ETV Bharat / state

ମାହାଙ୍ଗା ଡବଲ ମର୍ଡର କେସ: ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରିଲେ ଛାତ୍ର କଂଗ୍ରେସ - ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରିଲେ ଛାତ୍ର କଂଗ୍ରେସ

କଟକ ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ ନୃତାଙ୍ଗ ଅଞ୍ଚଳରେ ରାଜନୈତିକ ଶତ୍ରୁତାକୁ ନେଇ ଗତମାସ 2 ତାରିଖରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏହାର ମୁଖ୍ୟ ଅଭିଯୁକ୍ତ ଯୁବକ ଫେରାର ଥିଲା । ଏହି ଘଟଣାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ବିରୋଧୀ ଅଭିଯୋଗ କରିଥିଲେ । ଅଧିକ ପଢନ୍ତୁ...

ମାହାଙ୍ଗା ଡବଲ ମର୍ଡର କେସ : ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରିଲେ ଛାତ୍ର କଂଗ୍ରେସ

author img

By

Published : Feb 13, 2021, 3:54 PM IST

କଟକ: ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ ନୃତାଙ୍ଗ ଅଞ୍ଚଳରେ ରାଜନୈତିକ ଶତ୍ରୁତାକୁ ନେଇ ଗତମାସ 2 ତାରିଖରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏହାର ମୁଖ୍ୟ ଅଭିଯୁକ୍ତ ଯୁବକ ଫେରାର ଥିଲା । ଏହି ଘଟଣାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ବିରୋଧୀ ଅଭିଯୋଗ କରିଥିଲେ ।

ମାହାଙ୍ଗା ଡବଲ ମର୍ଡର କେସ : ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରିଲେ ଛାତ୍ର କଂଗ୍ରେସ
ଏହି ହତ୍ୟାକାଣ୍ଡକୁ ଏକ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ପୋଲିସ ମୁଖ୍ୟ ଆସାମୀକୁ ଧରିବାରେ ସକ୍ଷମ ହୋଇ ପାରି ନଥିଲା । ନିକଟରେ ଏକ ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ଏହି ସବୁ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହ ସେ ନିଜ ପଦବୀରୁ ଇସ୍ତଫା ଦେବାକୁ ଦାବି କରାଯାଇଛି ।

ଆଜି ଏନେଇ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ, ବାଟରେ ପୋଲିସ ସେମାନଙ୍କୁ ଅଟକାଇବା ସହ ଗିରଫ କରି ନେଇଛି । ଏହି ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଗୃହମନ୍ତ୍ରୀ ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନଚେତ ଛାତ୍ର କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ନବୀନ ନିବାସ ଘେରାଉ କରାଯିବ ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.