ETV Bharat / state

ନକଲି ଔଷଧ କାରବାର ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Dec 8, 2022, 12:40 PM IST

କଟକରୁ ନକଲି ଟେଲମା ମେଡିସିନ ଜବତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଅଭିଯୁକ୍ତ ବିକାଶ କୁମାର ଏହି ନକଲି ଔଷଧ ଚାଲାଣ କାରବାରର ଅନ୍ୟତମ ମୁଖ୍ୟ କାର୍ପଟଦାର ଥିଲା । ଅଧିକ ପଢନ୍ତୁ

Etv Bharatକଟକରେ ନକଲି ଔଷଧ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: କଟକରୁ ନକଲି ଟେଲମା ମେଡିସିନ ଜବତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଅଭିଯୁକ୍ତ ବିକାଶ କୁମାର ଏହି ନକଲି ଔଷଧ ଚାଲାଣ କାରବାରର ଅନ୍ୟତମ ମୁଖ୍ୟ କାର୍ପଟଦାର ଥିଲା । ବିକାଶଙ୍କ ଠାରୁ ହିଁ କଟକର ଦୁଇ ଜଣ ଡ୍ରଗିଷ୍ଟ ରାହୁଲ କ୍ୟାଲ ଓ ସଞ୍ଜୟ ଜାଲାନକୁ ଗିରଫ କରିଥିଲା କଟକ ପୁରିଘାଟ ଥାନା ପୋଲିସ ।

ଏହା ପରେ ଦୁଇଟି ପର୍ଯ୍ୟାୟରେ ନକଲି ଟେଲମା ଔଷଧ କିଣିବା ଓ ବିକ୍ରି କରିବା ଅଭିଯୋଗରେ ଆଉ ଚାରି ଜଣଙ୍କୁ ଗିରଫ କରାଯାଇଥିଲା । ବିକାଶକୁ ମିଶାଇ ଏହି ମାମଲାରେ ଗିରଫଦାରୀ ସଂଖ୍ୟା 7ରେ ପହଞ୍ଚିଛି । ଏନେଇ ଆଜି ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ତଥ୍ୟ ସ୍ପଷ୍ଟ କରିବ ବୋଲି ଜଣାପଡିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.