ETV Bharat / state

ସିଲଭର ସିଟିର ନୂଆ ପିକନିକ୍ ସ୍ପଟ, କଟକ ଇନ କଟକରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

author img

By

Published : Dec 11, 2022, 10:29 AM IST

ସିଲଭର ସିଟିର ନୂଆ ପିକନିକ୍ ସ୍ପଟ । କଟକର କଟକ ଇନ କଟକରେ(Cuttack in Cuttack) ଜମୁଛି ପର୍ଯ୍ୟଟକଙ୍କ ଭିଡ । ପ୍ରାକୃତିର ସୌନ୍ଦର୍ଯ୍ୟରେ ବିଭୋର ହେଉଛନ୍ତି ପର୍ଯ୍ୟଟକ ।

କଟକ ଇନ କଟକ
କଟକ ଇନ କଟକ
କଟକ ଇନ କଟକ

କଟକ: ଖସୁଛି ପାରଦ ବଢୁଛି ଶୀତ । ଆଉ ତା ସାଙ୍ଗକୁ କାକର ଭିଜା ଶୀତ ସକାଳ । ପ୍ରକୃତି କୋଳରେ ସମୟ ଅତିବାହିତ କରିବାକୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ । ଗତ କିଛିଦିନ ତଳେ କଟକର ଐତିହାସିକ ବାଲିଯାତ୍ରା(Baliyatra) ଶେଷ ହୋଇଥିବା ବେଳେ ବର୍ତ୍ତମାନ ସବୁଜିମା ଭରା ମହାନଦୀ ପଠାରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ବ୍ୟସ୍ତ ବହୁଳ ଜୀବନରୁ ଟିକେ ଫୁରସତ ପାଇ ପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦେବାକୁ ମହାନଦୀ ପଠାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । କଟକ ସହରରେ ପୂର୍ବରୁ କୌଣସି ପିକନିକ ସ୍ପଟ ନଥିବା ବେଳେ ଏହି ସ୍ଥାନକୁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

କଟକ ସହରରେ ପୂର୍ବରୁ କୌଣସି ପିକନିକ ସ୍ପଟ ନଥିବା ବେଳେ ଏବେ କିନ୍ତୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଲାଣି । କେବଳ କଟକ ନୁହେଁ ବରଂ ରାଜ୍ୟର ବିଭିନ୍ନ ସ୍ଥାନର ପର୍ଯ୍ୟଟକଙ୍କ ଗହଳି ବାଲିଯାତ୍ରା ତଳ ପଡିଆରେ ଦେଖିବାକୁ ମିଳୁଛି । ସହର ମଧ୍ୟରେ ନୂଆ ପିକନିକ ସ୍ପଟ ପାଇ ଲୋକେ ବି ବେଶ ଖୁସି ରହିଥିବା କଥା କହିଛନ୍ତି । ସେଥିପାଇଁ କିଏ ଏଠି ସେଲ୍ଫି ନେଉଛି ତ... କିଏ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛି ।

ଏନେଇ ଜଣେ ପର୍ଯ୍ୟଟକ କହିଛନ୍ତି," ଏଠାକୁ ଆସି ଆମକୁ ଭାରି ଖୁସି ଲାଗୁଛି । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କହିହେବ ନାହିଁ । କେବଳ ଜଣେ ଅନୁଭବ ହିଁ କରିପାରିବ । କିଛି ସମୟ ଏଠାରେ ବସିଲେ ସବୁ ଦୁଃଖ ଦୂର ହେଲାଭଳି ଲାଗୁଛି । "

ଏହା ମଧ୍ୟ ପଢନ୍ତୁ: ଆରପାରିରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠଶିଳ୍ପୀ ସୁଲୋଚନା ଚୌହାନ

ସମୁଦ୍ରକୂଳିଆ ପବନରେ ଭିଜିବା ସହ ନିର୍ମିତ ହୋଇଥିବା ଚୌକିରେ ବସି ଥକ୍କା ମେଣ୍ଟାଉଛନ୍ତି ପର୍ଯ୍ୟଟକ । ଏହି ସ୍ଥାନର ଆହୁରି କିପରି ଉନ୍ନତିକରଣ କରାଯାଇ ପର୍ଯ୍ୟଟକଙ୍କ ଆକର୍ଷଣ କରାଯାଇ ପାରିବ ସେନେଇ ଅଣ୍ଟା ଭିଡିଛି ସିଏମସି । ଏଥିପାଇଁ ଏହାର ଚାରିପଟେ ଲୁହାର ବାଡ ବି ଦିଆଯାଉଛି ।

ଏନେଇ ମେୟର(CMC Mayor) ସୁବାସ ସିଂହ କହିଛନ୍ତି," ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ କରିବା ସହିତ ଅଧିକ ଆକର୍ଷଣୀୟ ବି କରାଯିବ । ମହାନଦୀ କୂଳେ କୂଳେ ଅଲୋକୀକରଣ କରାଯିବ ଏବଂ ମହାନଦୀରେ ବୋଟିଂର ବ୍ୟବସ୍ଥା କରାଯିବ । ଏନେଇ ନଗର ଉନ୍ନୟନ ବିଭାଗ ଓ ଜଳସମ୍ପଦ ସଚିବଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି । ଧୀରେ ଧୀରେ ଏହାର ରୂପରେଖ ପରିବର୍ତ୍ତନ ହେବ । ସେହିପରି ପର୍ଯ୍ୟଟକଙ୍କ ଭିଡ଼ ଜମିଲେ ଏହିଠାରୁ ରାଜସ୍ୱ ଆଦାୟ ହୋଇପାରିବ ।"

ପର୍ଯ୍ୟଟକଙ୍କ ଗହଳିକୁ ଦୃଷ୍ଟିରେ ରଖି ଏବେ ଠାରୁ ପୋଲିସ ପାଟ୍ରୋଲିଂ ଆରମ୍ଭ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ସ୍ଥାନରେ ପାର୍କିଂ ପାଇଁ ଭଲ ସ୍ପେସ ଥିବାରୁ ଏଠାରେ ପର୍ଯ୍ୟଟକଙ୍କ ପାର୍କିଂ ନେଇ କୌଣସି ସମସ୍ୟା ହେବ ନାହିଁ । ଏଥିସହ ଏହି ସ୍ଥାନଟି ଯଦି ବିକଶିତ ହୋଇପାରନ୍ତା କଟକର ସାମାଜିକ ଏବଂ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାରନ୍ତା ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.