ETV Bharat / state

ବାଲିଯାତ୍ରା ଆରମ୍ଭରୁ ଅଘଟଣ, ମହାନଦୀରେ ବୁଡି ବ୍ୟବସାୟୀ ମୃତ

author img

By

Published : Nov 8, 2022, 2:25 PM IST

ବାଲିଯାତ୍ରା ଆରମ୍ଭରୁ ଅଘଟଣ ଘଟିଯାଇଛି । ମହାନଦୀରେ ଗାଧୋଇବାବେଳେ ଜଣେ ବ୍ୟବସାୟୀ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Merchant died while bathing in mahanadi
Merchant died while bathing in mahanadi

କଟକ: କେତେ ଆଶା ନେଇ ବ୍ୟବସାୟ କରିବାକୁ ଆସିଥିଲେ । ଦୁଇ ପଇସା ରୋଜଗାର କରି ପରିବାର ମୁହଁରେ ହସ ଫୁଟାଇବାକୁ ଘର ଛାଡି ଆସିଥିଲେ । କିଏ ଜାଣିଥିଲା ଆଉ ପରିବାର ପାଖକୁ ଫେରି ପାରିବେ ନାହିଁ । ମହାନଦୀର ଅଥଳ ଜଳରାଶିରେ ଜଗି ବସିଛି ମୃତ୍ୟୁ । ବାଲିଯାତ୍ରା ଆରମ୍ଭରୁ ଅଘଟଣ ଘଟିଯାଇଛି । ମହାନଦୀରେ ଗାଧୋଇବା ବେଳେ ଜଣେ ବ୍ୟବସାୟୀ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ସମୟ ଖୋଜା ଖୋଜି ପରେ ଉଦ୍ଧାରକାରୀ ଦଳ ତାଙ୍କ ମୃତଦେହ ଉଦ୍ଧାର କରିିଛି । ମୃତକ ଜଣଙ୍କ ବିହାରର ହୋଇଥିବା ଜଣାପଡିଛି । ତାଙ୍କ ନାମ ମହମ୍ମଦ ଈର୍ଷାଦ । ବାଲିଯାତ୍ରାରେ ବ୍ୟବସାୟ କରିବାକୁ ଆସିଥିଲେ ।

ବାଲିଯାତ୍ରା ଆରମ୍ଭରୁ ଅଘଟଣ

ସକାଳ ସମୟ ପାଖାପାଖି 10ଟାରେ ବ୍ୟକ୍ତି ଜଣକ ମହାନଦୀକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ସମୟରେ ଅଘଟଣ ଘଟିିଛି । ଆସାବଧାନତା କାରଣରୁ ମହାନଦୀରେ ବୁଡି ଯାଇଥିଲେ ବ୍ୟବସାୟୀ ମହମ୍ମଦ ଈର୍ଷାଦ । ଏହାପରେ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା। ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ମହମ୍ମଦ ଈର୍ଷାଦଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ବ୍ୟବସାୟ କରିବାକୁ ଆସିଥିଲେ ସବୁ ଦିନ ପାଇଁ ଆଖି ବୁଜିଛନ୍ତି ।

ଏହା ବି ପଢନ୍ତୁ...ଆଜିଠୁ କଟକ ବାଲିଯାତ୍ରା: ଟ୍ରାଫିକ ଆଡଭାଇଜରୀ ଜାରି କଲା କମିଶନରେଟ ପୋଲିସ

ପ୍ରକାଶ ଥାଉ କି, କୋରୋନା ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ଚଳିତ ବର୍ଷ କଟକ ଐତିହାସିକ ବାଲିଯାତ୍ରା ଆୟୋଜିତ ହୋଇଛି । 8 ଦିନ ଧରି ଏହି ଯାତ୍ରା ଚାଲିବ । ଭଲ ରୋଜଗାର ଆଶାରେ ବାହାର ରାଜ୍ୟରୁ ବ୍ୟବସାୟୀମାନେ ଆସିଥାନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.