଗୋଟିଏ ପରିବାର ପୁରା ନିଶ୍ଚିହ୍ନ ହୋଇଯିବାକୁ ନେଇ ସମ୍ପୂର୍ଣ୍ଣ କୁସୁପୁର ଗ୍ରାମରେ ଏକ ପ୍ରକାର ଶୋକ ଛାୟା ଖେଳିଯାଇଛି । ଗାଁ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଛି । କେବଳ ଶିବ ସାହୁ ଏକୁଟିଆ ହତ୍ୟା କରିଛି ନାଁ ଆଉ କାହାର ସମ୍ପୃକ୍ତି ଅଛି ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିଯୁକ୍ତ ଶିବ ସାହୁଙ୍କ ପତ୍ନୀ ।

ଘଟଣା ଘଟିଥିବା ରାତି ପ୍ରାୟ ୩ଟାରେ ଶିବ, ଶୌଚ ପାଇଁ ଯିବାକୁ ବାହାରି ଥିଲା । ବଡ଼ଭାଇକୁ ଶୌଚାଳୟ ଚାବି ମାଗିଥିଲା । ମାତ୍ର ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେପଟେ ଶିବ ତାଙ୍କ ସ୍ତ୍ରୀ ରହିଥିବା ଘରର ବାହାର ପଟୁ କବାଟ ଦେଇଥିବାରୁ ତାଙ୍କ ସ୍ତ୍ରୀ କ'ଣ ଘଟିଥିଲା କ'ଣ ନ ଘଟିଥିଲା ସେନେଇ କୌଣସି କଥା ଜାଣିନଥିବା ପ୍ରତିକ୍ରିୟା ଦେଇଛନ୍ତି । କେଉଁଥିରେ କେମିତି ହତ୍ୟା କରାଯାଇଥିଲା ତାହା ମଧ୍ୟ ସେ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି । ତେବେ ଆଜି ୫ ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହି ଘଟଣାର ସତ୍ୟାସତ୍ୟ ଜଣାପଡିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 13, 2022, 1:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.