ETV Bharat / state

Mahanga Double Murder: ପ୍ରତାପ ଜେନାଙ୍କୁ ଆଶ୍ବସ୍ତି, କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍

author img

By ETV Bharat Odisha Team

Published : Nov 2, 2023, 11:59 AM IST

Updated : Nov 2, 2023, 8:02 PM IST

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ବସ୍ତି । ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ଅଧିକ ପଢନ୍ତୁ

Mahanga Double Murder
ମାହାଙ୍ଗା ଡବଲ ମର୍ଡର ମାମଲା
ପ୍ରତାପ ଜେନାଙ୍କୁ ଆଶ୍ବସ୍ତି

କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା । ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ହାଇକୋର୍ଟ । ଅର୍ଥାତ୍ ବିଧାୟକଙ୍କ ବିରୋଧରେ କୌଣସି ପ୍ରକାର କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ । ଏଥିସହ ନିମ୍ନ ଅଦାଲତକୁ ରେକର୍ଡ ତଲବ କରିଛନ୍ତି କୋର୍ଟ । ଆସନ୍ତା ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ବିଧାୟକ ପ୍ରତାପ ଜେନା । କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମାହାଙ୍ଗା ବିଧାୟକ । ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ନାଁରେ ଦଫା ୩୦୨ ଲାଗିଛି । ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମଏଫସି(JMFC) କୋର୍ଟରେ ଏହି ମାମଲା ଚାଲିଛି । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ରିଭ୍ୟୁ ପିଟିସନ ଦାଖଲ କରିଥିଲେ ପ୍ରତାପ ଜେନା ।

ଏହାମଧ୍ୟ ପଢନ୍ତୁ: ମାହାଙ୍ଗାରେ ଉତ୍ତେଜନା; ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ପ୍ରକାଶ ଥାଉକି, ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅକ୍ଟୋବର ୩୧ ତାରିଖରେ କୋର୍ଟରେ ହାଜର ହେବାକୁ ସମନ କରିଥିଲେ ସାଲେପୁର JMFC କୋର୍ଟ । ଏକ ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ସମନ ଜାରି ହୋଇଥିଲା । ହେଲେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ହାଜର ହୋଇନଥିଲେ ଏବଂ ଏଥିପାଇଁ ୩ ସପ୍ତାହ ସମୟ ମାଗିଥିଲେ । ସେହିପରି ସିଆରପିସିର ଧାରା ୨୦୫ରେ ଏକ ପିଟିସନ ମଧ୍ୟ ଦାଖଲ କରିଛନ୍ତି ପ୍ରତାପ । ଏହି ଧାରା ଅନୁଯାୟୀ ବ୍ୟକ୍ତିଗତ ହାଜିରାରୁ ବିରତ ଦେବାକୁ ସେ କୋର୍ଟରେ ପ୍ରାର୍ଥନା କରିଛନ୍ତି ।

କହିରଖୁଛୁ କି, ୨୦୨୧ ମସିହା ଜାନୁୟାରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ରମାକାନ୍ତଙ୍କ ମୃତ୍ୟୁ ହୋଇସାରିଥିବାରୁ ତାଙ୍କ ଭାଇ ରଞ୍ଜିତଙ୍କୁ ପ୍ରୋଟେଷ୍ଟ୍‌ ପିଟିସନ ଦାଖଲ କରିବାକୁ ଅନୁମତି ଲୋଡି ସାଲେପୁର JMFC କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଏହି ଆବଦେନକୁ ଗ୍ରହଣ କରିବ ସହ ଏଥିପାଇଁ ଅନୁମତି ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Nov 2, 2023, 8:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.