ETV Bharat / state

ମାହାଙ୍ଗା ଡବଲ ମର୍ଡର ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ - mahanga case

ମାହଙ୍ଗା ଡବଲ ମର୍ଡର ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

author img

By

Published : Jan 6, 2021, 8:31 AM IST

Updated : Jan 6, 2021, 9:31 AM IST

08:28 January 06

ମାହାଙ୍ଗା ଡବଲ ମର୍ଡର ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା, ଆଜି ଆଉ ଜଣଙ୍କୁ ଗିରଫ କଲା ମାହାଙ୍ଗା ଥାନା ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି କୈଳାସ ଚନ୍ଦ୍ର ଖଟୁଆ। ସେ ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଅତିରିକ୍ତ ଏସପି ପିକେ ଜେନା ସୂଚନା ଦେଇଛନ୍ତି। ଏହି ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି। 

ସୂଚନା ଅନୁସାରେ,  ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଓ 3 ସହଯୋଗୀ ଗିରଫ ହୋଇଛନ୍ତି । ମଙ୍ଗଳବାର ଗ୍ରାମାଞ୍ଚଳ ଏସପି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଗିରଫ ସମୟରେ ଅନେକ କିଛି ହତ୍ୟା ସହ ଜଡିତ ସାମଗ୍ରୀ ଜବତ କରିଛି ପୋଲିସ । ତେବେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନର ଆହୁରି ଅଭିଯୁକ୍ତ ପୋଲିସ ହ୍ୟାଣ୍ଡକପରେ ରହିବା ନେଇ ସ୍ପଷ୍ଟ କରିଛନ୍ତି ଗ୍ରାମାଞ୍ଚଳ ଏସପି । ତେବେ ଅନ୍ୟ ତିନି ଅଭିଯୁକ୍ତ ହେଲେ ଅରବିନ୍ଦ ଖଟୁଆ, କୀତିଶ ଆଚାର୍ଯ୍ୟ, ଲଳୀତ ମୋହନ ବରାଳ । ସୂଚନା ଥାଉକି ମାହାଙ୍ଗା ହତ୍ୟାକାଣ୍ଡର ତଦନ୍ତ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ 5ଟି ଟିମ ଗଠନ କରାଯାଇଛି। 

ସୂଚନାଥାଉକି, 2 ତାରିଖ ରାତିରେ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଘଟଣାକୁ ନେଇ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ନାମରେ ମାମଲା ରୁଜୁ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 6, 2021, 9:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.